ରାଜଧାନୀ ଉପକଣ୍ଠରୁ ବ୍ଲାଙ୍କ ଫାୟାରିଙ୍ଗ କରି ଲୁଟ୍
Advertisement

ରାଜଧାନୀ ଉପକଣ୍ଠରୁ ବ୍ଲାଙ୍କ ଫାୟାରିଙ୍ଗ କରି ଲୁଟ୍

୨ ଜଣ ଲୁଟେରା ଏକ ପଲସର ବାଇକରେ ଆସିଥିଲେ । ଉଭୟ ହେଲମେଟ୍ ମଧ୍ୟ ପିନ୍ଧିଥିଲେ । ଦୋକାନ ଆଗରେ ଗାଡି ରଖିବା ପରେ ଭିତରକୁ ପଶି ଗହଣା ଲୁଟ୍ କରି ଫେରାର ଉଦ୍ୟମ କରିଥିଲେ ।

ରାଜଧାନୀ ଉପକଣ୍ଠରୁ ବ୍ଲାଙ୍କ ଫାୟାରିଙ୍ଗ କରି ଲୁଟ୍

ଭୁବନେଶ୍ୱର: ବୁଧବାର ଦିନ ରାଜ୍ୟ ରାଜଧାନୀରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଦୋକାନରୁ ବ୍ଲାଙ୍କ ଫାୟାରିଙ୍ଗ (Blank firing) କରି ଲୁଟ୍ କରାଯାଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଖବର ଅନୁସାରେ ଲୁଟ୍ କରି ଫେରାର ହେବା ବେଳେ ବାଇକ୍ ଖରାପ ହୋଇ ଯିବାରୁ ଗାଡି ଠେଲି ଠେଲି  ଲୁଟେରା ସେଠାରୁ ଫେରାର ହୋଇ ଯାଇଥିଲେ । 

ଏପରି ଏକ ରୋଚକ ଘଟଣା ଭୁବନେଶ୍ବର (Bhubaneswar) ଉପକଣ୍ଠ ଇନଫୋଭ୍ୟାଲି ଥାନା (Info Valley Police Station) ଅଧୀନ ଜାଁଳା ବଜାରରେ ସାଗରିକା ଜୁଏଲାରୀ ଦୋକାନରେ ଘଟିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦିନ ପ୍ରାୟ ୧୨ ଟା ବେଳେ କବିରାଜ ସୁବୁଦ୍ଧିଙ୍କ ଜାଁଳା ବଜାରରେ ଥିବା ସୁନା ଦୋକାନରେ ସେ ଓ ତାଙ୍କ ସେଲ୍ସ ବୟ ବସିଥିଲେ । ଏହି ସମୟରେ ୨ ଜଣ ଲୁଟେରା ଏକ ପଲସର ବାଇକରେ ଆସିଥିଲେ । ଉଭୟ ହେଲମେଟ୍ ମଧ୍ୟ ପିନ୍ଧିଥିଲେ । ଦୋକାନ ଆଗରେ ବାଇକ୍ ରଖିବା ପରେ ଭିତରକୁ ପଶି ଗହଣା ଲୁଟ୍ କରି ଫେରାର ଉଦ୍ୟମ କରିଥିଲେ ।

ଏହି ସମୟରେ ଦୋକାନ ମାଲିକ ଦୋକାନରେ ଲାଗିଥିବା ଆଲାରାମ୍ ସୁଇଚ୍ ଚିପିବା ସହ ଜୋରରେ ପାଟି କରିଥିଲେ । ଏହା ଶୁଣି ଲୁଟେରାମାନେ ବନ୍ଧୁକ ଦେଖାଇ ଖସି ଯିବାକୁ ଉଦ୍ୟମ କରିବା ବେଳେ ଆଣିଥିବା ପଲସର ବାଇକଟି ଷ୍ଟାର୍ଟ ହୋଇ ନ ଥିଲା । ଲୁଟେରାଙ୍କ ବହୁତ ଉଦ୍ୟମ ପରେ ବାଇକ୍ ଷ୍ଟାର୍ଟ ନ ହେବାରୁ ଗହଣା ଦୋକାନ ମାଲିକ ସାହାସ କରି ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ମାଲିକଙ୍କ ସହ ପଡୋଶୀ ମଧ୍ୟ ଉଦ୍ୟମ କରିଥିଲେ । ହେଲେ ଲୁଟେରା ମାନେ ଏତିକି ବେଳେ ୩ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରି ସେଠାରୁ ଫେରାର ହୋଇଯାଇଥିଲେ  । 

ସବୁ ଚକିତ କରିବା ଘଟଣାଟି ହେଉଛି ଉଭୟ ଲୁଟେରା ଫେରାର ସମୟରେ ଆଣିଥିବା ଗାଡିଟି ଷ୍ଟାର୍ଟ ନ ହେବାରୁ ବାଧ୍ୟ ହୋଇ ବନ୍ଧୁକ ଦେଖାଇବା ଓ ବ୍ଲାଙ୍କ ଫାୟାରିଂ କରି ବାଇକ୍ ଠେଲି ଠେଲି ସେଠାରୁ ଖସି ଯାଇଥିଲେ । ଶେଷରେ ରାସ୍ତାରେ ଯାଉଥିବା ଜଣେ ଗାଡି ଚାଳକଙ୍କ ଠାରୁ ଗାଡି ଛଡାଇ ଫେରାର ହୋଇ ଯାଇଥିଲେ । ଖବର ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି । ଡିସିପି କହିଛନ୍ତି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ ହୋଇଛି । 

ଏହା ବି ପଢ଼ନ୍ତୁ: ଦେଓଗଡ଼: ନିଜ ରୋଗ ଭଲକରିବା ପାଇଁ ପାଞ୍ଚ ବର୍ଷର ଝିଆରୀ ଶରୀରରୁ ମୁଣ୍ଡ ଅଲଗା କଲା କକା

ଏହା ବି ପଢ଼ନ୍ତୁ: ଭାରତର କ୍ଷେପଣାସ୍ତ୍ରର ଜବାବ ଦେବାକୁ ଚାହୁଁଥିଲା ପାକିସ୍ତାନ; ଏଥିପାଇଁ ବଦଳାଇଲା ନିଷ୍ପତ୍ତି