Advertisement
Article Detail0/zeeodisha/odisha698373
Zee OdishaZee Odisha Crimeହ୍ୟାକରଙ୍କ ନୂଆ ଅସ୍ତ୍ର ଭର୍ଚୁଆଲ ଆକାଉଣ୍ଟ

ହ୍ୟାକରଙ୍କ ନୂଆ ଅସ୍ତ୍ର "ଭର୍ଚୁଆଲ ଆକାଉଣ୍ଟ"

ଟଙ୍କା ଠକେଇ ପାଇଁ ହ୍ୟାକରମାନେ ଆପଣାଇଛନ୍ତି ଏବେ ନୂଆ ପନ୍ଥା । ଭରଚୁଆଲ ଆକାଉଣ୍ଟ ଖୋଲି ହ୍ୟାକରମାନେ ଗ୍ରାହକଙ୍କ ଆକାଉଣ୍ଟରୁ ରାତାରାତି ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା,ଭୁବନେଶ୍ୱର: ଏବେ ଆଉ ମ୍ୟାସେଜ, ଓଟିପି ନୁହଁ ସିଧା ସଳଖ ଆକାଉଣ୍ଟରୁ ହେଉଛି ଠକେଇ । ପୂର୍ବରୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଓଟିପି କିମ୍ବା ମ୍ୟାସେଜ ଜରିଆରେ ହ୍ୟାକରମାନେ ଲୁଟି ଚାଲିଥିଲେ ଲକ୍ଷଲକ୍ଷ ଟଙ୍କା । ହେଲେ ଏବେ ହ୍ୟାକରମାନେ ଆପଣାଇଛନ୍ତି ନୂଆ ପନ୍ଥା । ବ୍ୟାଙ୍କ ଅଧିକାରୀଙ୍କୁ ହାତ କରି ହ୍ୟାକରମାନେ ଭରଚୁଆଲ ଆକାଉଣ୍ଟ ଖୋଲି ଲୁଟୁଛନ୍ତି ଟଙ୍କା । ଗ୍ରାହକଙ୍କ ମୋବାଇଲକୁ କୌଣସି ମ୍ୟାସେଜ କିମ୍ବା ଓଟିପି ଯାଇ ଆକାଉଣ୍ଟରୁ ରାତାରାତି ଗାୟବ ହୋଇଯାଉଛି ଟଙ୍କା ।

ଟଙ୍କା ଠକେଇ ପାଇଁ ହ୍ୟାକରମାନେ ଆପଣାଇଛନ୍ତି ଏବେ ନୂଆ ପନ୍ଥା । ଭରଚୁଆଲ ଆକାଉଣ୍ଟ ଖୋଲି ହ୍ୟାକରମାନେ ଗ୍ରାହକଙ୍କ ଆକାଉଣ୍ଟରୁ ରାତାରାତି ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । ଭୁବନେଶ୍ବରରେ ଅବସରପ୍ରାପ୍ତ ଶିକ୍ଷୟତ୍ରି କୁହନ୍ତୁ ବା ପୋଲିସ କର୍ମଚାରୀ ହ୍ୟାକରଙ୍କ ନଜରରୁ କେହି ବି ବର୍ତି ପାରୁନାହାନ୍ତି । ବିଶେଷ କରି ଅନଲାଇନ କିମ୍ବା ନେଟ ବ୍ୟାଙ୍କିଂ କରୁନଥିବା ବୟୋଜେଷ୍ଠ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକର । ପୂର୍ବରୁ ଓଟିପି କିମ୍ବା ମ୍ୟାସେଜ ଦେଇ ଗ୍ରାହକଙ୍କୁ ଭକୁଆ ବାନାଉଥିଲେ । ଏବେ କିନ୍ତୁ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ନେବା ପାଇଁ ଭରଚୁଆଲ ଆକାଉଣ୍ଟକୁ ବ୍ୟବହାର କରୁଛନ୍ତି ହ୍ୟାକର । ଟଙ୍କା ଲୁଟ ହେବା ପରେ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ବ୍ୟାଙ୍କର ଗ୍ରାହକ । ହେଲେ ବ୍ୟାଙ୍କ ଅଧିକାରୀ ଥାନାରେ ଅଭିଯୋଗ କରିବାକୁ କହି ଲିଜ ହାତ ଝାଡି ଦେଉଛନ୍ତି । ଭୁବନେଶ୍ବର କୋର୍ଟରେ କାମ କରୁଥିବା ଗୀତାଙ୍କ ଏଭଳି ଟଙ୍କା ଗାୟବ ହେବା ପରେ ତାଙ୍କ ମୁଣ୍ଡ ଗୁଡୁମ ହୋଇଯାଇଛି । ଥାନା ଓ ବ୍ୟାଙ୍କରେ ଅଭିଯୋଗ କରିବା ପରେ ବିଫଳ ହେବା ପରେ ସେ ରିଜର୍ଭ ବ୍ୟାଙ୍କରେ ମଧ୍ୟ ଅଭିଯୋଗ କରିଛନ୍ତି ।

ଭର୍ଚୁଆଲ ଆକାଉଣ୍ଟ ହେଉଛନ୍ତି ନୂଆ ପଦ୍ଧତିର ଏକ ବ୍ୟାଙ୍କ ଆକାଉଣ୍ଟ  । ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ଗ୍ରାହକଙ୍କ ସବୁ ପ୍ରକାର ତଥ୍ୟ ପାଉଛନ୍ତି ହ୍ୟାକର । ପରେ ସେହି ଆକାଉଣ୍ଟକୁ ନିଜ ମୋବାଇଲରେ କନେକ୍ଟ କରି ଓଟିପି ପାଉଛନ୍ତି  । ତାହା ପରେ ରାତାରାତି ପେ ଟିମ୍, ଗୁଗୁଲ ପେ, ଫୋନ ପେ ଭଳି ଥାର୍ଡ ପାର୍ଟି ଜରିଆରେ ଲୁଟି ନେଇଛନ୍ତି ଟଙ୍କା । ଏଭଳି କି ଟଙ୍କା ଲୁଟ ହେବା ପରେ ଗ୍ରାହକଙ୍କ ମୋବଇଲକୁ କୌଣସି ମ୍ୟାସେଜ ଆସୁନଥିବାରୁ ସେମାନେ ମଧ୍ୟ ଜାଣିପାରୁନହାନାନ୍ତି । ଏ ନେଇ ବିଭିନ୍ନ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସାଇବର ଏକ୍ସପର୍ଟ ନ ଥିବାରୁ ପୋଲିସ ମଧ୍ୟ ନାଚାର ଦେଖିବାକୁ ମିଳିଛି । ବ୍ୟାଙ୍କ ପକ୍ଷରୁ କୌଣସି ଟଙ୍କା ଉଠିବା ନେଇ ମ୍ୟାସେଜ ଆସୁନଥିବାରୁ ଗ୍ରହକ ରିଜର୍ଭ ବ୍ୟାଙ୍କରେ ଅଭିଯୋଗ ମଧ୍ୟ କରିଛନ୍ତି । ହେଲେ କୌଣସି ଫଳ ମିଳୁନାହିଁ । ଅନେକ ସମୟରେ ଲୋକଙ୍କୁ ସଚେତନ କରିବା ପରେ ମେସେଜ କିମ୍ବା ଓଟିପି ଜରିଆରେ ପ୍ରଡ କରିବା ମୁସକିଲ ହେବା ପରେ ଭର୍ଚୁଆଲ ଆକାଉଣ୍ଟ ଖୋଲି ହ୍ୟାକରମାନେ ଲୋକଙ୍କ ଟଙ୍କା ଲୁଟୁଥିବା କହିଛନ୍ତି ଏଥିକାଲ ହ୍ୟାକର ଲିଙ୍ଗରାଜ ସେଠୀ । ନିୟମ ଅନୁସାରେ ବିନା ମେସେଜ କିମ୍ବା ଓଟିପିରେ ଗ୍ରାହକଙ୍କ ବିନା ଜାଣତରେ ଟଙ୍କା ଗାୟବ ହେଲେ ବ୍ୟାଙ୍କ ଦାୟୀ ରହିବେ ଓ ୭ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଭୁଲ ମାନିବାକୁ ରାଜି ହେଉବଥିବା ଲିଙ୍ଗରାଜ କହିଛନ୍ତି । ଏ ସବୁ ଘଟଣା ପରେ ହ୍ୟାକରମାନେ ନାଚାର ଗ୍ରାହକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ନେଇ ଚାଲିଯାଉଛନ୍ତି । ହେଲେ ପୋଲିସ ହାତ ଧରି ବସିବା ଛଡା ଅନ୍ୟ କୌଣସି ରାସ୍ତା ନାହିଁ ।

Add Zee News as a Preferred Source
About the Author