ଧର୍ମକ୍ଷେତ୍ରରେ ବଡ଼ ଅଧର୍ମ: ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ
Advertisement

ଧର୍ମକ୍ଷେତ୍ରରେ ବଡ଼ ଅଧର୍ମ: ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ଅଭିଯୁକ୍ତର ଘର ଜଗତସିଂହପୁର ହୋଇଥିବାବେଳେ ପୈତୃକ ଘର , ପାରାଦୀପରେ ଥିବା ସଂପର୍କୀୟଙ୍କ ଘର , ପୁରୀର ଛଇତନା , ବ୍ରହ୍ମଗିରି, ପେଣ୍ଠକଟା ଆଦି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି। 

ଧର୍ମକ୍ଷେତ୍ରରେ ବଡ଼ ଅଧର୍ମ:  ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ପୁରୀ: ଜିଲ୍ଲାରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ । ଦିନ ଦ୍ୱିପହରରେ ଟାଉନ୍ ଥାନା ଅଂଚଳରେ ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ ଫେରାର ହୋଇଯାଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ମହେଶ ମହାନ୍ତି ବୋଲି ଜଣାପଡ଼ିଛି । ସେ ଜଣେ ଡ୍ରାଇଭର ବୋଲି ପୋଲିସ କହିଛି । ଏହି ଘଟଣାକୁ ନେଇ ଟାଉନ୍ ଥାନା ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମହେଶକୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରାଯାଇଛି । 

ଶ୍ରୀକ୍ଷେତ୍ର ପୁରୀ (Puri) ରେ ଜଣେ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗତକାଲି ଦିନ ୧୧ଟା ୪୫ ମିନିଟ ସମୟରେ ଅଭିଯୁକ୍ତ ମହେଶ ମହାନ୍ତି, ନିଶାଶକ୍ତ ଅବସ୍ଥାରେ ଘଟାଇଥିଲା ଏହି ଜଘନ୍ୟକାଣ୍ଡ । ପୀଡ଼ିତା ନାବାଳିକାଙ୍କୁ ପ୍ରଥମେ ପୁରୀ ସଦର ହସପିଟାଲ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ୪ଟି ଟିମ୍ ଗଠନ କରିଛି ।ରବିବାରଠୁ ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛି ପୋଲିସ । ଅଭିଯୁକ୍ତର ଘର ଜଗତସିଂହପୁର ହୋଇଥିବାବେଳେ ପୈତୃକ ଘର , ପାରାଦୀପରେ ଥିବା ସଂପର୍କୀୟଙ୍କ ଘର , ପୁରୀର ଛଇତନା , ବ୍ରହ୍ମଗିରି, ପେଣ୍ଠକଟା ଆଦି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି। 

Also Read: ଶୀତରେ ପୁଣି ବର୍ଷା, ଘନକୁହୁଡି଼ ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ବି ପୋଲିସ ହାତ ଖାଲି ରହିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରବିବାର ନିଶାସକ୍ତ ଅବସ୍ଥାରେ ମହେଶ ମହାନ୍ତି, ପୀଡ଼ିତାଙ୍କୁ ତିନିମହଲା ଉପରକୁ ନେଇ ଦୁଷ୍କର୍ମ କରିଥିଲା । ପୀଡ଼ିତା ଚିତ୍କାର କରିବାରୁ ତାଙ୍କ ମା' ଯାଇ ଦେଖିଲା ବେଳକୁ ମହେଶ ଫେରାର ହୋଇଯାଇଥିଲା । ପୀଡ଼ିତା ଭଡ଼ାରେ ରହୁଥିବା ଜଣେ ରାଜମିସ୍ତ୍ରୀଙ୍କ ଝିଅ । ସେହି ଘର ଭଡ଼ାରେ ପୂର୍ବରୁ ରହୁଥିଲା ମହେଶ । ପୂର୍ବରୁ ସ୍ତ୍ରୀ ଛାଡ଼ି ପଳାଇଥିବାବେଳେ ଏବେ ଭଉଣୀ ଓ ଭାଣିଜି ସହ ରହୁଥିଲା । ଅଭିଯୁକ୍ତ ମହେଶ (Accused Mahesh) ଅସ୍ଥାୟୀ ଡ୍ରାଇଭର ଭାବେ କାମ କରି ଚଳୁଥିବା ସୂଚନା ମିଳିଛି ।

Also Read: ରାଜଧାନୀରେ ପୁଣି ଖସିଲା ସୁନା-ରୁପାା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ପୁରୀରେ ଏଭଳି ଘଟଣା, ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ (Police Action) ଗ୍ରହଣ କରିବାକୁ ଦାବି ଜୋର ଧରିଛି ।