ଭିନ୍ନକ୍ଷମ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ନାବାଳକ ସମେତ ୪ ଗିରଫ
Advertisement

ଭିନ୍ନକ୍ଷମ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ନାବାଳକ ସମେତ ୪ ଗିରଫ

ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ୨୦ ବର୍ଷୀୟ ଭିନ୍ନକ୍ଷମ ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ୧୧ ବର୍ଷର ବାଳକ ମଧ୍ୟ ସାମିଲ ରହିଛି । ଜଣେ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବୋଲି କୁହାଯାଉଛି ।

ପ୍ରତୀକାତ୍ମକ ଫଟୋ

ଭୋପାଳ: ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ୨୦ ବର୍ଷୀୟ ଭିନ୍ନକ୍ଷମ ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ୧୧ ବର୍ଷର ବାଳକ ମଧ୍ୟ ସାମିଲ ରହିଛି । ଜଣେ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବୋଲି କୁହାଯାଉଛି । କୁହାଯାଉଛି ଯେ, ଅଭିଯୁକ୍ତଙ୍କ ମଧ୍ୟରେ ଏହି ଅଭିଯୁକ୍ତଙ୍କ ବୟସ ସବୁଠାରୁ ଅଧିକ । ଏହି ଘଟଣାକୁ ନିନ୍ଦା କରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ଟ୍ୱିଟରେ ଲେଖିଛନ୍ତି  ଯେ,  "ଛତ୍ରପୁରର ଖଡ୍ଡି ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ସହ ଦୁଷ୍କର୍ମ କରିବାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୁଁ ସରକାରଙ୍କ ଠାରୁ ଦାବି କରୁଛି ଯେ ଏହି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଭଳି ଘଟଣାକୁ ରୋକିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ।"