Advertisement
Article Detail0/zeeodisha/odisha716310

ଆଦିତ୍ୟ ମୃତ୍ୟୁ ମାମଲା: ଆସିଲା ହ୍ୟାଣ୍ଡରାଇଟିଂ ରିପୋର୍ଟ, ନେଇପାରେ ନୂଆ ମୋଡ଼

ଆଦିତ୍ୟ ଲେଖିଥିବା ସୁଇସାଇଡାଲ ନୋଟକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ସେଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ସାମ୍ନାକୁ ଆସିଲା ଆଦିତ୍ୟଙ୍କ ହାତଲେଖା ରିପୋର୍ଟ। ଫଳରେ ହ୍ୟାଣ୍ଡରାଇଟିଂ ବ୍ୟୁରୋ ରିପୋର୍ଟ ଦେବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେପଟେ ହାତଲେଖାର ଫରେନସିକ ରିପୋର୍ଟ ଆସିବା ପରେ ସସ୍ପେନ୍ସ ଦୂର ହୋଇଛି। 

ଆଦିତ୍ୟ ମୃତ୍ୟୁ ମାମଲା: ଆସିଲା ହ୍ୟାଣ୍ଡରାଇଟିଂ ରିପୋର୍ଟ, ନେଇପାରେ ନୂଆ ମୋଡ଼

ଭୁବନେଶ୍ୱର: ଆଦିତ୍ୟ ଲେଖିଥିବା ସୁଇସାଇଡାଲ ନୋଟକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ସେଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ସାମ୍ନାକୁ ଆସିଲା ଆଦିତ୍ୟଙ୍କ ହାତଲେଖା ରିପୋର୍ଟ। ଫଳରେ ହ୍ୟାଣ୍ଡରାଇଟିଂ ବ୍ୟୁରୋ ରିପୋର୍ଟ ଦେବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେପଟେ ହାତଲେଖାର ଫରେନସିକ ରିପୋର୍ଟ ଆସିବା ପରେ ସସ୍ପେନ୍ସ ଦୂର ହୋଇଛି। 

ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପୁରୁଣା ଓ ସୁଇସାଇଡ଼ାଲ ନୋଟରେ ଲେଖା ଥିବା ହ୍ୟାଣ୍ଡରାଇଟିଂ ଆଦିତ୍ୟଙ୍କର ବୋଲି ଜଣାପଡ଼ିଛି। ଉଭୟ ଲେଖାରେ ହାତଲେଖା ମେଳଖାଉଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆଦିତ୍ୟ ହିଁ ସେହି ସୁଇସାଇଡାଲ ନୋଟ ଲେଖିଥିଲେ। 

ସେପଟେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ରହସ୍ୟ ଓ ଗୁମର ଲାଗି ରହିଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ଦାବି ହୋଇଛି। ସୋସିଆଲ ମିଡ଼ିଆରେ ମଧ୍ୟ ଦାବି କରାଯାଉଛି। ସାମାଜିକ କର୍ମୀ କୁହାଯାଉଥିବା ଶୁଭାଶିଷ ଷଡ଼ଙ୍ଗୀ ମଧ୍ୟ ସୋସିଆଲ ମିଡ଼ିଆରେ ଆଦିତ୍ୟଙ୍କୁ ହତ୍ୟା କରାଯାଉଥିବା ନେଇ ମଧ୍ୟ ଦାବି କରିଆସୁଛନ୍ତି। ତେବେ ଆଦିତ୍ୟଙ୍କ ମୃତ୍ୟ ମାମଲାର ତଦନ୍ତ କରୁଥିବା ଜିଆରପି ପୋଲିସର ତଦନ୍ତ କାର୍ଯ୍ୟ ମଧ୍ୟ ସନ୍ଦେହ ଘେରରେ ରହିଛି ବୋଲି ଶୁଭାଶିଷ ସୋସିଆଲ ମିଡ଼ିଆରେ ଦାବି କରିଛନ୍ତି। 

Add Zee News as a Preferred Source

ସୂଚନାଯୋଗ୍ୟ ଗତ ୬ ତାରିଖ ସକାଳେ ଆଦିତ୍ୟଙ୍କର ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟ ରେଳଧାରଣାରୁ ମିଳିଥିଲା। ସେବେଠାରୁ ତାଙ୍କର ମୃତ୍ୟୁକୁ ନେଇ ସସ୍ପେନସ ଜାରି ରହିଥିଲା। ଏହି ମାମଲାରେ ଜିଆରପି ପୋଲିସ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜେରା ମଧ୍ୟ କରିସାରିଲାଣି। ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ, ବାପା, ମା, ଶାଶୁ, ଶ୍ୱଶୁର, ବନ୍ଧୁ, ସାଙ୍ଗ ଓ ଘର ମାଲିକଙ୍କୁ ମଧ୍ୟ ଜେରା କରିସାରିଛି। ତେବେ ଜେରା ସମୟରେ ହସ୍ତଗତ ହୋଇଥିବା ଡାଏରୀକୁ ନେଇ ସସ୍ପେନସ ବଢିଥିଲା। ଏହାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଯାଞ୍ଚ ପାଇଁ ପଠାଇଥିଲା। ଆଜି ତାର ରିପୋର୍ଟ ଆସିବା ପରେ ଘଟଣାରେ ଏକ ନୂଆ ମୋଡ଼ ନେଇଛି। 

About the Author