ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟସ୍ଥ ଏକ ପରିତ୍ୟକ୍ତ ଗଳିରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଉପରେ ପଲିଥିନ ଘୋଡାଯାଇଥିବା ଦେଖିବାକୁ ମିଳିଛି। ମୃତଦେହରୁ ଦୁର୍ଗନ୍ଧ ବହରୁଥିବାରୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ସମ୍ବଲପୁର ପୋଲିସର ବରିଷ୍ଠ ଅଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।
ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜାଣା ପଡିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରିସର ଭୁକ୍ତ ରହିଛି। ସେପଟେ ଗୋଟିଏ ଦିନ ପୂର୍ବରୁ ଜଣେ ମହିଳା ତାଙ୍କ ପୁଅ ନିଖୋଜ ଥିବା ଅଇଁଠାପାଲି ଥାନା (Ainthapali Police) ରେ ଏତଲା ଦେଇଥିଲେ। ତେବେ ଏହି ଯୁବକ ସେ ନା ଆଉ କିଏ ତାହା ଜଣାପଡିନାହିଁ।
Also Read: ପଶ୍ଚିମ ଓଡ଼ିଶା ରୋଗୀଙ୍କୁ ଶସ୍ତାରେ ମିଳିବ ICU ସେବା
ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚିଛି। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ (Murder) ବୋଲି ଅନୁମାନ କରାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ (Samnalpur Police) କହିଛି।