ମୋଦିଙ୍କ ପ୍ରଶଂସାରେ ଟାଟା
Advertisement

ମୋଦିଙ୍କ ପ୍ରଶଂସାରେ ଟାଟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି। ତାଙ୍କ ନିକଟରେ ଦେଶ ପାଇଁ ଭିଜନ ଅଛି। ସେମାନେ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। କିଛି ଏଭଳି ଢଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି ଶିଳ୍ପପତି ରତନ ଟାଟା। ଗୁଜୁରାଟର ଗାନ୍ଧୀନଗରରେ ଇନଷ୍ଟିଚ୍ୟୁଟ ଅଫ ସ୍କିଲ୍ସ ଅନୁଷ୍ଠାର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଥିଲେ। 

ମୋଦିଙ୍କ ପ୍ରଶଂସାରେ ଟାଟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି। ତାଙ୍କ ନିକଟରେ ଦେଶ ପାଇଁ ଭିଜନ ଅଛି। ସେମାନେ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। କିଛି ଏଭଳି ଢଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି ଶିଳ୍ପପତି ରତନ ଟାଟା। ଗୁଜୁରାଟର ଗାନ୍ଧୀନଗରରେ ଇନଷ୍ଟିଚ୍ୟୁଟ ଅଫ ସ୍କିଲ୍ସ ଅନୁଷ୍ଠାର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଥିଲେ। 

ଶ୍ରୀ ଟାଟା କହିଥିଲେ କି, ଆମର ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ସରକାରଙ୍କ ନିକଟରେ ଦେଶର ଉନ୍ନତି ପାଇଁ ଲକ୍ଷ୍ୟ ରହିଛି। ସେମାନେ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ଆମକୁ ନିଶ୍ଚିତ ଭାବେ ଗର୍ବ କରିବା ଉଚିତ ଯେ, ସେମାନେ ଆମର ଶାସକ। ଆମକୁ ନିଶ୍ଚିତ ଭାବେ ତାଙ୍କୁ ସମର୍ଥନ କରିବାର ଆବଶ୍ୟକତା ରହିଛି ବୋଲି ସେ ସୂଚନା ଦେଇଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି, ଭାରତ ହେଉଛି ଯୁବକମାନଙ୍କ ଦେଶ। ଦେଶରେ ଅନେକ ଶିକ୍ଷିତ ଆଜି ମଧ୍ୟ ବେକାର ରହିଛନ୍ତି। ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି। ତେବେ ଏହା ସେତେବେଳେ ପ୍ରତିଫଳିତ ହେବ, ଯେତେବେଳେ ସେମାନେ କୁଶଳୀ ହୋଇପାରିବେ। ଆମମାନଙ୍କୁ ନୂଆ କୌଶଳ ଏବଂ ନୂଆ କ୍ଷମତାର ଆବଶ୍ୟକତା ରହିଛି। ଏହି କୌଶଳ ପରିପକ୍ୱ ଲାଭ କଲେ ସମଗ୍ର ଦେଶରେ ପ୍ରତିଫଳିତ ହେବ। ଆଉ ଏହା ଫଳରେ ଦେଶ ସମଗ୍ର ଦୁନିଆରେ ସ୍ୱତନ୍ତ୍ର ପରିଚୟ ଲାଭ କରିପାରିବ। ଏହା ଦୁରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ସମ୍ଭବ ବୋଲି ସେ କହିଥିଲେ। 

ସେହିଭଳି ସେ ଆହୁରି ମଧ୍ୟ କହିଥିଲେ କି ଏହି ଶିକ୍ଷାନୁଷ୍ଠାନ ଯୁବକଙ୍କ ପାଇଁ ଆବଶ୍ୟକ ଶିକ୍ଷାକୁ ଗୁରୁତ୍ୱ ଦେବ। ସେହି ଅନୁଯାୟୀ ଏଠାରେ କୌଶଳ ବିକାଶ ଉପରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଥିଲେ।