ଗଫୁରଙ୍କ ଶୁଭେଚ୍ଛା ବାର୍ତ୍ତା, ଭାରତର କଡ଼ା ସମାଲୋଚନା
ପାକିସ୍ତାନ ସେନାର ମୁଖପାତ୍ର ଆସିଫ ଗଫୁର ଟ୍ୱିଟଟର ମାଧ୍ୟମରେ ଦେଇଥିବା ଶୁଭେଚ୍ଛା ବାର୍ତ୍ତାକୁ ନେଇ ଓଡ଼ିଶା ସହିତ ସମଗ୍ର ଦେଶରେ ବିରୋଧାଭାଷ ପ୍ରକାଶ ପାଇଛି। ଟ୍ୱିଟର ମାଧ୍ୟମରେ ଶୁଭେଚ୍ଛା ଆଳରେ ସେ ଓଡ଼ିଶାକୁ ଟାର୍ଗେଟ କରିଛନ୍ତି। ଏହି ବାର୍ତ୍ତାରେ ସେ କହିଛନ୍ତି କି ପାକିସ୍ତାନ ସହିତ ବିଶ୍ୱର ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ବଡ଼ଦିନର ଶୁଭେଚ୍ଛା। ବିଶେଷ କରି ଓଡ଼ିଶା ଭଳି ରାଜ୍ୟରେ ହିନ୍ଦୁତ୍ୱବାଦୀ ପରିବେଶରେ ରହୁଥିବା ଖ୍ରୀଷ୍ଟିଆନମାନଙ୍କୁ ମେରି ଖ୍ରୀଷ୍ଟମାସ।
Trending Photos
)
ଭୁବନେଶ୍ୱର: ପାକିସ୍ତାନ ସେନାର ମୁଖପାତ୍ର ଆସିଫ ଗଫୁର ଟ୍ୱିଟଟର ମାଧ୍ୟମରେ ଦେଇଥିବା ଶୁଭେଚ୍ଛା ବାର୍ତ୍ତାକୁ ନେଇ ଓଡ଼ିଶା ସହିତ ସମଗ୍ର ଦେଶରେ ବିରୋଧାଭାଷ ପ୍ରକାଶ ପାଇଛି। ଟ୍ୱିଟର ମାଧ୍ୟମରେ ଶୁଭେଚ୍ଛା ଆଳରେ ସେ ଓଡ଼ିଶାକୁ ଟାର୍ଗେଟ କରିଛନ୍ତି। ଏହି ବାର୍ତ୍ତାରେ ସେ କହିଛନ୍ତି କି ପାକିସ୍ତାନ ସହିତ ବିଶ୍ୱର ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ବଡ଼ଦିନର ଶୁଭେଚ୍ଛା। ବିଶେଷ କରି ଓଡ଼ିଶା ଭଳି ରାଜ୍ୟରେ ହିନ୍ଦୁତ୍ୱବାଦୀ ପରିବେଶରେ ରହୁଥିବା ଖ୍ରୀଷ୍ଟିଆନମାନଙ୍କୁ ମେରି ଖ୍ରୀଷ୍ଟମାସ।
ଗଫୁରଙ୍କ ଏହି ଟ୍ୱିଟରକୁ ନେଇ ସମଗ୍ର ଦେଶରେ ପ୍ରବଳ ସମାଲୋଚନା କରାଯାଇଛି। ଏପରିକି ଓଡ଼ିଶାରେ ମଧ୍ୟ ଘୋର ବିରୋଧ କରାଯାଇଛି ଏହି ବାର୍ତ୍ତାକୁ। ପାକିସ୍ତାନକୁ ସମାଲୋଚନା କରି ବିଜେଡ଼ି ସାଂସଦ ସସ୍ମିତ ପାତ୍ର କହିଛନ୍ତି କି, ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବେଶ ସୁରକ୍ଷିତ ଏବଂ ସଶକ୍ତ ରହିଛନ୍ତି। ପାକିସ୍ତାନ ଭଳି ସେମାନେ ଏଠାରେ ନିର୍ଯାତିତ ହେଉନାହାନ୍ତି ବୋଲି ସସ୍ମିତ କହିଛନ୍ତି।
So says a man sitting at the epicentre of genocide against religious and ideological minorities।
घर के ईसाई मार दिए, आज पड़ोसियों की चिंता है?
इन बड़बोलों से कह दो जरा, भारत में सब जिंदा हैं।
And Merry Christmas, also to the remaining few Christians in Pakistan। https://t।co/qCYrIs3JtZ
— Dharmendra Pradhan (@dpradhanbjp) December 25, 2019
Please hear a young Christian MP from Odisha (since you referred to Odisha), slamming Pakistan's anti-minority barbarism before 170 countries this year at 141st Inter-Parliamentary Union, Belgrade। Christians in Odisha are safe, strong and empowered। Not butchered as in Pakistan! pic।twitter।com/hbAEBMylnt
— Dr। Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) December 25, 2019
ସେହିପରି ପାକିସ୍ତାନ ଓ ଗଫୁରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବେଶ କଡ଼ା ସମାଲୋଚନା କରିଛନ୍ତି । ସେ ଟ୍ୱିଟରମାଧ୍ୟମରେ ସୂଚନା ଦେଇ କହିଛନ୍ତି କି, ଦେଶରେ ବସବାସ କରୁଥିବା ଖ୍ରୀଷ୍ଟାବଲମ୍ବୀ ମାନଙ୍କୁ ହତ୍ୟା କରାଯାଉଛି। ତାହା ଉପରେ ଗଫୁରଙ୍କ ଚିନ୍ତା ନାହିଁ। ମାତ୍ର ଅନ୍ୟ ରାଜ୍ୟ ପାଇଁ ଗଫୁର ବେଶ ଚିନ୍ତିତ ଥିବା ଭଳି ଜଣାପଡ଼ୁଛି। ଏମାନଙ୍କୁ କହିଦେଉଛୁ ଯେ ଭାରତରେ ସମସ୍ତେ ସୁରକ୍ଷିତ ଏବଂ ସଶକ୍ତ ଭାବେ ଜୀବନ ବିତାଉଛନ୍ତି।
ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ବେଶ ସମାଲୋଚନା କରିଛନ୍ତି ଗଫୁରଙ୍କୁ। ଟ୍ୱିଟର ମାଧ୍ୟମରେ ସେ ଲେଖିଛନ୍ତି କି, ଗଫୁର ଜୀ, ଆପଣ ପ୍ରଥମେ ଇତିହାସ ପଢନ୍ତୁ। ତା ପରେ ଇତିହାସ ଅପଣଙ୍କୁ ସବୁକିଛି କହିଦେବ।
Just read History ।।।। Then ।।।। History will Remind U ।।।।
— PRAMILA MALLIK (@pramila_mallick) December 26, 2019
ସୂଚନାଯୋଗ୍ୟ ଯେ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ୍, ଧାରା ୩୭୦ ଉଚ୍ଛେଦ ଓ ନିକଟରେ ସିଏଏକୁ ନେଇ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିବା ପାଇଁ ପାକିସ୍ତାନ ଜୋରଦାର ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଛି।