• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

ପଦାକୁ ଆସିଲା ହାଇଦରର ଆଡ଼ମିଶନ ଓ ରେଫର ରିପୋର୍ଟ

ଜୀ ମିଡିଆ ହାତରେ ଗ୍ୟାଙ୍ଗଷ୍ଟର ହାଇଦରର ଗୋଟାଏ କି ଦୁଇଟି ନୁହଁ ତିନି ତିନୋଟି ମେଡିକାଲ ଆଡ଼ମିଶନ ଓ ରେଫରାଲ ରିପୋଟ ହସ୍ତଗତ ହୋଇଛି। ବୁର୍ଲା VSSIMSARର ଇନଡୋରର ରେଜିଷ୍ଟରରେ ହାଇଦର ସମ୍ବଲପୁର ଜେଲରୁ ବୁର୍ଲାକୁ ଚିକିତ୍ସିତ ହେବା ପାଇଁ ଆସିଥିବା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି

ପଦାକୁ ଆସିଲା ହାଇଦରର ଆଡ଼ମିଶନ ଓ ରେଫର ରିପୋର୍ଟ
ଡିଜାଇନ ଫଟୋ

ସମ୍ବଲପରୁ: ପଦାକୁ ଆସିଲା ଗ୍ୟାଙ୍ଗଷ୍ଟର ହାଇଦରର ଆଡ଼ମିଶନ ଓ ରେଫର ରିପୋର୍ଟ। ଜୀ ମିଡିଆ ହାତରେ ଲାଗିଛି ବୁର୍ଲା VSSIMSARରେ ଏକାଧିକଥର ହାଇଦର ଭର୍ତ୍ତି ହୋଇଥିବା ପ୍ରମାଣ। ସେପଟେ ହାଇଦର ଚିକିତ୍ସା ପାଇଁ ଆସିନଥିବା VSSIMSAR ଅଧକ୍ଷ କହିଛନ୍ତି।

ଜୀ ମିଡିଆ ହାତରେ ଗ୍ୟାଙ୍ଗଷ୍ଟର ହାଇଦରର ଗୋଟାଏ କି ଦୁଇଟି ନୁହଁ ତିନି ତିନୋଟି ମେଡିକାଲ ଆଡ଼ମିଶନ ଓ ରେଫରାଲ ରିପୋଟ ହସ୍ତଗତ ହୋଇଛି। ବୁର୍ଲା VSSIMSARର ଇନଡୋରର ରେଜିଷ୍ଟରରେ ହାଇଦର ସମ୍ବଲପୁର ଜେଲରୁ ବୁର୍ଲାକୁ ଚିକିତ୍ସିତ ହେବା ପାଇଁ ଆସିଥିବା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ଗୋଟାଏ ପ୍ରେସକ୍ରିପ୍ସନରେ ହାଇଦରକୁ କଟକ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ଉଲ୍ଲେଖ ରହିଛି।

Also Read: ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଯାଇଛି!

ହସ୍ପିଟାଲ ରେଜିଷ୍ଟରରେ ସିରିଆଲ ନମ୍ବର, ହାଇଦରର ନାମ, ଠିକଣା, ବୟସ ବିଷୟରେ ଉଲ୍ଲେଖ ଥିବା ବେଳେ ତାରିଖ ଉଲ୍ଲେଖ ହୋଇନାହିଁ। ଏହାକୁ ନେଇ VSSIMSAR କତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ କାରଣରୁ ଓ କଣ ପାଇଁ ମେଡିକାଲ ରିପୋଟରେ ତାରିଖ ଉଲ୍ଲେଖ କରାଯାଇନାହିଁ ତାହା ସନ୍ଦେହ ପରିସରଭୁକ୍ତ। ତେବେ VSSIMSARରେ କେଉଁ ତାରିଖରେ ଗ୍ୟାଙ୍ଗଷ୍ଟାର ହାଇଦର (Gangster Hider) ଆସିଥିଲା ତାହା ସ୍ପଷ୍ଟ ହୋଇପାରୁ ନଥିବା ବେଳେ VSSIMSARର କତ୍ତୃପକ୍ଷଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

VSSIMSAR ଅଧିକ୍ଷକଙ୍କ କହିବା ଅନୁସାରେ ହାଇଦର (Hider) ବୁର୍ଲା (Burla) କୁ ଚିକିତ୍ସା ନିମନ୍ତେ ଆସିନଥିଲା ଓ ତାଙ୍କୁ କଟକ SCBକୁ ରେଫର ମଧ୍ୟ କରାଯାଇନାହିଁ। ହସ୍ପିଟାଲ ରିପୋର୍ଟ ଓ କତ୍ତୃପକ୍ଷଙ୍କ ବୟାନରେ ତାଳମେଳ ରହୁ ନାହିଁ। ତେଣୁ ଏବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଆବଶ୍ୟକ। ଜେଲ ଓ ହସ୍ପିଟାଲ ରେକର୍ଡ ମେଳାଇଲେ ବା ନିରପେକ୍ଷ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି।

Also Read: ଝରାଫୁଲ ମୃତ୍ୟୁ ମାମଲା: ଅମରେଶ ଗିରଫ, ପାତାଳି ହେଲା କି ଶେଖର ?

ସୂଚନାଯୋଗ୍ୟ, ଏକାଧିକ ମାମଲାର ଅଭିଯୁକ୍ତ ଗ୍ୟାଙ୍ଗଷ୍ଟ ସେକ୍ ହାଇଦର ଦୁଇ ଦିନ ତଳେ SCBରୁ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ବିଭିନ୍ନ ଜିଲ୍ଲାରେ ନାକାବନ୍ଦୀ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ତାର ପତ୍ତା ପାଇନାହିଁ। ସେପଟେ ଯୋଜନାବଦ୍ଧ ଭାବେ ଚକିତ୍ସା ପାଇଁ ହାଇଦରକୁ ସମ୍ବଲପୁର (Sambalpur) ରୁ କଟକ (Cuttack) ଆଣି ଫେରାର କରାଯାଇଥିବା ଅଭିଯୋଗ ହେଉଛି।