ସାଙ୍ଗ ପାଇଁ ଜୀବନ ଦେଲା ସ୍କୁଲ ଛାତ୍ର
Advertisement

ସାଙ୍ଗ ପାଇଁ ଜୀବନ ଦେଲା ସ୍କୁଲ ଛାତ୍ର

ବ୍ରିଟେନର ଏକ ସ୍କୁଲ ଛାତ୍ର କେବଳ ନିଜ ବନ୍ଧୁଙ୍କ ପାଇଁ ଅପରାଧୀଙ୍କ ସହ ଲଢେଇ କରିନଥିଲେ ବରଂ ତାଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନ ମଧ୍ୟ ହରାଇଥିଲେ। Fares Maatouଙ୍କ ଏହି ସହାସିକ କାହାଣୀକୁ ନେଇ ଏବେ ସମଗ୍ର ବ୍ରିଟେନରେ ଚର୍ଚ୍ଚା ଚାଲିଛି।

 

ସୌ- ସୋସିଆଲ ମିଡିଆ

ଲଣ୍ଡନ: କୁହାଯାଏ ପ୍ରକୃତ ବନ୍ଧୁ ହିଁ ଅସୁବିଧା ସମୟରେ ପାଖରେ ଠିଆ ହୁଅନ୍ତି। ବ୍ରିଟେନର ଏକ ସ୍କୁଲ ଛାତ୍ର କେବଳ ନିଜ ବନ୍ଧୁଙ୍କ ପାଇଁ ଅପରାଧୀଙ୍କ ସହ ଲଢେଇ କରିନଥିଲେ ବରଂ ତାଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନ ମଧ୍ୟ ହରାଇଥିଲେ। Fares Maatouଙ୍କ ଏହି ସହାସିକ କାହାଣୀକୁ ନେଇ ଏବେ ସମଗ୍ର ବ୍ରିଟେନରେ ଚର୍ଚ୍ଚା ଚାଲିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ପୂର୍ବ ଲଣ୍ଡନରେ ରହୁଥିବା 14 ବର୍ଷୀୟ Fares Maatou ଆଉ ଏହି ଦୁନିଆରେ ନାହାଁନ୍ତି। ସେ ସ୍କୁଲ ୟୁନିଫର୍ମରେ ନିଜ ସାଙ୍ଗ ସହିତ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ତାଙ୍କ ସାଙ୍ଗର ଏକ ଇଲେକ୍ଟ୍ରିକ୍ ସ୍କୁଟରର ଥିଲା। ରେଷ୍ଟୁରାଣ୍ଟରେ କିଛି ଯୁବକ ସେହି ସ୍କୁଟର ଛଡ଼େଇ ନେବାକୁ ଚେଷ୍ଟା କରିଥିଲେ। ତାଙ୍କ ବନ୍ଧୁ ଏହାକୁ ବିରୋଧ କରିଥିଲେ। ଆଉ ଦୁର୍ବୃତମାନେ ଲୁଗା ଛଡରେ ତାଙ୍କୁ ଆକ୍ରମଣ କରିଥିଲେ। ନିଜ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଯାଇ Fares Maatou ସେହି ଆକ୍ରମଣର ଶିକାର ହୋଇଥିଲେ।

Also Read: ଦେଶବ୍ୟାପୀ କୋରୋନାର ରୌଦ୍ର ରୂପ, ଜାଣନ୍ତୁ କେଉଁ ରାଜ୍ୟରେ ସ୍ଥିତି କ'ଣ?

Fares Maatouଙ୍କ ମୁଣ୍ଡକୁ ଦୁର୍ବୃତମାନେ ଲୁହା ଝଡରେ ପିଟିଥିଲେ। ମୁଣ୍ଡରେ ଗଭୀର ଆଘାତ ଯୋଗୁଁ Fares ସେଠାରେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ (Bleeding) ହେଉଥିଲା। ଏହାର ସୁଯୋଗ ନେଇ ଆକ୍ରମଣକାରୀମାନେ ଇଲେକ୍ଟ୍ରିକ୍ ସ୍କୁଟର ନେଇ ପଳାଇଲେ। ଆହତ ଅବସ୍ଥାରେ Faresକୁ ପୋଲିସ ବିମାନ ଯୋଗେ ଲଣ୍ଡନ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ପୁଅକୁ ଆକ୍ରମଣ (attack) ହୋଇଥିବା ଖବର ପାଇ Fares Maatouଙ୍କ ମାଆ ମୂର୍ଚ୍ଛିତ ହୋଇଯାଇଥଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ପୁଅର ହତ୍ୟା ସମ୍ପର୍କରେ ସୂଚନା ଦିଆଯାଇ ନାହିଁ। ଭୟ ଅଛି ଯେ ଯଦି ଏହି ବିଷୟରେ କୁହାଯାଏ, ତେବେ ସେ  ସହ୍ୟ କରିପାରିବେ ନାହିଁ। ତେଣୁ ମୃତ Fares Maatouଙ୍କୁ କୋରୋନା ହୋଇଛି ବୋଲି ତାଙ୍କୁ କୁହାଯାଇଛି।

Also Read: ସୋସିଆଲ ମିଡିଆରେ ଛାଇଗଲେ Hardik Pandyaଙ୍କ ପତ୍ନୀ Natasa Stankovic, ଦେଖନ୍ତୁ Viral Video

ଅନ୍ୟପକ୍ଷରେ, ତାଙ୍କ ବନ୍ଧୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି ନିଜର ସାହସୀ ବନ୍ଧୁଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି, 'ମୋର ବନ୍ଧୁ ବହୁତ ସାହସୀ ଥିଲେ। ସେ ମୋତେ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇଥିଲେ। ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ। ମୁଁ ବହୁତ ରାଗ ଲାଗିଲା ଯେ Fares Maatou ତଳେ ପଡିଯିବା ପରେ ମଧ୍ୟ ଦୁର୍ବୃତମାନେ ଇଲେକ୍ଟ୍ରିକ୍ ସ୍କୁଟର ଲୁଟି ନେଇଥିଲେ ଏବଂ ମୁଁ କିଛି କରିପାରିଲି ନାହିଁ।

ଗତ କିଛି ଦିନ ହେବ ଲଣ୍ଡନ (London) ରେ ଏହା ହେଉଛି ଏକାଦଶ ହତ୍ୟା। ଅନେକ ମାମଲାରେ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଧରାପଡି ନାହାଁନ୍ତି। ଛୋଟ ଛୋଟ ଘଟଣାରେ ଖୋଲାଖୋଲି ଭାବେ ଘଟୁଥିବା ଏହି ହତ୍ୟାକାଣ୍ଡ ବ୍ରିଟିଶ ସମାଜରେ ଏକ ଶକ୍ତ ଧକ୍କା। ସ୍କୁଲ ଛାତ୍ର Fares Maatouଙ୍କ ହତ୍ୟା ଦ୍ୱାରା ଲୋକମାନେ ଅଧିକ ଚକିତ ହୋଇଯାଇଛନ୍ତି। ତାଙ୍କ ସାଥୀମାନେ ତାଙ୍କୁ ଝୁରୁଛନ୍ତି ଏବଂ ତାଙ୍କ ପରିବାର ପାଇଁ ନ୍ୟାୟ ଦାବି କରୁଛନ୍ତି।