ସମ୍ବଲପୁର: ବୁର୍ଲା ଥାନା ଅନ୍ତର୍ଗତ ପିଡବ୍ଲୁଡି କଲୋନୀ ଅଂଚଳରେ ଚାଞ୍ଚଲ୍ୟ। ଗାଧୋଉଥିବା କିଛି ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ତେବେ ଅଭିଯୁକ୍ତମାନେ ଫାରାର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଗତକାଲି ବୁର୍ଲା (Burla) ପିଡବ୍ଲୁଡି କଲୋନୀର କିଛି ଯୁବତୀ ପାଖ କେନାଲକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କିଛି ଯୁବକ କେନାଲ ଭିତରକୁ ପଶି ଯୁବତୀମାନଙ୍କୁ ଅସଦାଚରଣ କରିଥିଲେ। କିଛି ଯୁବକ ଗାଧୋଉଥିବା ଯୁବତୀଙ୍କ ଅନ୍ତବସ୍ତ୍ର ଚିରିଦେବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଯୁବତୀମାନେ ଅଭିଯୋଗ କରିଛନ୍ତି। ଆଉ ଯଦି ପୋଲିସରେ ଖବର ଦେବେ ତା ହେଲେ ପରିସ୍ଥିତି ଗମ୍ଭୀର ହେବ ବୋଲି ଧମକ ଦେଇଥିବାର ମଧ୍ୟ ଅଭିଯୋଗ କରାଯାଇଛି।


Also Read: ପୁଣି ଚର୍ଚ୍ଚାରେ ଭୀମସାର; କର୍ମଚାରୀଙ୍କ କାରନାମାର ଭିଡ଼ିଓ ଭାଇରାଲ୍


ଯୁବତୀଙ୍କ ସହ ଅସଦାଚରଣ ଖବରପାଇ ସ୍ଥାନୀୟ ଜଣେ ବ୍ୟକ୍ତି ବାରଣ କରିବାରୁ ବ୍ୟକ୍ତି ଜଣଙ୍କୁ ଯୁବକମାନେ ମାରଣାସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି। ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ଯୁବତୀମାନେ ଗତକାଲି ରାତିରେ ଥାନାରେ ଲିଖିତ ଅଭିଯୋଗ (FIR) କରିଛନ୍ତି। ଅଭିଯୋଗ ପରେ ପୀଡିତାଙ୍କ ଡାକ୍ତରୀ ମାଇନା (Mediacal Test) ହୋଇଥିବା ବେଳେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ମାନେ ଫେରାର ହୋଇଯାଇଥିବା ଜଣାପଡିଛି।