କୋରୋନା କଟକଣାକୁ ନେଇ ପୋଲିସ SI-ଗ୍ରାମବାସୀ ଧସ୍ତାଧସ୍ତି, ଭିଡିଓ ଭାଇରାଲ
Advertisement

କୋରୋନା କଟକଣାକୁ ନେଇ ପୋଲିସ SI-ଗ୍ରାମବାସୀ ଧସ୍ତାଧସ୍ତି, ଭିଡିଓ ଭାଇରାଲ

କିଛି ସ୍ଥାନରେ ଲୋକଙ୍କ ସଚେତନା ଅଭାବରୁ ନା ରହିଛି ମହାମାରୀ କୋରୋନାକୁ ଭୟ, ନା ରହିଛି ପୋଲିସ ପ୍ରଶାସନକୁ ଭୟ। ଲୋକଙ୍କୁ ସଚେତନ ବେଳେ ଜଣେ ପୋଲିସ ଅଧିକାରୀ ଦୁର୍ବ୍ୟବହାରର ଶିକାର ହୋଇଥିବା ନେଇ ଥାନାରେ ଅଭଯୋଗ ହୋଇଛି।

 ସୌ- ସୋସିଆଲ ମିଡିିଆ

ପ୍ରେମାନନ୍ଦ ପୂଜାରୀ, ଗଜପତି: ଭାଇରାଲ ହେଉଛି ପୋଲିସ ଓ କିଛି ଗ୍ରାମବାସୀଙ୍କ ମଧ୍ୟରେ ଚାଲିଥିବା ଅଶ୍ଳୀଳ ଗାଳିଗୁଳଜ ସହ ଧସ୍ତାଧସ୍ତି ହେବାର ଭିଡିଓ। ଆରୋପ ପତ୍ୟାରୋପରେ ଉଭୟ ଗାଳୁଗୁଳକ କରିବା ଅସାମାଜିକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ତଲଡା ଗ୍ରାମରେ।

ବିଶ୍ବ ମହାମାରୀ କୋରୋନା (Coronavirus) କବଳରୁ ରକ୍ଷା ପାଇବା ପାଇଁ ପୋଲିସ ପ୍ରଶାସନ ଦିନରାତି କର୍ତ୍ତବ୍ୟ ତୁଲାଇ ଆସୁଛନ୍ତି। ସରକାରଙ୍କ ନିୟମ କ଼ଡାକଡ଼ି ରହିଥିବା ବେଳେ କିଛି ସ୍ଥାନରେ ଲୋକଙ୍କ ସଚେତନା ଅଭାବରୁ ନା ରହିଛି ମହାମାରୀ କୋରୋନାକୁ ଭୟ, ନା ରହିଛି ପୋଲିସ ପ୍ରଶାସନକୁ ଭୟ। ଲୋକଙ୍କୁ ସଚେତନ ବେଳେ ଜଣେ ପୋଲିସ ଅଧିକାରୀ ଦୁର୍ବ୍ୟବହାରର ଶିକାର ହୋଇଥିବା ନେଇ ଥାନାରେ ଅଭଯୋଗ ହୋଇଛି। ସେପଟେ ଭିଡିଓରେ କିଛି ପୋଲିସ ଅଧିକାରୀ ଜଣକ ମଦ ପିଇ ଗାଳୁଗୁଳଜ କରୁଥିବା ନେଇ ଗ୍ରାମବାସୀ ଉକ୍ତ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି।

Also Read: ଢାବା ପାଲଟିଛି ଅପରାଧିଙ୍କ ଆଡ୍ଡା, ପୋଲିସ ଚଢାଇଲା ବୁଲଡୋଜର

ଗଜପତି (Gajapati) ଜିଲ୍ଲା ଆର.ଉଦୟଗିରି ଥାନା ତଲଡ଼ା ଗାଁରେ କିଛି ଲୋକ ସାମାଜିକ ଦୂରତ୍ୱକୁ ଭୁଲି ଏକାଠି ରୁଣ୍ଡ ହୋଇ ବସିଥିଲେ। ଏତିକି ବେଳେ ଏକ ଅପମୃତ୍ୟୁ ମାମଲାର ତଦନ୍ତ କରିବାକୁ ଯାଇଥିବା ସବଇନ୍ସପେକ୍ଟର ମୁକେଶ ଲାକ୍ରା ଲୋକଙ୍କୁ ଦେଖି କୋଭିଡ ନିୟମ ମାନିବାକୁ କହିଥିଲେ। କିନ୍ତୁ ଲୋକେ ସେ କଥା ନ ମାନି ପୋଲିସକୁ ଗାଳିଗୁଳଜ କରିବା ସହ ହତାହାତି ପରିସ୍ଥିତି ଉପୁଜିଥିଲା। ଏନେଇ ସବଇନ୍ସପେକ୍ଟର ମୁକେଶ ଲାକ୍ରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

fallback

ସେପଟେ ଲୋକେ କହୁଛନ୍ତି, ପୋଲିସ (Police) ଆମକୁ ଦୁର୍ବ୍ୟବହାର କଲା ଆଉ ପୋଲିସ୍ SI କହୁଛନ୍ତି ମୋତେ ସେମାନେ ଖରାପ ଆଚରଣ ପ୍ରଦର୍ଶନ କଲେ। ତେବେ କିଏ ସତ କହୁଛି? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏପଟେ ତଲଡା ଗାଁରେ ଗୁରୁବାର ଅପରାହ୍ଣରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ (viral video) ହେବାରେ ଲାଗିଛି। ଜଣେ ଥାନା SI ଲୋକଙ୍କ ଆକ୍ରୋଶ (Assult) ର ଶିକାର ହୋଇଛନ୍ତି। ଅନ୍ୟପଟେ ଲୋକେ ପୋଲିସ ବାବୁ ନିଶାଶକ୍ତ ଅବସ୍ଥାରେ ଗାଁକୁ ଯାଇଥିବା ଲେକେ ଅଭିଯୋଗ କରୁଛନ୍ତି।

Also Read: କୋରୋନା କାଳେ ମହାପ୍ରଭୁଙ୍କ ଜଳ କ୍ରୀଡା: ନରେନ୍ଦ୍ରରୁ ବାହାରିଲା ଡଙ୍ଗା, ଅକ୍ଷୟ ତୃତୀୟା ପୂର୍ବରୁ ସେବାୟତଙ୍କୁ ୨ଟି ଟିକା

ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ପ୍ରକାରେ, ତଲଡା ଗାଁ ଛକରେ କିଛି ଲୋକ ବସିଥିଲେ। ସେହି ସମୟରେ ଆର. ଉଦୟଗିରି ଥାନା SI ମୁକେଶ ଲାକ୍ରା ସେଠାକୁ ଆସି ଲୋକଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ SIଙ୍କ ସହ ଉପସ୍ଥିତ ଲୋକଙ୍କର ଟଣାଓଟରା ହୋଇଥିଲା। ତେଵେ ଏନେଇ ଫୋନରେ SI ଲାକ୍ରାଙ୍କ ସହ ଯୋଗାଯୋଗ କରିବାରୁ ଓଲଟା ଲୋକମାନେ ତାଙ୍କୁ ଖରାପ ବ୍ୟବହାର କରିଥିବା ସେ କହିଛନ୍ତି। ବହୁତ ଲୋକ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିବା ଯୋଗୁଁ ସେ ସ୍ଥାନ ଖାଲି କରିବା ପାଇଁ କହିଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ କିଛି ଲୋକ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ।