• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ହାଥରସରେ ଆଉ ଏକ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ

ପରିଜନଙ୍କ ଦାବି ଏହା ଯେ, ଯେ ପର୍ଯ୍ୟନ୍ତ ସଠିକ୍ ଅଭିଯୁକ୍ତଙ୍କୁ ଗିରଫ କରା ନଯାଉଛି ଓ ଇଗ୍ଲାସ୍ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ନ କରାଯାଉଛି, ସେପର୍ଯ୍ୟନ୍ତ ସେମାନ ଅନ୍ତିମ ସଂସ୍କାର କରିବେ ନାହିଁ ।

ହାଥରସରେ ଆଉ ଏକ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହାଥରସରେ ଆଉ ଏକ ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ମୁଖ୍ୟତଃ ୧୫ ଦିନ ପୂର୍ବେ ସାଦାବାଦ ଅଞ୍ଚଳରେ ମଇ ଜଟାଇ ନିବାସୀ ୬ ବର୍ଷୀୟ ନାବାଳିକା ସହ ଅଲିଗଡ଼ ଜିଲ୍ଲାର ଇଗଲାସ ଗାଁରେ ଦୁଷ୍କର୍ମ ଘଟଣା ଘଟିଥିଲା । ନାବାଳିକାଙ୍କ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । ପରେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ କ୍ରୋଧିତ ପରିବାର ସଦସ୍ୟ ମୃତଦେହକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଛନ୍ତି ।

ପରିଜନଙ୍କ ଦାବି ଏହା ଯେ, ଯେ ପର୍ଯ୍ୟନ୍ତ ସଠିକ୍ ଅଭିଯୁକ୍ତଙ୍କୁ ଗିରଫ କରା ନଯାଉଛି ଓ ଇଗ୍ଲାସ୍ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ନ କରାଯାଉଛି, ସେପର୍ଯ୍ୟନ୍ତ ସେମାନ ଅନ୍ତିମ ସଂସ୍କାର କରିବେ ନାହିଁ । ଘଟଣାସ୍ଥଳରେ ବହୁ ପରିମାଣର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି, କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ପୋଲିସ ସଠିକ୍ ଅଭିଯୁକ୍ତକୁ ଧରିନାହିଁ ।

ଝିଅର ବାପା କହିଛନ୍ତି ଯେ, ତିନିମାସ ପୂର୍ବେ ମୋର ୨ ଝିଅ ତାଙ୍କର ମାଉସୀ ନିଜ ଘରକୁ ନେଇ ଯାଇଥିଲେ । ମାଉସୀ ପୁଅ ସେଠାରେ ଝିଅ ସହ ଦୁଷ୍କର୍ମ କରିଥିଲା । ମୋର ଦାବି ମୋର ବଡ ଝିଅକୁ ଫେରାଇ ଅଣାଯାଉ ଓ ସଠିକ୍ ଅଭିଯୁକ୍ତକୁ ଗିରଫ କରିକରାଯାଉ । ବର୍ତ୍ତମାନ ପୋଲିସ ଯେଉଁ ଭୁଲ ଯୁବକଙ୍କୁ ଗିରଫ କରିଛି, ସେ ମାନସିକ ବିକୃତ ।

ଏହି ମାମଲାରେ ସାଦାବାଦର ଡିଏସପି ବ୍ରହ୍ମ ସିଂ କହିଛନ୍ତି ଯେ, ଝିଅର ମାଆଙ୍କର ମୃତ୍ୟୁ ପରେ ସେ ତାଙ୍କ ମାଉସୀ ସହିତ ରହୁଥିଲେ । ମାଉସୀ ପୁଅ ଏହି ଘଟଣା ଘଟାଇଛି । ଇଗ୍ଲାସର ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି । ଘଟଣା ସ୍ଥଳରେ ଆଲିଗଡ ଏଏସପି ମଧ୍ୟ ଉପସ୍ଥିତ ଅଛନ୍ତି ।