ବଢୁଛି କଂସେଇଙ୍କ ଦୌରାତ୍ମ୍ୟ, ହଣା ଖାଇଲେ ନିର୍ଦୋଷ ନାବାଳକ
Advertisement

ବଢୁଛି କଂସେଇଙ୍କ ଦୌରାତ୍ମ୍ୟ, ହଣା ଖାଇଲେ ନିର୍ଦୋଷ ନାବାଳକ

ଅଳ୍ପ ଅନ୍ଧାରୁଆ ଥିବା ବେଳେ ଏକ ମାଂସ କଟା ଧାରୁଆ ଚାପଡ଼ରେ ଏମ.ଡି. କମାଲ ଭାବି ସେହି ଦୋକାନରେ କାମ କରୁଥିବା ସୋନି ସାହୁଙ୍କର ବେକରେ ଆକ୍ରମଣ କରିଥିଲା।

ବଢୁଛି କଂସେଇଙ୍କ ଦୌରାତ୍ମ୍ୟ, ହଣା ଖାଇଲେ ନିର୍ଦୋଷ ନାବାଳକ

ମୁକେଶ ପ୍ରଧାନ, ଝାରସୁଗୁଡ଼ା:  ଜିଲ୍ଲାର ବେଳପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ଜାହାଜପଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ୨ କଂସେଇଙ୍କ ଶତ୍ରୁତା ମଧ୍ୟରେ ବଳି ପଡିଛି ଜଣେ ନାବାଳକ। ଗୁରୁତର ଅବସ୍ଥାରେ ନାବାଳକକୁ TRL ହସ୍ପିଟାଲ ଏବଂ ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଲଖନପୁରରେ ମହମ୍ମଦ ଚାନ୍ଦ ଏବଂ ଜାହାଜପଡ଼ାରେ ଏମ.ଡି. କମାଲଙ୍କର କଂସେଇ ଦୋକାନ (meat shop) ଅଛି। ତେବେ ଏହି ୨ କଂସେଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ପୂର୍ବରୁ ଶତ୍ରୁତା ଥିଲା। ରବିବାର ଏମ.ଡି. ଚାନ୍ଦ ଆକ୍ରମଣ କରିବା ଉଦେଶ୍ୟରେ ମହମ୍ମଦ କମାଲଙ୍କର ଦୋକାନରେ ପହଞ୍ଚିଥିଲେ। ସେଠାରେ ଅଳ୍ପ ଅନ୍ଧାରୁଆ ଥିବା ବେଳେ ଏକ ମାଂସ କଟା ଧାରୁଆ ଚାପଡ଼ରେ ଏମ.ଡି. କମାଲ ଭାବି ସେହି ଦୋକାନରେ କାମ କରୁଥିବା ସୋନି ସାହୁଙ୍କର ବେକରେ  ଆକ୍ରମଣ କରିଥିଲା। 

Also Read: କନ୍ୟାକୁ ୧୬, ବରକୁ ୨୮; ହାତଗଣ୍ଠି ପଡିବା ପୂର୍ବରୁ ହାଜର ପୋଲିସ

ସୋନି ସାହୁ ପରେ ଏମ.ଡି. କମାଲଙ୍କୁ ଆକ୍ରମଣ କରି ଏମ.ଡି. ଚାନ୍ଦ ମାରଣାସ୍ତ୍ର ଫିଙ୍ଗି ଦେଇଥିଲା। ହେଲେ ଏମ.ଡି. ଚାନ୍ଦର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଏମ.ଡି. କମାଲ। ପୁଣି ସେ ଧାରୁଆ ଅସ୍ତ୍ର ଉଠାଇ ଏମ.ଡି. କମାଲକୁ ଦୌଡାଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ସ୍ଥାନୀୟ ଲୋକେ ଏମ.ଡି. ଚାନ୍ଦଙ୍କୁ କାବୁ କରି ପୋଲିସ (Jharsuguda police) କୁ ଜିମା ଦେଇଥିଲେ। 

fallback

ତେବେ ମହମ୍ମଦ କମାଲ ଏବଂ ଏମ.ଡି. ଚାନ୍ଦଙ୍କର ଶତ୍ରୁତାରେ ନିରୀହ ନାବାଳକ ସୋନି ସାହୁ ବଳି ପଡିବା ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁରୁତର ସୋନି ସାହୁକୁ ପ୍ରଥମେ TRL ହସ୍ପିଟାଲ ଏବଂ ପରେ ବୁର୍ଲା (Burla) ସ୍ଥାନାନ୍ତର କରାଯାଇଛି। ଏହି ଅଂଚଳରେ କିଛି ଦିନ ଭିତରେ ମାଂସ ଦୋକାନୀଙ୍କର ଉଗ୍ରତାର ସୀମା ଲଂଘୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। 

ନିକଟ ଅତୀତରେ ବନ୍ଧବାହାଲ ଅଂଚଳରେ ଏଭଳି ମାଂସ ଦୋକାନୀର ଆକ୍ରମଣରେ ସ୍ଥାନୀୟ କିଛି ଲୋକ ଆହତ ହୋଇ ହସ୍ପିଟାଲକୁ ପହଂଚିବା ଏବଂ ପରେ ହିଂସା ବଢିବା ପରି ମଧ୍ୟ ଘଟଣା ଘଟିଛି। ଏ ଦିଗରେ ଏଭଳି ମାଂସ ଦୋକାନୀଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ କେତେ ସଫଳ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।