ପାଠରେ ଦୁର୍ବଳ ବୋଲି ପୁଅକୁ ଜାଳିଦେଲା ଜହ୍ଲାଦ ବାପା
Advertisement

ପାଠରେ ଦୁର୍ବଳ ବୋଲି ପୁଅକୁ ଜାଳିଦେଲା ଜହ୍ଲାଦ ବାପା

ଭଗବାନଙ୍କ ପ୍ରମାଣ ପାଇବା ପାଇଁ ନିଜ ପୁଅକୁ ରାଜା ହିରଣ୍ୟକଶ୍ୟପ ଜୀବନ୍ତ ଜାଳିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏବେ ପାଠରେ ଦୁର୍ବଳ ବୋଲି ନିଜ ସନ୍ତାନକୁ ଜାଳିଛି ଜହ୍ଲାଦ ବାପା। ଏଭିଳି ଏକ ଚାଞ୍ଚଲ୍ୟକର ଘଟଣା ରବିବାର ରାତିରେ ହାଇଦ୍ରାବାଦର କୁକୁଟପଲ୍ଲି ଥାନା ଅଞ୍ଚଳରେ ଘଟିଛି। ଗୁରୁତର ଅବସ୍ଥାରେ ନାବାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାଠରେ ଦୁର୍ବଳ ବୋଲି ପୁଅକୁ ଜାଳିଦେଲା ଜହ୍ଲାଦ ବାପା

ହାଇଦ୍ରାବାଦ: ଏହି କଳିଯୁଗରେ ବି ବଞ୍ଚିଛନ୍ତି ହିରଣ୍ୟକଶ୍ୟପ! ସେତେବେଳେ ଭଗବାନଙ୍କ ପ୍ରମାଣ ପାଇବା ପାଇଁ ନିଜ ପୁଅକୁ ରାଜା ହିରଣ୍ୟକଶ୍ୟପ ଜୀବନ୍ତ ଜାଳିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏବେ ପାଠରେ ଦୁର୍ବଳ ବୋଲି ନିଜ ସନ୍ତାନକୁ ଜାଳିଛି ଜହ୍ଲାଦ ବାପା। ଏଭିଳି ଏକ ଚାଞ୍ଚଲ୍ୟକର ଘଟଣା ରବିବାର ରାତିରେ ହାଇଦ୍ରାବାଦର କୁକୁଟପଲ୍ଲି ଥାନା ଅଞ୍ଚଳରେ ଘଟିଛି। ଗୁରୁତର ଅବସ୍ଥାରେ ନାବାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁକୁଟପଲ୍ଲି ପୋଲିସ (kphb police) ର କହିବା ଅନୁସାରେ, ରବିବାର ରାତିରେ ନିଶାସକ୍ତ ଅବସ୍ଥାରେ ଜୈନିକ ବ୍ୟକ୍ତ ତାଙ୍କ ନାବାଳକ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେ ତାଙ୍କ ୧୦ ବର୍ଷର ପୁଅ ଉପରେ ତାରପିନ ତେଲ ଢାଳି ନିଆଁ ଲଗାଇଦେଇଥିଲେ। ତେବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଗାନ୍ଧୀ ହସ୍ପିଟାଲ (Gandhi Hospital) ରେ ଭର୍ତ୍ତି କରିଛନ୍ତି। ପୀଡିତଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଅଂଶ ପୋଡି ଯାଇଥିବା ଡାକ୍ତର କହିଛନ୍ତି।

Also Read: ମଦ ବେପାର ପାଲଟିଲା କାଳ, ଝିଅକୁ ହତ୍ୟା ପାଇଁ ମା'ର ସୁପାରୀ

ତେବେ ପୁଅକୁ ନିଆଁ ଲଗାଇବା (father set fire son) ନେଇ ଅଭିଯୁକ୍ତ ବାପା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ପିଲା ପାଠରେ ଦୁର୍ବଳ (Poor in study) । ସେ ଭଲ ମାର୍କ ରଖୁ ନାହିଁ କି ନିୟମିତ ଭାବେ ଟ୍ୟୁସନ ମଧ୍ୟ ଯାଉନାହିଁ। ଯେଉଁଥିପାଇଁ ବିରକ୍ତ ହୋଇ ସେ ଷଷ୍ଠ ଶ୍ରେଣୀରେ ପଢୁଥିବା ପୁଅ ଉପରେ ତାରପିନ ତେଲ (Tarpin Oil) ଢାଳି ନିଆଁ ଲଗାଇ ଦେଇଥିଲେ। ସେପଟେ ପୋଲିସ ଏହାର ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଅଭିଯୁକ୍ତ ଜଣେ ଶ୍ରମିକ। ଘଟଣା ଦିନ ସନ୍ଧ୍ୟାରେ ସେ କାମରୁ ଫେରି ପୁଅକୁ ସିଗାରେଟ ଆଣିବା ପାଇଁ ଦୋକାନକୁ ପଠାଇଥିଲା। ସେ ଆସିବା ପରେ ତାକୁ ପାଠପଢା ନେଇ ନିସ୍ତୁକ ମାଡ ମାରିଥିଲା। ଏଥିରେ ମାଆ ହସ୍ତକ୍ଷେପ କରିବାକୁ ତାଙ୍କୁ ଧକ୍କା ଦେଇ ବାହାରକୁ ପଠାଇଦେଇଥିଲା। ପରେ ନିକଟରେ ଥିବା ତାରପିନ ତେଲ ଡବା କାଢି ପୁଅ ଉପରେ ଢାଳିଥିଲା। ଆଉ ନିଜ ସିଗାରେଟ ଜଳାଇ ପୁଅ ଉପରେ ମାଚିସ ଫିଙ୍ଗିଥିଲା। ତେବେ ଜୀବନ ବିକଳରେ ଜଳୁଥିବା ଅବସ୍ଥାରେ ନାବାଳକ ବାହାରକୁ ଧାଇଁଥିଲେ।