• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ମାଓ ସଂଗଠନର ଗତି କୁଆଡ଼େ ?

ଗତ କିଛି ବର୍ଷର ରେକର୍ଡ ଦେଖିଲେ ଲାଗୁଥିଲା, ଦେଶରୁ ମାଓବାଦ କ୍ରମଶଃ ଲୋପ ପାଇବାରେ ଲାଗିଛି। କିନ୍ତୁ ଶନିବାରର ଘଟଣା ମଲା ଗଛକୁ ପାଣି ଦେଇଛି।

ମାଓ ସଂଗଠନର ଗତି କୁଆଡ଼େ ?
ପ୍ରତିକାତ୍ମକ ଫଟୋ

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଦୁଇଦିନ ତଳେ ଛତିଶଗଡ଼ରେ ମାଓବାଦୀଙ୍କ ଆମ୍ବୁସରେ ୨୨ ଜଣ ସୁରକ୍ଷା କର୍ମୀ ଶହୀଦ ହେବା ଘଟଣା ଦେଶବାସୀଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲା। ତେବେ ଦୀର୍ଘଦିନର ନିରବତା ପରେ ମାଓବାଦୀଙ୍କର ଏଭଳି ଜୋରଦାର ପ୍ରତ୍ୟାବର୍ତ୍ତନ କି ବାର୍ତ୍ତା ଦେଉଛି? ଗତ କିଛି ବର୍ଷର ରେକର୍ଡ ଦେଖିଲେ ଲାଗୁଥିଲା, ଦେଶରୁ ମାଓବାଦ କ୍ରମଶଃ ଲୋପ ପାଇବାରେ ଲାଗିଛି। କିନ୍ତୁ ଶନିବାରର ଘଟଣା ମଲା ଗଛକୁ ପାଣି ଦେଇଛି।

ମାଓବାଦୀ (Maoist) ଙ୍କ ଅଭେଦ୍ୟ ଦୁର୍ଗ ହେଉଛି ଛତିଶଗଡ଼ (Chhattisgarh) ର ସୁକମା (Sukma), ବସ୍ତର (Bastar),  ନାରାୟଣପୁର ଓ ଦାନ୍ତେୱାଡା ଅଞ୍ଚଳ। ଏହିଠାରେ ହିଁ ସର୍ବାଧିକ ମାଓବାଦୀ ଓ ସେମାନଙ୍କ ସଂଗଠନ ସକ୍ରିୟ ଅଛନ୍ତି। ଆଉ ଏହି ଅଞ୍ଚଳରେ ହିଁ ସର୍ବାଧିକ ରକ୍ତପାତ, ସର୍ବାଧିକ ନରସଂହାର (Killing)  ହୁଏ। ତଥ୍ୟ ଅନୁସାରେ, ଗତ ୩ ବର୍ଷ ମଧ୍ୟରେ ସୁକମା ଓ ବସ୍ତରରେ ୯୭୦ଟି ମାଓବାଦୀ ହିଂସା ହୋଇଛି। 

Also Read: Bijapur Encounter: ନିଖୋଜ ଯବାନଙ୍କ ଘରକୁ ଗଲା ଅଜଣା ଫୋନ କଲ୍

ଗୃହ ମନ୍ତ୍ରାଳୟର ( Home Ministry) ରିପୋର୍ଟ ଅନୁଯାୟୀ, ୨୦୧୮ରେ ଦେଶରେ ୮୩୩ଟି ମାଓ ହିଂସା ମାମଲା ରୁଜୁ ହୋଇଥିଲା। ଆଉ ୨୦୧୯ରେ ଏହା ୬୭୦କୁ ଖସିଲା। ସେହିପରି ୨୦୨୦ରେ ୬୬୫ଟି ମାଓ ହିଂସା ମାମଲା ରୁଜୁ ହୋଇଥିଲା। ଉଦବେଗର ବିଷୟ ହେଉଛି, ଏଥିମଧ୍ୟରୁ ଅଧିକାଂଶ ଛତିଶଗଡ଼ରେ ହିଁ ସଂଘଟିତ ହୋଇଥିଲା। ତେବେ ଗତ ୧୨ ବର୍ଷରେ ଘଟିଥିବା ୬ଟି ଲୋମହର୍ଷଣକାରୀ ମାଓବାଦୀ ଅମ୍ବୁସ ମଧ୍ୟରୁ ଗତ ୪ ତାରିଖର ଆକ୍ରମଣ ଭୟାନକ ଥିଲା।

କେବେ ଓ କେଉଁଠି ମାଓବାଦୀ ଘଟାଇଛନ୍ତି ରକ୍ତପାତ ? 

  • ୨୦୧୦- ପଶ୍ଚିମବଙ୍ଗ ମିଦନାପୁରରେ ମାଓବାଦୀ ଟ୍ରେନ୍ ଧାରଣା କାଟିବାରୁ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୪୮ ଯାତ୍ରୀଙ୍କ ଜୀବନ ଗଲା।
  • ୨୦୧୦- ଛତିଶଗଡ଼ ଦାନ୍ତେୱାଡ଼ାରେ ମାଓବାଦୀ ଆମ୍ବୁସରେ ୭୬ CRPF ଯବାନ ଶହୀଦ ହୋଇଥିଲେ।
  • ୨୦୧୦- ଛତିଶଗଡ଼ ନାରାୟଣପୁରରେ ମାଓବାଦୀ ଆମ୍ବୁସରେ ୨୬ CRPF ଯବାନ ଶହୀଦ ହୋଇଥିଲେ।
  • ୨୦୧୩- ଛତିଶଗଡ଼ ଦରଭା ଉପତ୍ୟକାରେ ମାଓବାଦୀଙ୍କ ଆକ୍ରମଣରେ ୨୭ କଂଗ୍ରେସ ନେତା ଓ କର୍ମୀଙ୍କ ମୃତ୍ୟୁ ହୋଇଥିଲା।
  • ୨୦୧୭- ଛତିଶଗଡ଼ ସୁକମାରେ ମାଓବାଦୀ ହମଲାରେ ୨୫ CRPF ଯବାନ ଶହୀଦ ହେଲେ।

Also Read: Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!

ଗୋଟିଏ ସ୍ଥାନରେ ମାଓବାଦୀ ସଂଗଠନ (Mao Orgamization) ଅପରେସନରେ ସଫଳ ହେବାପରେ ଅନ୍ୟ ଅଞ୍ଚଳରେ ଥିବା ସହଯୋଗୀ ସଂଗଠନଗୁଡ଼ିକ ପ୍ରଭାବିତ ହୋଇଥାନ୍ତି। ତେବେ ଓଡ଼ିଶା (Odisha) କ୍ଷେତ୍ରରେ ଏପରି ଉଦାହରଣ ନାହିଁ। ଛତିଶଗଡ଼ରେ ଗତ ୪ ତାରିଖର ଘଟଣାରୁ ଓଡ଼ିଶା କ୍ୟାଡ଼ର ମାଓବାଦୀମାନେ ଅନୁପ୍ରେରିତ ହେବାର ସମ୍ଭାବନା ନାହିଁ। ତଥାପି ଓଡ଼ିଶା ପୋଲିସ ଆଲର୍ଟ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞଙ୍କ ମତ ଦେଇଛନ୍ତି।

 ଆମ ରାଜ୍ୟରେ ଏବେ ମାଓବାଦୀ ସଂଗଠନଗୁଡ଼ିକ ଦୁର୍ବଳ ହୋଇ ପଡ଼ିଛନ୍ତି। ପୂର୍ବରୁ ରାଜ୍ୟର ୧୯ଟି ଜିଲ୍ଲାରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଥିବା ବେଳେ ଏବେ ସେହି ସଂଖ୍ୟା ୧୦କୁ ଖସି ଆସିଛି। କୁହାଯାଉଛି, ବର୍ତ୍ତମାନ କୌଣସି କ୍ୟାଡର ମାଓବାଦୀ ବି ନାହାନ୍ତି। ସେଥିପାଇଁ ଆବଶ୍ୟକ ଅର୍ଥବଳ ବି ସେମାନଙ୍କ ନିକଟରେ ନାହିଁ। ଏଣୁ ଓଡ଼ିଶାରେ ଏ ସଂଗଠନ ରୁଗଣପ୍ରାୟ ହୋଇଗଲେଣି।

Also Read: Bijapur Naxal Encounter: ଶହୀଦ ଯବାନଙ୍କ ସଂଖ୍ୟା ବୃଦ୍ଧି, ଅପରେସନରେ ଟଳିପଡିଲେ ୯ ନକ୍ସଲ

ଛତିଶଗଡ଼ ମାଓ ଆଟାକର ଓଡ଼ିଶା କନେକ୍ସନ !

ଏ କଥା ସତ ଯେ ଓଡ଼ିଶାରେ ଏବେ ମାଓବାଦୀ ସୀମିତ ହୋଇଯାଇଛନ୍ତି। ପୂର୍ବଭଳି ମାଓବାଦୀଙ୍କ ସଂଗଠନ ବି ନାହିଁ। ସେମାନଙ୍କୁ ଲିଡ୍ କରିବାକୁ କ୍ୟାଡର ଭିତ୍ତିକ ମାଓବାଦୀ (Mao leader) ବି ନାହାନ୍ତି। ତେବେ ଓଡ଼ିଶା ପୋଲିସ ଏବଂ ପ୍ରଶାସନ ଯଦି ଏହାକୁ ନଜର ଅନ୍ଦାଜ କରନ୍ତି, ତେବେ ପୁଣି ଯେ ଏହା ଡାଳ ନ ମେଲିବ, ସେକଥା କହିହେବ ନାହିଁ।