ମଦ ପାଇଁ କରି ନଥିଲେ ଚାଖଣା ବ୍ୟବସ୍ଥା, ସାଙ୍ଗକୁ କଲା ନିର୍ମମ ହତ୍ୟା
Advertisement
Article Detail0/zeeodisha/odisha679720

ମଦ ପାଇଁ କରି ନଥିଲେ ଚାଖଣା ବ୍ୟବସ୍ଥା, ସାଙ୍ଗକୁ କଲା ନିର୍ମମ ହତ୍ୟା

ପ୍ରକୃତରେ ତାମିଲନାଡୁର ଚେଙ୍ଗଲପୁରା ଜିଲ୍ଲାର ଗୁଦୁଭାନଚେରୀ ସହରରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି କଥିତ ଭାବେ ନିଜ ୪୩ ବର୍ଷୀୟ ବନ୍ଧୁଙ୍କୁ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । କାରଣ ସେ ମଦ ସହିତ ଚାଖଣା ବ୍ୟବସ୍ଥା କରି ନଥିଲେ । ତେବେ ବାସୁ ନାମକ ଅଭିଯୁକ୍ତକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଚେନ୍ନାଇ: ଲକଡାଉନ୍ ମଧ୍ୟରେ ମଦର ଚାହିଦା ବଢ଼ିବାରେ ଲାଗିଛି । ଫଳରେ ବିଗତ ଦିନରେ ସରକାର ଲକଡାଉନ୍ ନିୟମକୁ କୋହଳ କରି ମଦ ଦୋକନା ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହାପରେ ଦେଶର ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ଏହି କ୍ରମରେ ତାମିଲନାଡୁର ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ଏଥିପାଇଁ ହତ୍ୟା କଲା ଯେ ମଦ ପାଇଁ ସେ ଚାଖଣା ବ୍ୟବସ୍ଥା କରି ନଥିଲେ ।  

ପ୍ରକୃତରେ ତାମିଲନାଡୁର ଚେଙ୍ଗଲପୁରା ଜିଲ୍ଲାର ଗୁଦୁଭାନଚେରୀ ସହରରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି କଥିତ ଭାବେ ନିଜ ୪୩ ବର୍ଷୀୟ ବନ୍ଧୁଙ୍କୁ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । କାରଣ ସେ ମଦ ସହିତ ଚାଖଣା ବ୍ୟବସ୍ଥା କରି ନଥିଲେ । ତେବେ ବାସୁ ନାମକ ଅଭିଯୁକ୍ତକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ ।

ଉଭୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟରେ ଦଲାଲ୍ ବା ବ୍ରୋକର ଭାବରେ କାମ କରୁଥିଲେ । ଅଧିକ ଆୟ ପାଇଁ କ୍ୟାବ୍ ଚଲାଉଥିଲେ । ଫୁଲ ବିକ୍ରି ମଧ୍ୟ କରୁଥିଲେ । ତାମିଲନାଡୁରେ ଲକଡାଉନ୍ ସମୟରେ ମଦ ଦୋକାନ ଖୋଲିବା ପରେ ଦୁହେଁ ମଦ ପିଇବାକୁ ଯୋଜନା କରିଥିଲେ । ଯୋଜନା ଅନୁଯାୟୀ ବିନାୟଗାମଙ୍କୁ ମଦ କିଣିବାକୁ ପଡୁଥିବାବେଳେ ଅନ୍ୟ ଜଣେ ବନ୍ଧୁ ବାସୁଙ୍କୁ ସାଇଡ୍ ଡିସ୍ ପାଇଁ ବତକର ମାଂସ କିଣି ରାନ୍ଧିବାର ଥିଲା । ବାସୁ ତାଙ୍କ ବନ୍ଧୁଙ୍କ ସହିତ ମଦ ପିଇବାକୁ ଏକ ଫାର୍ମକୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ସେମାନେ ପିଇବାକୁ ବସିଲେ । ବାସୁ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ସେ ବତକ ମାଂସ ଆଣି ନାହାଁନ୍ତି ।

ଏହା ଶୁଣି ବିନାୟଗାମ ବହୁତ ରାଗି ଯାଇଥିଲା । ଦୁହେଁ ଯୁକ୍ତିତର୍କ ଆରମ୍ଭ କଲେ । ବାସୁଙ୍କୁ ଛୁରୀ ମାଡ଼ି ବିନାୟଗାମ ଘଟଣାସ୍ଥଳରୁ ଫେରାଇ ହୋଇଯାଇଥିଲା । ପରେ ବିନାୟଗାମଙ୍କ ମୃତଦେହକୁ ଜଣେ ବ୍ୟକ୍ତି ଦେଖିଥିଲେ । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଟିମ୍ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

;