ପ୍ରଧାନ ଶିକ୍ଷୟତ୍ରୀଙ୍କ ଠାରୁ MDM ଟଙ୍କା ଲୁଟ୍
Advertisement

ପ୍ରଧାନ ଶିକ୍ଷୟତ୍ରୀଙ୍କ ଠାରୁ MDM ଟଙ୍କା ଲୁଟ୍

MDM ବାବଦକୁ ୫୦ ହଜାର ଟଙ୍କା ନୂଆଗାଁସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଉଠାଇ ଏକ ଅଟୋ ଯୋଗେ ସ୍କୁଲକୁ ଫେରୁଥିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ହୋଇଥିବା କିଛି ଦୁର୍ବୃତ୍ତ ବାଇକରେ ଆସି ଶିକ୍ଷୟତ୍ରୀଙ୍କ ଟଙ୍କା ଥିବା ଭ୍ୟାନିଟ ବ୍ୟାଗଟିକୁ ଟାଣିନେଇ ଥିଲେ।

ପ୍ରଧାନ ଶିକ୍ଷୟତ୍ରୀଙ୍କ ଠାରୁ MDM ଟଙ୍କା ଲୁଟ୍

ପ୍ରିୟବ୍ରତ ସାହୁ, କନ୍ଧମାଳ: ଚଳନ୍ତା ଅଟୋରେ ଶିକ୍ଷୟତ୍ରୀଙ୍କ ଠାରୁ ଲୁଟ। ଦୁଇ ଜଣ ଦୁର୍ବୃତ୍ତ ହୋଣ୍ଡା ୟୁନିକନ ବାଇକରେ ଆସି ଲୁଟିନେଲେ ୫୦ ହଜାର ଟଙ୍କା। ଏଭଳି ଏକ ଘଟଣା ଜିଲ୍ଲାର ନୂଆଗାଁ ଥାନା ଅନ୍ତର୍ଗତ ଗୁଞ୍ଜିଗାଁ (ପାରଜୁବାଲି) ଛକ ନିକଟରେ ଘଟିଛି। 

ମିଳିଥିବା ସୂଚନା ଅନୁସାରେ ସିର୍ତ୍ତିଗୁଡାସ୍ଥିତ ସ୍ୱର୍ଣ୍ଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ବିଶ୍ୱାଳ MDM ବାବଦକୁ ୫୦ ହଜାର ଟଙ୍କା ନୂଆଗାଁସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଉଠାଇ ଏକ ଅଟୋ ଯୋଗେ ସ୍କୁଲକୁ ଫେରୁଥିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ହୋଇଥିବା କିଛି ଦୁର୍ବୃତ୍ତ ବାଇକରେ ଆସି ଶିକ୍ଷୟତ୍ରୀଙ୍କ ଟଙ୍କା ଥିବା ଭ୍ୟାନିଟ ବ୍ୟାଗଟିକୁ ଟାଣିନେଇ ଥିଲେ। ସେମାନେ ୫୯ ନଂ ଜାତୀୟ ରାଜପଥ ଦେଇ କିରୀକୁଟି ଆଡକୁ ଫେରାର ହୋଇ ଯାଇଥିଲେ।

Also Read: ବିଜାଘାଟିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ଦୁର୍ବୃତ୍ତମାନେ ଟଙ୍କା ଲୁଟିନେବା ପରେ ଶିକ୍ଷୟତ୍ରୀ ଜଣକ ତାଙ୍କ ସ୍କୁଲର ସହକାରୀ ଶିକ୍ଷକଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଥିଲେ। ପରେ ଶିକ୍ଷକମାନେ  କିରୀକୁଟିର କିଛି ଲୋକଙ୍କୁ ଫୋନ କରି ଦୁର୍ବୃତ୍ତଙ୍କ ଗାଡିକୁ ଅଟକାଇବାକୁ ଅନୁରୋଧ କରିଥିଲେ। ଶିକ୍ଷକଙ୍କ ଅନୁରୋଧକ୍ରମେ ଗ୍ରାମବାସୀ କିରୀକୁଟି ଛକ ନିକଟରେ କାଠ ପକାଇ ରାସ୍ତାରେ ଜଗିରହିଥିଲେ। ହେଲେ ଦୁର୍ବୃତ୍ତମାନେ କାଠ ପକାଇବା ଦେଖି କିରୀକୁଟିସ୍ଥିତ ପାଟଖଣ୍ଡା ଛକ ନିକଟରୁ ବୁଲାଇ ଲଭର୍ସ ପଏଣ୍ଟ (ଡଡୁବାଡ଼ା ନଦୀ) ଆଡକୁ ଚାଲିଯାଇଥିଲେ। 

ହେଲେ ଲୋକମାନେ ଗୋଡ଼ାଇବା ଦେଖି ଦୁର୍ବୃତ୍ତ ଦୁଇଜଣ ଲଭର୍ସ ପଏଣ୍ଟରେ ବାଇକଟିକୁ ଛାଡି ଫେରାର ହୋଇଯାଇଥିଲେ। ଏହାପରେ କିରୀକୁଟି ଗ୍ରାମବାସୀ ବାଇକଟିକୁ ଗାଁକୁ ଆଣିଥିଲେ।  ଏହାପରେ ନୂଆଗାଁ ଥାନାର ଏସଆଇ ପ୍ରକାଶ ପ୍ରଧାନ ଗାଁରେ ପହଂଚି ବାଇକକୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଖବର ଲେଖାହେବା ସୁଦ୍ଧା ପୋଲିସ କାହାରିକୁ ଅଟକ କିମ୍ବା ଗିରଫ କରିନଥିବା ଜଣାପଡ଼ିଛି।