କୁଳମଣୀଙ୍କୁ ହତ୍ୟାର କାରଣ ଆବାସ ଦୁର୍ନୀତି ନାହିଁ ତ?
Advertisement

କୁଳମଣୀଙ୍କୁ ହତ୍ୟାର କାରଣ ଆବାସ ଦୁର୍ନୀତି ନାହିଁ ତ?

ହତ୍ୟାକାଣ୍ଡ ଘଟିଥିବା ପଂଚାୟତରେ ଘରଠୁ ଅଧିକ ପିଏମ ଆବାସ ଘର ମିଳିଛି। ସେ କଥାକୁ ବିଜେପି ନେତା କୁଳମଣି ବରାଳ ପଦାକୁ ଆଣିବାରୁ ତାଙ୍କ ଜୀବନ ଗଲା। ପୋଲିସକୁ 30 ଥର ଜୀବନ ପ୍ରତି ବିପଦ ଅଛି ବୋଲି କହିବା ପରେ ମଧ୍ୟ ପଦକ୍ଷେପ ନିଆଗଲାନି।

କୁଳମଣୀଙ୍କୁ ହତ୍ୟାର କାରଣ ଆବାସ ଦୁର୍ନୀତି ନାହିଁ ତ?

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ମାହାଙ୍ଗା ବିଜେପି ନେତା ହତ୍ୟା ମାମଲାରେ ବିଜେପି ଏବେ ଆକ୍ରମଣାତ୍ମକ ଢଙ୍ଗରେ ଶାସକ ଦଳକୁ ଟାର୍ଗେଟ କରିଛି। ହତ୍ୟାକାଣ୍ଡ ଘଟିଥିବା ପଂଚାୟତରେ ଘରଠୁ ଅଧିକ ପିଏମ ଆବାସ ଘର ମିଳିଛି। ସେ କଥାକୁ ବିଜେପି ନେତା କୁଳମଣି ବରାଳ ପଦାକୁ ଆଣିବାରୁ ତାଙ୍କ ଜୀବନ ଗଲା। ପୋଲିସକୁ 30 ଥର ଜୀବନ ପ୍ରତି ବିପଦ ଅଛି ବୋଲି କହିବା ପରେ ମଧ୍ୟ ପଦକ୍ଷେପ ନିଆଗଲାନି। ହତ୍ୟାକଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଏ ଯାଏ ଗିରଫ କାହିଁକି କରାଯାଇନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଛନ୍ତି। 

ଆଇନ ମନ୍ତ୍ରୀ ପ୍ରତାପ ଜେନା (Pratap Jena) ପୂର୍ବରୁ କୁଳମଣୀଙ୍କ ପରିବାରକୁ ଧମକ ଦେଇଥିଲେ। କୂଳମଣୀଙ୍କ ହତ୍ୟା ଘଟଣା (Kulamani Murder case) ରେ ଆଇନମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି ଓ ତାଙ୍କ ନାଁରେ ମାମଲା ମଧ୍ୟ ହୋଇଛି। ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ଇସ୍ତଫା ଦେବା ଉଚିତ। ସାତ ଦିନ ମଧ୍ୟରେ ଦୋଷୀଙ୍କୁ ଗିରଫ କରାନଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ (Pradipta Naik) କହିଛନ୍ତି।

Also Read: ମାହାଙ୍ଗା ଡବଲ ମର୍ଡର: ବିଜେପି କହିଲା ୪୮ ଘଣ୍ଟାରେ ଗିରଫ କରାଯାଉ, ନଚେତ ନବୀନ କରିପାରିବେନି ସଭା

ସେପଟେ ସମାନ ଅଭିଯୋଗ ଆଣିଛି କଂଗ୍ରେସ (Odisha Congress)। କୂଳମଣୀଙ୍କ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ଦାବି ସୁରେଶ ରାଉତରାୟ (Sura Rautray) କରିଛନ୍ତି। ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ହିଁ ଗୃହମନ୍ତ୍ରୀ ହୋଇଥିବାରୁ ତୁରନ୍ତ ଦୋଷୀଙ୍କୁ ଧରି ଦଣ୍ଡବିଧାନ କଲେ ଆଇନ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରହିବ ଵୋଲି କଂଗ୍ରେସ କହିଛି। 

ଅନ୍ୟପଟେ ଏ ଘଟଣାର ରାଜନୀତିକରଣକୁ ନେଇ ବିରୋଧୀଙ୍କୁ ସମାଲୋଚନା ଆଇନ ମନ୍ତ୍ରୀ କରିଛନ୍ତି। ଯେତେବେଳେ ଓଡିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ସମସ୍ତେ ଲକ୍ଷ୍ୟ ରଖିବା ଉଚିତ। କିନ୍ତୁ ବିରୋଧୀ ରାଜନୈତିକ ଦଳମାନେ ଏ କଥା ଚାହୁଁଛନ୍ତି କି ନାହିଁ ତାହା ବଡ ପ୍ରଶ୍ନବାଚୀ ବୋଲି ସେ କହିଛନ୍ତି। ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ବିଜେପି ଚାହୁଁଥିବା ପ୍ରତାପ ଜେନା ଅଭିଯୋଗ କରିଛନ୍ତି। 

ବିଜେପି ରାଜନୈତିକ ବିରୋଧୀ ଭାବେ ଏଭଳି ରାଜନୈତିକ କାର୍ଯ୍ୟକଳାପ କରୁଛନ୍ତି। ଏପରିକି ମନ୍ତ୍ରୀଙ୍କ ନାଁରେ ଏତଲା ହୋଇଛି ଏବଂ ସବୁ ତଦନ୍ତରେ ଜଣା ପଡିବ ବୋଲି ପ୍ରତାପ ଜେନା କହିଛନ୍ତି। ମନ୍ତ୍ରୀଙ୍କ ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ ଦୋଷୀ ଗିରଫ ହୁଅନ୍ତୁ ଓ କଠୋରରୁ କଠୋର ଦଣ୍ଡ ମିଳୁ। ବିଜେପି ଯାହା କରିବା କଥା କରିବ ଆମେ ଯାହା କରିବା କଥା କରିବୁ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।