• ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ
  • ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ
  • ଦୋକାନୀ ସହ କର୍ମଚାରୀ ଟିକା ନେବା ବାଧ୍ୟତାମୂଳକ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୧୬୭ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୨ ହଜାର ୬୪୦ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି ୨୯୫୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩୮ ଜଣଙ୍କ ଜୀବନ ନେଲା କୋରୋନା
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୮୮ ହଜାର ୩୫୫କୁ ବୃଦ୍ଧି
  • ଟିକାକରଣରେ ଭାରତର ରେକର୍ଡ; ଦିନକରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଚିକା
  • ୨ୟ ବର୍ଷ ପାଇଁ ଅମରନାଥ ଯାତ୍ରା ବନ୍ଦ

ଅନ୍ୟ ଜାତିରେ ବିବାହର ଦଣ୍ଡ: ପରିବାର ବାସନ୍ଦ, ମହିଳାଙ୍କୁ ଲକ୍ଷେ ଜରିମାନା ସହ ୫ ଜଣଙ୍କ ଛେପ ଚାଟିବାକୁ ନିର୍ଦ୍ଦେଶ

୨୦୧୧ରେ ମହାରାଷ୍ଟ୍ରର ଜଲଗାଓଁର ଚୋପ୍ରା ତାଲୁକର ଚାରହଡି ଗାଁରେ ରହୁଥିବା ଜଣେ ମହିଳା ଆକୋଲା ଜିଲ୍ଲାର ବାଜଗାଓଁର ସାଇନାଥ ନାଗୋ ବାବରଙ୍କୁ ବିବାହ କରିଥିଲେ। ବିବାହ ପରେ ମଦ୍ୟପ ଅନେକ ସମୟରେ ମହିଳାଙ୍କୁ ମାଡ ମାରୁଥିଲେ। 

ଅନ୍ୟ ଜାତିରେ ବିବାହର ଦଣ୍ଡ: ପରିବାର ବାସନ୍ଦ, ମହିଳାଙ୍କୁ ଲକ୍ଷେ ଜରିମାନା ସହ ୫ ଜଣଙ୍କ ଛେପ ଚାଟିବାକୁ ନିର୍ଦ୍ଦେଶ
ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରର ଜଲଗାଓଁରେ ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁ ପଞ୍ଚାୟତ ମହିଳାଙ୍କ ଉପରେ ଲକ୍ଷେ ଟଙ୍କା ଜରିମାନା ଲଗାଇଛନ୍ତି। ଏହା ବ୍ୟତୀତ ପଞ୍ଚାୟତର ୫ ଜଣଙ୍କ ଛେପ ଚାଟିବା ଏବଂ ମୁଣ୍ଡରେ ଚପଲ ଧରି ପୁରା ଗାଁ ବୁଲିବା ପାଇଁ ପଞ୍ଚାୟତ ମଧ୍ୟ ନିର୍ଦ୍ଦେଶ ଦେଇଛି। ଏହି ମହିଳା ଅକୋଲା ଜିଲ୍ଲାର ନାଥଜୋଗୀ ସମ୍ପ୍ରଦାୟର ଅଟନ୍ତି। ପଞ୍ଚାୟତର ଏହି ନିଷ୍ପତ୍ତିକୁ ବିରୋଧ କରି ମହିଳା ଜଣକ ଆକୋଲାର ଚୋପଡା ଥାନରେ ଏତଲା ଦାୟର କରିଛନ୍ତି।

ସୂଚନାନୁସାରେ, ୨୦୧୧ରେ ମହାରାଷ୍ଟ୍ରର ଜଲଗାଓଁର ଚୋପ୍ରା ତାଲୁକର ଚାରହଡି ଗାଁରେ ରହୁଥିବା ଜଣେ ମହିଳା ଆକୋଲା ଜିଲ୍ଲାର ବାଜଗାଓଁର ସାଇନାଥ ନାଗୋ ବାବରଙ୍କୁ ବିବାହ କରିଥିଲେ। ବିବାହ ପରେ ମଦ୍ୟପ ଅନେକ ସମୟରେ ମହିଳାଙ୍କୁ ମାଡ ମାରୁଥିଲେ। ଏଥିରେ ହତାଶ ହୋଇ ମହିଳା ଜଣକ କୋର୍ଟ ମାଧ୍ୟମରେ ସାଇନାଥଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଅନ୍ୟ ଜାତିରେ ଦ୍ୱିତୀୟ ବିବାହ କରିଥିଲେ। 

Also Read: କୋରୋନାରୁ ଲଢେଇ ପାଇଁ ଗୁରୁମନ୍ତ୍ର ଦେଲେ କାଞ୍ଚିପୀଠ ଶଙ୍କରାଚାର୍ଯ୍ୟ ଓ ବିଶିଷ୍ଟ ନୃତ୍ୟାଙ୍ଗନା

କିନ୍ତୁ ମହିଳାଙ୍କ କୋର୍ଟ ଯିବା କଥା ନାଥଜୋଗୀ ସମ୍ପ୍ରଦାୟକୁ ହଜମ ହେଲା ନାହିଁ। ସେହି ପ୍ରସଙ୍ଗକୁ ନେଇ ସମ୍ପଦାୟର ଏକ ପଞ୍ଚାୟତ ବସିଥିଲା। ସେହି ପଞ୍ଚାୟତରେ ​​ମହିଳା ଏବଂ ତାଙ୍କର ସମସ୍ତ ସମ୍ପର୍କୀୟଙ୍କୁ ସମାଜରୁ ବହିଷ୍କାର କରାଯାଇଥିଲା। ଏଥିସହିତ ମହିଳାଙ୍କ ଉପରେ ଲକ୍ଷେ ଟଙ୍କା ଜୋରିମାନା ଲଗାଇବା ସହ ପଞ୍ଚାୟତର ୫ ଜଣ ଲୋକଙ୍କ ଛେପ ଚାଟି, ମୁଣ୍ଡରେ ଚପଲ ଧରି ସମଗ୍ର ଗାଁରେ ବୁଲିବା ପାଇଁ ଘୋଷଣା କରାଯାଇଛି। ବର୍ତ୍ତମାନ ମହିଳା ଜଣଙ୍କ ପୋଲିସ ନିକଟରେ ମାମଲା ଦାୟର କରିଛନ୍ତି ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ପୀଡିତା କହିଛନ୍ତି, 'ଜାତି ପଞ୍ଚାୟତ ମୋତେ ଜାତିରୁ ବହିଷ୍କାର କରିଛି। ସେମାନେ କହିଛନ୍ତି ଯେ, ସମାଜର ଲୋକମାନଙ୍କର ଛେପ ଚାଟିବି, ମୁଣ୍ଡରେ ଚପଲ ଧରି ଗାଁରେ ବୁଲିବି। ଜାତି ପଞ୍ଚାୟତକୁ ଏକ ଲକ୍ଷ ଟଙ୍କା ଦେଲେ ଆମେ ଜାତିରେ ମିଶିବୁ। ମୁଁ ମୋର ସମସ୍ତ ସମ୍ପର୍କୀୟଙ୍କୁ ଅସୁବିଧାରେ ପକାଉଛି। ଥାନାରେ ଅଭିଯୋଗ କରିବାକୁ ମୋର ସମ୍ପର୍କୀୟଙ୍କୁ ଧମକ ଦିଆଯାଉଛି। ସମ୍ପର୍କୀୟଙ୍କ ପୁଅ ଏବଂ ଝିଅଙ୍କ ବିବାହ ପାଇଁ ମଧ୍ୟ ଜାତି ପଞ୍ଚାୟତ ଅନୁମତି ଦେଉ ନାହିଁ।'

Also Read: କୋରୋନା କାଳେ ମହଙ୍ଗା 'ଆହାର'; ଖାଦ୍ୟ ୫, ଖଲି ୫

ଅଢେଇ ବର୍ଷ ଧରି ପୀଡିତାଙ୍କ ସମ୍ପର୍କୀୟମାନେ ହଇରାଣ ହେଉଛନ୍ତି। ପୀଡିତାଙ୍କ ସମ୍ପର୍କୀୟ ସୁଦାମ ବାବର କହିଛନ୍ତି ଯେ, ସେମାନେ ଦୁଇରୁ ଅଢେଇ ବର୍ଷ ଧରି ସମାଜରୁ ବହିଷ୍କୃତ ହୋଇଛନ୍ତି। ତାହା ତାଙ୍କୁ ବହୁତ କଷ୍ଟ ଦେଉଛି। ତାଙ୍କ ସନ୍ତାନଙ୍କୁ ବିବାହ କରିବାକୁ ଗଲେ ପଞ୍ଚାୟତ ଲୋକମାନେ ଭାଙ୍ଗି ଦେଉଛନ୍ତି। ସମାଜରୁ ବହିଷ୍କାର ହୋଇଥିବାରୁ ସେମାନେ କୌଣସି ଧାର୍ମିକ କାର୍ଯ୍ୟରେ କିମ୍ବା କାହାର ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରୁନାହାନ୍ତି।

ସେପଟେ ଜଲଗାଓଁ ପୋଲିସ୍ ଏସପି ଡକ୍ଟର ପ୍ରବୀଣ ମୁଣ୍ଡେ କହିଛନ୍ତି ଯେ, ଏହି ସମ୍ପ୍ରଦାୟର ପୁରୁଷମାନଙ୍କୁ ୨-୩ ବିବାହ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଯଦି ମହିଳା ଜଣକ ଅନ୍ୟ ଜଣକୁ ବିବାହ କରନ୍ତି, ତେବେ ତାଙ୍କ ପାଇଁ ଏପରି ଦଣ୍ଡ ଘୋଷଣା କରାଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଲା ପୁଅ ଏବଂ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ସମଗ୍ର ଦେଶରେ ବେଆଇନ ବୋଲି ବିବେଚନା କରାଯାଏ, କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ନିୟମ ମାନନ୍ତିନାହିଁ।