ବିକୃତ ମାନସିକତା; କୁକୁରକୁ ଦୁଷ୍କର୍ମ କରି ବନ୍ଧା ହେଲେ ଜଣେ ବ୍ୟକ୍ତି
Advertisement

ବିକୃତ ମାନସିକତା; କୁକୁରକୁ ଦୁଷ୍କର୍ମ କରି ବନ୍ଧା ହେଲେ ଜଣେ ବ୍ୟକ୍ତି

ମାଈ କୁକୁରକୁ ଦୁଷ୍କର୍ମ କରି ବନ୍ଧା ହୋଇଛନ୍ତି ଜଣେ ବ୍ୟକ୍ତି। ଏ ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ କହିଛି ଅଭିଯୁକ୍ତ ଜଣକ ଦୀର୍ଘ ଦିନ ଧରି କୁକୁର ଭଳି ପ୍ରାଣୀଙ୍କୁ ଦୁଷ୍କର୍ମ କରିଆସୁଥିଲା।

ବିକୃତ ମାନସିକତା; କୁକୁରକୁ ଦୁଷ୍କର୍ମ କରି ବନ୍ଧା ହେଲେ ଜଣେ ବ୍ୟକ୍ତି

ଭୋପାଳ: ଦୁଷ୍କର୍ମ ଭଳି ବିକୃତ ଘଟଣାରୁ ଏବେ ବାଦ ପଡୁନାହାଁନ୍ତି କୁକୁର ଭଳି ଜୀବ। ସଦ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାରେ। ଜଣେ ୫୪ ବର୍ଷୀୟ ବ୍ୟକ୍ତି ଲଗାତାର ଭାବେ ମାଈ କୁକୁରକୁ ଦୁଷ୍କର୍ମ କରି ବନ୍ଧା ହୋଇଛନ୍ତି। 
 
ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଏପରି କାଣ୍ଡ କ୍ୟାମେରାରେ ରେକର୍ଡ ହେବା ପରେ ସେ ଧରା ପଡିଯାଇଥିଲେ। ମାଈ କୁକୁରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବାର ଭିଡିଓ ଭାଇରାଲ ହୋଇଥିଲା।  ଏପରି କାଣ୍ଡ ଭିଆଇଥିବା ସେହି ଲୋକ ଜଣକ ନିଜ ଘର ବାହରେ ଥିବା ପାହାଚରେ ବସିଥିବା ଗୋଟିଏ କୁକୁର ସହ ଦୁଷ୍କର୍ମ କରିଥିଲେ।    

ପଶୁଙ୍କ ଲାଗି କାର୍ଯ୍ୟ କରୁଥିବା ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯିବା ପରେ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଧାରା ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା), ପଶୁ କ୍ରୁରତା ନିବାରଣ ଅଧିନିୟମ ଆଧାରରେ ମାମଲା ଦାଏର କରାଯିବ।     

Also Read: କୁକୁର ଭଣ୍ଡୁର କଲା ଲୁଟ ଯୋଜନା !

 

ଅଭିଯୁକ୍ତକୁ ପୋଲିସ ଷ୍ଟେସନକୁ ଡକାଯାଇ ତାକୁ ସେ କରିଥିବା ଦୁଷ୍କର୍ମର ଭିଡିଓ ଦେଖାଯାଇଥିଲା। ଯାହା ପରେ ସେ ଏହି ଅପରାଧ ଘଟାଇଥିବା ନିଜେ ସ୍ୱୀକାର କରିଥିଲା। ଏନେଇ ପୋଲିସର କହିବା ଅନୁସାରେ ଅଭିଯୁକ୍ତ ଦୀର୍ଘ ଦିନ ଧରି କୁକୁର ଭଳି ପ୍ରାଣୀଙ୍କୁ ଦୁଷ୍କର୍ମ କରିଆସୁଥିଲା। ପରେ ତାକୁ ସ୍ଥାନୀୟ ଜିଲ୍ଲା କୋର୍ଟରେ ହାଜର କରାଯାଇ ହେପାଜତକୁ ପଠାଯାଇଛି।

କିଛି ଦିନ ପୂର୍ବେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖାଯାଇଥିଲା ମହାରାଷ୍ଟ୍ରର ଔରଙ୍ଗବାଦ ଜିଲ୍ଲାରେ ଅବସ୍ଥିତ ସିଦ୍ଧି ବିନାୟକ ମନ୍ଦିର ବାହାରେ ଗୋଟିଏ କୁକୁର ସେଠାକୁ ଆସୁଥିବା ଭକ୍ତଙ୍କୁ ଆଶୀର୍ବାଦ ଦେଉଥିଲା।  

 

ମଧ୍ୟ ପ୍ରଦେଶରେ ପୂର୍ବରୁ ଅନେକ କୁକୁର ଭଳି ପ୍ରାଣୀଙ୍କ ବିରୁଦ୍ଧରେ ଅମାନବୀୟ କାର୍ଯ୍ୟ କରାଯାଇଛି। ଜବଲପୁରରେ ଅବସ୍ଥିତ ଲମହେଟାଘାଟସ୍ଥିତ ନର୍ମଦା କେନାଲରେ ତିନି ଜଣ ଲୋକ ରାସ୍ତାରେ ବୁଲୁଥିବା ବୁଲା କୁକୁରକୁ କେନାଲରେ ପକାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନ୍ୟପଟେ ରାଜଧାନୀ ଭୋପାଳ ଠାରେ ଘଟିଥିବା ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ମଜା କରିବା ପାଇଁ ଏକ ବଡ ପୋଖରୀରେ ବୁଲା କୁକୁର ଫିଙ୍ଗି ଦେଇଥିଲେ। ଏହି ଘଟଣାରେ କିଛି ଲୋକ ପୋଲିସରେ ଅଭିଯୋଗ କରିଥିଲେ। ଏହା ପରେ ପଶୁଙ୍କ ସହ ନିର୍ଦ୍ଦୟ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା।