ଭୁଷୁଡ଼ିଛି ମାଓଗଡ଼, ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ
Advertisement

ଭୁଷୁଡ଼ିଛି ମାଓଗଡ଼, ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

Malkangiri Maoist Violence: ଦିନ ଥିଲା ମାଲକାନଗିରି (Malkangiri) ରେ ଚାଲିଥିଲା ମାଓବାଦୀଙ୍କ ବନ୍ଧୁକ ମୁନର ଶାସନ ସହ ପ୍ରଜା କୋର୍ଟ (Praja Court) ର ନିଷ୍ପତ୍ତି । ଆଉ ମାଓ ଭୟରେ ସାଧାରଣ ଲୋକେ ସନ୍ଧ୍ୟା ହେବା ମାତ୍ରେ ଘର ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟ ବଦଳିବ ସାଙ୍ଗକୁ ବଦଳିଛି ଜିଲ୍ଲାର ଚିତ୍ର । ଜିଲ୍ଲାରେ ଯବାନ ମାନଙ୍କ ଘନ ଘନ କୁମିଙ୍ଗ ଓ ମାଳ ମାଳ ବିଏସଏଫ କ୍ୟାମ୍ପ ଯୋଗୁଁ ମାଓବାଦୀ ମାନଙ୍କ ଦବଦବା କମିବାରେ ଲାଗିଛି । ମାଓବାଦୀ ମାନଙ୍କ ହିଂସାକାଣ୍ଡ ଯୋଗୁଁ ଜିଲ୍ଲାର ବିକାଶରେ ବାଧା ସୃଷ୍ଟି ହେବା ସହ ସରକାରୀ ସୁବିଧାରୁ ବଞ୍ଚିତ ଥିଲେ ଅନେକ ଗ୍ରାମବାସୀ କିନ୍ତୁ ବର୍ତ୍ତମାନ ସୁରକ୍ଷା ବଳଙ୍କ ସୁରକ୍ଷା ଯୋଗୁଁ ଗାଁ ଗାଁରେ ବିକାଶ ଆରମ୍ଭ ହୋଇଛି ।

ପ୍ରତୀକାତ୍ମକ ଫଟୋ

ମାଲକାନଗିରି: Malkangiri Maoist Violence: ସଦା ସର୍ବଦା ମାଓବାଦୀଙ୍କ ହିଂସା ଓ ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚ୍ଚାରେ ଥିବା ମାଲକାନଗିରିରେ କମିବାରେ ଲାଗିଛି ମାଓବାଦୀ (Maoists) ଙ୍କ ହିଂସା ସହ ମାଓବାଦୀଙ୍କ ଦବଦବା । ଧିରେ ଧିରେ ଯବାନ ମାନଙ୍କ ସଫଳତା ଆଗରେ ମୁଣ୍ଡ ନୂଆଉଛି ଲାଲ ବାହିନୀ । ବିଏସଏଫ (BSF) ଓ ଓଡ଼ିଶା ପୋଲିସ (Odisha Police) ମାଓବାଦୀଙ୍କ ଗୋଟିଏ ପରେ ଗୋଟେ ଗଡ଼ ଦଖଲ କରୁଥିବା ବେଳେ ଛାତ୍ରଭଙ୍ଗ ଦେବା ସହ ଆତ୍ମ ସମର୍ପଣ କରୁଛନ୍ତି ଲାଲ ବାହିନୀର ବଡ଼ ବଡର କ୍ୟାଡର ଓ ଲିଡର ।

ଦିନ ଥିଲା ମାଲକାନଗିରି (Malkangiri) ରେ ଚାଲିଥିଲା ମାଓବାଦୀଙ୍କ ବନ୍ଧୁକ ମୁନର ଶାସନ ସହ ପ୍ରଜା କୋର୍ଟ (Praja Court) ର ନିଷ୍ପତ୍ତି । ଆଉ ମାଓ ଭୟରେ ସାଧାରଣ ଲୋକେ ସନ୍ଧ୍ୟା ହେବା ମାତ୍ରେ ଘର ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟ ବଦଳିବ ସାଙ୍ଗକୁ ବଦଳିଛି ଜିଲ୍ଲାର ଚିତ୍ର । ଜିଲ୍ଲାରେ ଯବାନ ମାନଙ୍କ ଘନ ଘନ କୁମିଙ୍ଗ ଓ ମାଳ ମାଳ ବିଏସଏଫ କ୍ୟାମ୍ପ ଯୋଗୁଁ ମାଓବାଦୀ ମାନଙ୍କ ଦବଦବା କମିବାରେ ଲାଗିଛି । ମାଓବାଦୀ ମାନଙ୍କ ହିଂସାକାଣ୍ଡ ଯୋଗୁଁ ଜିଲ୍ଲାର ବିକାଶରେ ବାଧା ସୃଷ୍ଟି ହେବା ସହ ସରକାରୀ ସୁବିଧାରୁ ବଞ୍ଚିତ ଥିଲେ ଅନେକ ଗ୍ରାମବାସୀ କିନ୍ତୁ ବର୍ତ୍ତମାନ ସୁରକ୍ଷା ବଳଙ୍କ ସୁରକ୍ଷା ଯୋଗୁଁ ଗାଁ ଗାଁରେ ବିକାଶ ଆରମ୍ଭ ହୋଇଛି ।

ମାଓଗଡ଼ ରୂପେ ପରିଚିତ ଥିବା ମାଲକାନଗିରିରେ ଯବାନ ମାନଙ୍କ ଘନ ଘନ କୁମିଙ୍ଗ ଯୋଗୁଁ ଅନେକ ସମୟରେ ମାଓବାଦୀ ମାନେ ଆତ୍ମ ସମର୍ପଣ କରୁଛନ୍ତି । ଆଜି ମାଲକାନଗିରି ଏସପି  ଓ ବିଏସଏଫ ଡି.ଆଇ.ଜିଙ୍କ ନିକଟରେ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା ଥିବା ଆନ୍ଧ୍ର ଓଡିଶା ଜୋନାଲ କମିଟିର ଏସିଏମ ରାଙ୍କର ହାର୍ଡକୋର ମାଓବାଦୀ ବନ୍ତଲା ରାଜୁ (Bantala Raju) ଓରଫ ସାଗର ଲାଲ ବାହିନୀର ହାତ ଛାଡି ଆତ୍ମସମର୍ପଣ କରିଛନ୍ତି । ସାଗର ୨୦୧୬ ମସିହାରେ ଏ.ଓ.ବି ମାଓ ସଙ୍ଘଠନରେ ସାମିଲ ହୋଇ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ସକ୍ରିୟ ରହିଥିବା ବେଳେ ସେ ସ୍ୱାଭିମାନ ଅଞ୍ଚଳରେ ଅନେକ ହତ୍ୟା ଓ ଲୁଟ ଘଟଣାରେ ଜଡ଼ିତ ରହିଥିଲେ । ଏଥିସହ ସ୍ୱାଭିମାନ ଅଂଚଳରେ ଗୋଟିଏ ପରେ ଗୋଟିଏ ବିଏସଏଫ କ୍ୟାମ୍ପ  ସ୍ଥାପନ ସହ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ତୀବ୍ର ଗତିରେ ଚାଲୁଥିବାରୁ ସେ ମାଓ ସଂଗଠନ ଛାଡିଥିବା ମୁଖ୍ୟସ୍ରୋତକୁ ଫେରିଥିବା ବିଏସଏଫ ଡିଆଇଜି ସୁନୀଲ କୁମାର ସିହ୍ନା କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।

ଏହା ବି ପଢ଼ନ୍ତୁ:-ମୋବାଇଲ ଫୋନରେ ଷ୍ଟୋରେଜ୍ ଫୁଲ୍ ହୋଇଯାଇଛି କି? ଜାଣନ୍ତୁ କେମିତି କରିବେ ଖାଲି...

ଏହା ବି ପଢ଼ନ୍ତୁ:-ଓଡ଼ିଶା ଆସୁଛନ୍ତି ୧୦ କେନ୍ଦ୍ର ମନ୍ତ୍ରୀ, ଆକାଂକ୍ଷୀ ଜିଲ୍ଳାର ପରଖିବେ ସ୍ଥିତି

ଏହା ବି ପଢ଼ନ୍ତୁ:-ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାକୁ ନେଇ ଏପରି କିଛି କହିଲେ ଧର୍ମେନ୍ଦ୍ର ପ୍ରଧାନ

 

ତେବେ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ମାଓବାଦୀ ସଂଘଠନରେ ରହି ହିଂସା ଘଟାଉଛନ୍ତି ସେମାନଙ୍କୁ ମଧ୍ୟ ମୁଖ୍ୟ ସ୍ରୋତରେ ସାମିଲ ହେଲେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।