• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

ଚୋରି ଅଭିଯୋଗର ନାବାଳକକୁ ନିସ୍ତୁଡ ମାଡ଼; ୨ ଗିରଫ

ନାବାଳକକୁ ମାଡ଼ ମାରୁଥିବାର ଭିଡ଼ିଓ ଦୁଇ ଦିନ ପୂର୍ବେ ଭାଇରାଲ ହୋଇଥିଲା।  

ଚୋରି ଅଭିଯୋଗର ନାବାଳକକୁ ନିସ୍ତୁଡ ମାଡ଼; ୨ ଗିରଫ

କାନପୁର: ଚୋରି ଭଳି ଘଟଣାକୁ ନେଇ ମରିଯାଇଛି ମାନବିକତା। ଏଭଳି କାମ ପାଇଁ ଜଣେ ନାବାଳକକୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଏ ମାମଲାରେ ୧୨ ଜଣ ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରାଯାଇଛି। ଯେଉଁ ଘଟଣା ଏବେ ନାବାଳକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।

ଉତ୍ତରପ୍ରଦେଶସ୍ଥିତ କାନପୁର ଜିଲ୍ଲାରେ ଅବସ୍ଥିତ ଏକ ବଜାରରୁ ପରିବା ଚୋରି କରିବା ଅଭିଯୋଗରେ ଜଣେ ନାବାଳକକୁ କେତେକ ଲୋକ ନିସ୍ତୁକ ମାଡ଼ ମାରିଥିଲେ। ଏ ଘଟଣା ବାବଦରେ ଜଣାପଡି଼ବା ପରେ ୨ ଜଣଙ୍କୁ ଗିରଫ କରିବା ସହ ୧୨ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରିଛି ପୋଲିସ। ଏହି ଘଟଣା ବାବଦରେ ପୋଲିସ ଅନେକ ଲୋକଙ୍କୁ ପଚରାଉଚରା କରୁଛି। ଏ ମାମଲାରେ ସର୍ବପ୍ରଥମେ ସଚେଣ୍ଡି ଥାନାରେ ଅଭିଯୋଗ ହୋଇଥିଲା।

ଏ ଘଟଣାରେ କାନପୁର ଆଉଟର ଏସପି କହିଛନ୍ତି ଏନେଇ ଆମକୁ ଖବର ମିଳିସାରିଛି। ପରିବା ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ନାବାଳକ ଦେହରୁ କପଡା ଟାଣିନେବା ସହ କେତେକ ଲୋକ ତାକୁ ମାଡ଼ ମାରିଥିଲେ। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଏନେଇ ତଦନ୍ତ ଜାରି ରହିଛି। ମାଡ ମାରିବା ଘଟଣାରେ ଜଡିତ ଲୋକଙ୍କୁ ଗିରଫ କରିଛି ପୋଲିସ ପ୍ରୟାସ ଜାରି ରଖିଛି।

Also Read: Strange Incident: Jail ପରିସରରୁ ମିଳିଲା ଫେରାର କଏଦୀ

ଗତ ୨ ଦିନ ପୂର୍ବେ କାନପୁରରେ ଜଣେ ନାବାଳକକୁ ମାଡ ମରା ଯାଉଥିବାର ଏକ ଭିଡି଼ଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଦେଖିବା ପରେ ଜିଲ୍ଲାର ଚକରପୁର ଥାନା ପ୍ରଭାରୀ ଅଶୋକ କୁମାର ନିଜ ଆଡୁ ମାମଲା ରୁଜୁ କରିବା ସହ ଏହାର ତଦନ୍ତ ଆରମ୍ଭ କରିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିଥିଲେ।