ସମ୍ବଲପୁରରେ ନେତାଙ୍କ ତାଲିବାନୀ ଶାସନର ଭିଡିଓ ଭାଇରାଲ
Advertisement

ସମ୍ବଲପୁରରେ ନେତାଙ୍କ ତାଲିବାନୀ ଶାସନର ଭିଡିଓ ଭାଇରାଲ

ଅନ୍ୟ ଏକ ଭିଡିଓରେ ସମ୍ପୃକ୍ତ ଲୋକକୁ ବାଡିରେ ମାଡ ମାରିବା ସହିତ ପ୍ଲାଷ୍ଟିକ ଜାର ବାହାର କରି ତରଳ ପଦାର୍ଥ ଢାଳୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପଟେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ୱଲପୁର: ସମ୍ବଲପୁରରେ ନେତାଙ୍କ ତାଲିବାନୀ ଶାସନର ଭିଡିଓ ଭାଇରାଲ ହୋଇଛି । ସମ୍ବଲପୁର ସଦର ଥାନା ଅନ୍ତର୍ଗତ କବାରାପାଲି ଗ୍ରାମପଂଚାୟତର ଗୋଲକୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗ୍ରାମର ଜଙ୍ଗଲରେ ୬ ଜଣ ଯୁବକ ମାଡ ମାରିବା ସହିତ ଦେହରେ ତରଳ ପଦାର୍ଥ ଢାଳୁଥିବାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ପ୍ରଥମେ ସମ୍ପୃକ୍ତ ଲୋକକୁ ନେତା ଜଣକ ପାଖରେ ବସାଇଥିବାବେଳେ ନେତାଙ୍କ କର୍ମୀମାନେ ଯୁବକକୁ ମାଡ ମାରି ଚେନ୍ କିଏ ଚୋରାଇଲା ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟ ଏକ ଭିଡିଓରେ ସମ୍ପୃକ୍ତ ଲୋକକୁ ବାଡିରେ ମାଡ ମାରିବା ସହିତ ପ୍ଲାଷ୍ଟିକ ଜାର ବାହାର କରି ତରଳ ପଦାର୍ଥ ଢାଳୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପଟେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ତେବ ମାଡ ଖାଇଥିବା ବ୍ୟକ୍ତି ଅମରେଶ ଦୁଆନ ବୋଲି ଜଣା ପଡିଛି । ଏହା ସହ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ।