ମହଙ୍ଗା ପଡିଲା ନାବାଳିକା ପ୍ରେମ, ଅପହରଣ ଅଭିଯୋଗରେ ଯୁବକ ଗିରଫ
Advertisement

ମହଙ୍ଗା ପଡିଲା ନାବାଳିକା ପ୍ରେମ, ଅପହରଣ ଅଭିଯୋଗରେ ଯୁବକ ଗିରଫ

ଦାରିଙ୍ଗବାଡ଼ି (Daringibadi) ଥାନା ଅଂଚଳର ଜନୈକ ନାବାଳିକାଙ୍କୁ ମାନସ ଦିଗାଲ ପ୍ରଥମେ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇଥିଲେ। ପରେ ସେ ଉକ୍ତ ନାବାଳିକାଙ୍କୁ ଗତ ମାସ ୨୦ ତାରିଖ ଦିନ ଅପହରଣ (Kidnap) କରିଥିଲେ।

ମହଙ୍ଗା ପଡିଲା ନାବାଳିକା ପ୍ରେମ, ଅପହରଣ ଅଭିଯୋଗରେ ଯୁବକ ଗିରଫ

କନ୍ଧମାଳ: ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଗିରଫ ହେଲେ ଯୁବକ। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଂଚଳରେ ଦେଖିବାକୁ ମିଳିଛି। ଗିରଫ ଯୁବକ ଜଣକ ହେଲେ ସିମନବାଡ଼ିସ୍ଥିତ ଜହନପଲ୍ଲୀ ଗ୍ରାମର ମାନସ ଦିଗାଲ।  

ଦାରିଙ୍ଗବାଡ଼ି (Daringibadi) ଥାନା ଅଂଚଳର ଜନୈକ ନାବାଳିକାଙ୍କୁ ମାନସ ଦିଗାଲ ପ୍ରଥମେ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇଥିଲେ। ପରେ ସେ ଉକ୍ତ ନାବାଳିକାଙ୍କୁ ଗତ ମାସ ୨୦ ତାରିଖ ଦିନ ଅପହରଣ (Kidnap) କରିଥିଲେ। ଅପହରଣ ପରେ ନାବାଳିକାଙ୍କ ଘର ଲୋକ ବହୁ ଖୋଜାଖୋଜି କରି ଝିଅକୁ ପାଇନଥିଲେ। ଶେଷରେ ପରିବାର ଲୋକ ଦାରିଙ୍ଗବାଡ଼ି ଥାନାରେ ଆଶ୍ରୟ ନେଇ ୧୬ ତାରିଖ ଦିନ ଏତଲା ଦେଇଥିଲେ। 

Also Read: ଅନ୍ୟ ଜାତିରେ ବିବାହର ଦଣ୍ଡ: ପରିବାର ବାସନ୍ଦ, ମହିଳାଙ୍କୁ ଲକ୍ଷେ ଜରିମାନା ସହ ୫ ଜଣଙ୍କ ଛେପ ଚାଟିବାକୁ ନିର୍ଦ୍ଦେଶ

ଏତଲା ଆଧାରରେ ପୋଲିସ (Gajapati Police) ମାମଲା ନଂ ୮୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରି ମାନସର ଫୋନକୁ ଟ୍ରାକିଂ କରିଥିଲା। ମଙ୍ଗଳବାର ଦିନ ଦଡ଼ିକ୍ଲିୟୁ ଗ୍ରାମରୁ ମାନସକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରାଯାଇଛି। ଏହି ମାମଲାର ତଦନ୍ତ ଏସଆଇ ସୌମ୍ୟକାନ୍ତ ପଣ୍ଡା କରୁଛନ୍ତି। ମାନସକୁ ପୋକ୍ସୋ ଆକ୍ଟ (Pocso Act) ଅନୁଯାୟୀ ବୁଧବାର ଦିନ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।