Advertisement
Article Detail0/zeeodisha/odisha2725724
Zee OdishaZee Odisha CrimeCrime News: ବହୁ ଚର୍ଚ୍ଚିତ ଡେଲାଙ୍ଗ ନାବାଳକ ନିଖୋଜ ଘଟଣାର ପର୍ଦ୍ଧାଫାଶ, ଅପହରଣ ନୁହେଁ କରାଯାଇଥିଲା ହତ୍ୟା..

Crime News: ବହୁ ଚର୍ଚ୍ଚିତ ଡେଲାଙ୍ଗ ନାବାଳକ ନିଖୋଜ ଘଟଣାର ପର୍ଦ୍ଧାଫାଶ, ଅପହରଣ ନୁହେଁ କରାଯାଇଥିଲା ହତ୍ୟା..

Crime News: ଶିଶୁଙ୍କ ବାପାଙ୍କ ସହ ପୂର୍ବ ଶତୃତା ଥିଲା। ବିଭିନ୍ନ ବ୍ୟବସାୟୀକ ଓ ଗାଁ ବିବାଦ ଥିଲା। ଅଧିକ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ଶିଶୁର ପ୍ରାଇଭେଟ୍ ପାର୍ଟି କାଟିବା ଉପରେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯିବ। ତେବେ ଅଭିଯୁକ୍ତ ଓ ତାର ପରିବାର କିଛି ବର୍ଷ ହେବ ତାଙ୍କ ଶଶୁର ଘରେ ରହୁଥିଲେ। 

Crime News: ବହୁ ଚର୍ଚ୍ଚିତ ଡେଲାଙ୍ଗ ନାବାଳକ ନିଖୋଜ ଘଟଣାର ପର୍ଦ୍ଧାଫାଶ, ଅପହରଣ ନୁହେଁ କରାଯାଇଥିଲା ହତ୍ୟା..

Crime News: ବହୁ ଚର୍ଚ୍ଚିତ ଡେଲାଙ୍ଗ ନାବାଳକ ନିଖୋଜ ଘଟଣାର ପର୍ଦ୍ଧାଫାଶ। ନାବାଳକ ଆଶିର୍ବାଦ ସାହୁଂକୁ ନିଖୋଜ ନୁହେଁ ବରଂ ଅପହରଣ କରାଯାଇ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ଘଟଣା ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଏସପି ବିନିତ ଅଗ୍ରୱାଲଙ୍କ। ଗତ ୧୫ତାରିଖରୁ ନିଖୋଜ ଥିଲା ନାବାଳକ ଆଶିର୍ବାଦ। ଡେଲାଙ୍ଗ ଥାନାରେ ହୋଇଥିଲା ମାମଲା। ୧୪୫/୨୫ ଓ ଦଫା ୧୩୭ ,୨ ଦଫାରେ ମାମଲା ରୁଜୁ ହେବା ସହ ମଲ୍ଟିବଲ ଟିମ୍ ଗଠନ କରି ମଲ୍ଟିବଲ ଦିଗରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ କିଛି ଠୋସ ତଥ୍ଯ ହସ୍ତଗତ ହେବା ପରେ ଅଭିଯୁକ୍ତକୁ ଆପ୍ରେହେଣ୍ଡ କରାଯାଇଥିଲା। 

ବିଭିନ୍ନ ଦିଗରୁ ଇଣ୍ଟୋରେଗେସନ କରିବା ସହ ଏକ୍ଜାମିନ କରାଯିବା ପରେ ଅଭିଯୁକ୍ତ ଦୋଷ ସ୍ଯୁକାର କରିଥିଲା। ଶିଶୁକୁ ସେଫଟି ଲାଟିନ ଟାଙ୍କିରେ ରଖିଥିବା କହିଥିଲା। ଟିମ୍ ଗାଁରୁ ମୃତଦେହକୁ ଉଦ୍ଧାର କରିଥିଲା। ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ କରାଯିବ। ଆଉ ଅଭିଯୁକ୍ତକୁ ଅଧିକ ପଚରାଉଚରା କରାଯାଉଛି। ଶିଶୁଙ୍କ ବାପାଙ୍କ ସହ ପୂର୍ବ ଶତୃତା ଥିଲା। ବିଭିନ୍ନ ବ୍ୟବସାୟୀକ ଓ ଗାଁ ବିବାଦ ଥିଲା। ଅଧିକ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ଶିଶୁର ପ୍ରାଇଭେଟ୍ ପାର୍ଟି କାଟିବା ଉପରେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯିବ। ତେବେ ଅଭିଯୁକ୍ତ ଓ ତାର ପରିବାର କିଛି ବର୍ଷ ହେବ ତାଙ୍କ ଶଶୁର ଘରେ ରହୁଥିଲେ। 

ଘଟଣା ଦିନ ଅଭିଯୁକ୍ତ ପ୍ରଭାକର ସାହୁ ଡେଲାଙ୍ଗକୁ ଆସି ଘରେ ଥିବା ଜଣାପଡିଥିଲା। ଏଣୁ ସ୍ୱତନ୍ତ୍ର ଟିମ୍ ତାକୁ ପଚରାଉଚରା କରିବା ପରେ ସବୁ ତଥ୍ଯ ଜଣାପଡିଥିଲା। ତେବେ ସାଇଣ୍ଟିଫିକ ଟିମ୍, ଟେକ୍ନିକାଲ ଟିମ୍, ଟାଙ୍ଗି ପୁଲିସ ଓ ଭୁବନେଶ୍ଵର କମିଶନରେଟ ପୋଲିସର ସହଯୋଗ ଯୋଗୁଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି।

Add Zee News as a Preferred Source
About the Author