ହନିଟ୍ରାପରେ ଫସିଗଲେ ବ୍ୟବସାୟୀ
Advertisement

ହନିଟ୍ରାପରେ ଫସିଗଲେ ବ୍ୟବସାୟୀ

honeytrap: ଦେହସୁଖ ପାଇଁ ଶରୀର ପୀଡ଼ା...

ହନିଟ୍ରାପରେ ଫସିଗଲେ ବ୍ୟବସାୟୀ

ଭୁବନେଶ୍ୱର,HoneyTrap: ରାଜଧାନୀରେ ବଢି ଚାଲିଛି ଲୁଟପାଟର ଅଜବ ତରିକା । ଦେହଜୀବୀଙ୍କୁ ଶାରିରୀକ ସୁଖ ପାଇଁ କିଛି ଦଲାଲମାନେ ବ୍ୟବହାର କରୁଥିବା ବେଳେ ଏବେ କିନ୍ତୁ ଦେହଜୀବୀଙ୍କ ଫଟୋ ଦେଖାଇ ଲୁଟପାଟ ଆରମ୍ଭ କରିଦେଇଛନ୍ତି. ଯାହାର ସଦ୍ୟ ଉଦାହରଣ ହେଉଛି ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ଲୁଟ ଘଟଣା. ଲୁଟରେ ସାମିଲ ଥିବା ଦୁଇ ଖଣ୍ଡଗିରି ଥାନା ପୋଲିସ ଆଜି ୨ ଜଣ ଏମିତି ଯୁବକଙ୍କୁ ଗିରଫ କରିଛି ଯେଉଁମାନେ ସୁନ୍ଦରୀ ଯୁବତୀଙ୍କ ଲାଳସା ଦେଖାଇ ଧନୀକ ଶ୍ରେଣୀର ଲୋକମାନଙ୍କୁ ପାଖକୁ ଡାକୁଥିଲେ ଓ ସେମାନଙ୍କୁ ମାଡ ମାରି ସବୁ ଲୁଟ୍ ପାଟ କରି ନେଇ ଯାଉଥିଲେ । ପୋଲିସ ଏହି ଗାଙ୍ଗର ୨ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଫେରାର ଅଛନ୍ତି । 

ସୁନ୍ଦରୀ ଯୁବତୀ ଲୋଭରେ ଫସିଲେ ବ୍ୟବସାୟୀ । ଦେହ ସୁଖ ମେଣ୍ଟାଇବାକୁ ଆସି ଲୁଟର ହେଲେ ଶିକାର । ଧନ ଗଲା, ସମ୍ମାନ ଗଲା ତାହା ସହ ଶରୀର ପୀଡାର ମଧ୍ୟ ଶିକାର ହେଲେ. ଲୋକଲଜ୍ଜାର ଶିକାର ବି ହେଲେ ତାଳଚେରର ବ୍ୟବସାୟୀ । ଘଟଣାଟି ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧିନରେ । ପୋଲିସ ସୂଚନା ଅନୁସାରେ ବ୍ୟବସାୟୀ ରତି ରଂଜନ ସିଂ ତାଳଚେରରେ ରୁହନ୍ତି । ଭୁବନେଶ୍ୱରରେ ରହୁଥିବା ଅମର ସେନାପତିଙ୍କ ତାଙ୍କର ପରିଚୟ ଅଛି । ରତିଙ୍କ ୱାଟ୍ସ ଅପକୁ ଗିରଫ ଅମର କିଛି ସୁନ୍ଦରୀ ଯୁବତୀଙ୍କ ଫଟୋ ପଠାଇଥିଲା । କହିଥିଲା ଏମାନେ ସବୁ ଅଣଓଡିଆ ଦେହଜୀବୀ, ଭୁବନେଶ୍ୱର ଆସିଛନ୍ତି । ଯଦି ସେ ପସନ୍ଦ କରନ୍ତି ତାହେଲେ ଭୁବନେଶ୍ୱର ଆସିବାକୁ ହେବ । 

ଏପରି ଫଟୋ ଦେଖିବା ପରେ ୧୩ ତାରିଖରେ ରତି ନିଜ କାର ଧରି ଆସିଥିଲେ ରାଜଧାନୀ । ଏକ ଘରୋଇ ମେଡିକାଲରେ କାମ ସାରି ଅମରକୁ ଫୋନ କରିଥିଲେ । ଏହା ପରେ ଅମର ନିଜର ଆଉ ଏକ ସାଙ୍ଗ ମନୋଜ ଗଉଡକୁ ନେଇ ରତିଙ୍କୁ ଖଣ୍ଡଗିରି ଥାନା ଅଞ୍ଚଳରେ ଭେଟିଥିଲେ । କହିଥିଲେ ଯୁବତୀଙ୍କୁ ଭେଟିବାକୁ ହେଲେ ଚନ୍ଦ୍ରଶେଖରପୁର ଯିବାକୁ ହେବ । ଏହା ପରେ କାର ସହ ରତିଙ୍କୁ ଅମର ଓ ମନୋଜ ନେଇ ଚାଲିଯାଇଥିଲେ । 

ଚନ୍ଦ୍ରଶେଖରପୁରର ତାରିଣୀ ନଗର ବସ୍ତିରେ ପହଞ୍ଚିବା ପରେ ଏକ ଘରେ ରତିଙ୍କୁ ବନ୍ଦ କରି ନିର୍ଧୁମ୍ ମାଡ ମାରିଥିଲେ ମନୋଜ ଓ ଅମର । ଏହା ସହ ୧୧ ହଜାର ଟଙ୍କା, ମୋବାଇଲ୍ ଫୋନ୍ ସମେତ ରତିଙ୍କ ଏକ ଦାମୀ କାର ନେଇ ଫେରାର ହୋଇ ଯାଇଥିଲେ । ଏହି ଅପରହରଣରେ ଘରର ମାଲିକ ବି ସମ୍ପୃକ୍ତ ଅଛନ୍ତି । ମାଡ ଓ ଲୁଟ ପାଟ ପରେ ରତିଙ୍କୁ ଅଧାରାସ୍ତାରେ ଛାଡି ଦେଇ ଫେରାର ହୋଇ ଗଲେ ଉଭୟ । 

ପରେ ରତି ବହୁ କଷ୍ଟରେ ଖଣ୍ଡଗିରି ଥାନାରେ ପହଞ୍ଚି ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ମନୋଜ ଅମରଙ୍କ ସହ ଆନ୍ୟ ୩ ଜଣ ନିୟମିତ ଏପରି ଯୁବତୀଙ୍କ ଲୋଭ ଦେଖାଇ ଧନୀ ଲୋକଙ୍କୁ ଲୁଟ କରିଥାନ୍ତି । ତଦନ୍ତରେ ପୋଲିସ ଅମର ଓ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ମାମଲାରେ ସଂପୃକ୍ତ ୫ ଜଣଙ୍କ ମଧ୍ୟରୁ ୨ ଜଣ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର ଅଛନ୍ତି । କାର, ୧୧ ହଜାର ଟଙ୍କା ଓ ଫୋନକୁ ଉଦ୍ଧାର କରିଛି ପୋଲିସ ।