ରିଲ୍ ନୁହେଁ ରିୟଲ! ସୁଟିଂ ଆଳରେ ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
Advertisement

ରିଲ୍ ନୁହେଁ ରିୟଲ! ସୁଟିଂ ଆଳରେ ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଗୁରୁବାର ଭୁବନେଶ୍ୱର ଭରତପୁର ଠାରେ ଏକ ଆଲବମ୍ ସୁଟିଂ ସମୟରେ ଜଣେ ନାବାଳିକାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଏବଂ ତାଙ୍କ ପରିବାର ସଦସ୍ୟ ଶୁକ୍ରବାର ଭରତପୁର ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି। 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ! ଭରତପୁର ଅଞ୍ଚଳରେ ଏକ ଆଲବମ ସୁଟିଂ ବାହାନାପେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଫେବୃଆରୀ ତିନିରେ ଘଟିଥିବା ଏହି ଘଟଣାକୁ ନେଇ ଶୁକ୍ରବାର ପୀଡିତା ଭରତପୁର ଥାନାରେ ଏଫ୍ଆଇଆର୍ ଦାଖଲ କରିଛନ୍ତି। ପୀଡିତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି। 

ଗୁରୁବାର ଭୁବନେଶ୍ୱର ଭରତପୁର ଠାରେ ଏକ ଆଲବମ୍ ସୁଟିଂ ସମୟରେ ଜଣେ ନାବାଳିକାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଏବଂ ତାଙ୍କ ପରିବାର ସଦସ୍ୟ ଶୁକ୍ରବାର ଭରତପୁର ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ଅଭିଯୋଗରେ ସେମାନେ ମୁଖ୍ୟ ଅଭିନେତା ସୁରଜ ବିଶ୍ୱାଳ ଏବଂ ବିଷ୍ଣୁଙ୍କ ସମେତ ତିନିଜଣଙ୍କ ନାମ ଉଲ୍ଲେଖ କରିଛନ୍ତି। ପୋଲିସ ମାମଲାର ଛାନଭିନ୍ ଆରମ୍ଭ କରିଛି। ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି।

Also Read: ଗର୍ଭବତୀ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ VVIP ପୁଅ ଗିରଫ

ଅଭିଯୋଗ ଅନୁଯାୟୀ, ପୀଡିତା ନାବାଳିକା ବିଭିନ୍ନ ଆଲବମରେ ପାର୍ଶ୍ୱ କଳାକାର ଭାବରେ କାମ କରନ୍ତି। ନିକଟରେ ତାଙ୍କୁ ଏକ ଆଲବମରେ ଏକ ମୁଖ୍ୟ ଚରିତ୍ର ଭୂମିକାର ପ୍ରଲୋଭନ ଦିଆଯାଇଥିଲା। ପୂର୍ବ ଯୋଜନା ମୁତାବକ ନାବାଳିକାଜଣକ ଗୁରୁବାର ବସ୍‌ରେ ଆସି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ। ସେଠାରୁ ସୁରୋଜ ବିଶ୍ୱାଳ ତାଙ୍କୁ ସାଙ୍ଗରେ ନେଇ ଭରତପୁର ଅଞ୍ଚଳସ୍ଥିତ ବିଷ୍ଣୁଙ୍କ ଘରକୁ ନେଇଯାଇଥିଲା। ସେଠାରେ ଏକ ମନ୍ଦିରରେ ଆଲବମର ପ୍ରଥମ ପର୍ଯ୍ୟାୟ ସୁଟିଂ ହୋଇଥିଲା।

ମନ୍ଦିରରୁ ସେମାନ ପୁଣି ଥରେ ବିଷ୍ଣୁଙ୍କ ଘରକୁ ଫେରିଥିଲେ। ସନ୍ଧ୍ୟାରେ ଆଲବମର ଏକ ଅନ୍ତରଙ୍ଗ ମୂହୁର୍ତ୍ତର ସୁଟିଂ ବାହାନାରେ ନାବାଳିକା ଅଭିନେତ୍ରୀଙ୍କ ହାତ ଓ ଗୋଡ ବନ୍ଧି ଦିଆଗଲା। ପରେ ଅଭିନେତା ସୁରଜ ତାଙ୍କୁ ରାତି ତମାମ ବାରମ୍ବାର ଦୁଷ୍କର୍ମ କରିଥିଲେ। ଆଉ କ୍ୟାମେରାମ୍ୟାନ ସେହି ଦୃଶ୍ୟକୁ ରେକଡିଂ କରିଥିଲେ। ଏପରିକି ଭିଡିଓକୁ ଭାଇରାଲ କରିଦେବାକୁ ସୁରଜ ଧମକ ଦେଇଥିବା ପୀଡିତାଜଣକ ଅଭିଯୋଗ କରିଛନ୍ତି। ରାତିର ଅତ୍ୟାଚାର ପରେ ସକାଳେ ପୀଡିତାଙ୍କୁ ଛାଡି ଦିଆଯାଇଥିଲା। କୌଣସି ପ୍ରକାରେ ସାହସ ପାଇ ନିଜ ପରିବାର ସହ ଯୋଗାଯୋଗ କରି ସେ ଥାନାରେ ଅଭିଯୋଗ କରିଥିଲେ। 

Also Read: ଗଙ୍ଗାବାଡର ବିକାଶରେ ବାଡ଼ ସାଜିଲେ ପରାଜିତ ସରପଞ୍ଚ ପ୍ରାର୍ଥୀ!

ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ରଂଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା ଉପରେ ଆଲବମର କାହାଣୀ ଆଧାରିତ ଥିଲା। ପୀଡ଼ିତା ଜଣକ ସୌମ୍ୟଙ୍କ ଗର୍ଲଫ୍ରେଣ୍ଡର ଚରିତ୍ରରେ ଅଭିନୟ କରିବାକୁ ଭୁବନେଶ୍ୱର ଆସିଥିଲେ। ପୂର୍ବରୁ ମଧ୍ୟ ଏହିଭଳି ଦୁଇ ଦୁଇଟି ଘଟଣା ଘଟିଛି। ରାଜ୍ୟର ବିଭିନ୍ନ କଣ ଅନୁକୋଣରୁ ଅନେକ ଯୁବପିଢି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସ୍ମାର୍ଟସିଟି ଆସନ୍ତି। କିନ୍ତୁ ଖୋଳ ପ୍ରକୃତିର ଲୋକଙ୍କ ପ୍ରଲୋଭନର ବସବର୍ତ୍ତୀ ହୋଇ ପ୍ରତାଡନାର ଶୀକାର ହୁଅନ୍ତି। ଭରତପୁର ଘଟଣାରେ ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।