୧୦ ମାସର ଶିଶୁକୁ ଛୁରୀ ଭୁସି ହତ୍ୟା କଲା ମା', ତା’ପରେ ସ୍ୱାମୀଙ୍କ ଫୋନକୁ ପଠାଇଲା ଏହି ମେସେଜ୍
Advertisement

୧୦ ମାସର ଶିଶୁକୁ ଛୁରୀ ଭୁସି ହତ୍ୟା କଲା ମା', ତା’ପରେ ସ୍ୱାମୀଙ୍କ ଫୋନକୁ ପଠାଇଲା ଏହି ମେସେଜ୍

Mother Stabbed Infant Son To Death: ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ଶିଶୁ ରକ୍ତରେ ଜୁଡୁବୁଡୁ ହୋଇ ଘରେ ପଡ଼ି ରହିଥିଲେ । ଏହା ପରେ ତାଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଚିକିତ୍ସା କରାଯାଉଛି । ତେବେ ୧୦ ମାସର ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: ଆମେରିକାର (United States) ଭର୍ଜିନିଆରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ବାସ୍ତବରେ ଏଠାରେ ଜଣେ ମା' ନିଜର ୧୦ ମାସର ପୁଅକୁ ଛୁରୀ ଭୁସି ଅତି ନିର୍ଦ୍ଦୟ ଭାବରେ ହତ୍ୟା (Mother Stabbed Infant Son To Death) କରିଛନ୍ତି । ମହିଳା ଏଥିରେ ଅଟକି ନଥିଲେ, ସେ ନିଜ ୧୦ ବର୍ଷର ଝିଅକୁ ମଧ୍ୟ ଅନେକ ଥର ଛୁରୀ ଭୁସିଥିଲେ । ଏହି ଆକ୍ରମଣରେ ଝିଅ ଗୁରୁତର ଆହତ ହୋଇ ଯାଇଛନ୍ତି ।

ଅଧିକ ପଢ଼ନ୍ତୁ:-୪୫ ଦିନ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

ମା' ନିଜ ପିଲାମାନଙ୍କୁ ଛୁରୀରେ କରିଥିଲେ ଆକ୍ରମଣ 

ପିପଲ (People) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମହିଳା ପ୍ରଥମେ ନିଜର ଦୁଇ ପିଲାଙ୍କୁ ହତ୍ୟା କରିଥିଲେ ଓ ପରେ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଲେଖି  ସ୍ୱାମୀଙ୍କୁ ମେସେଜ୍ କରିଥିଲେ । ଯାହା ଶୁଣି ସ୍ୱାମୀଙ୍କ ହୋସ ଉଡିଯାଇଥିଲା ।

ଘଟଣାସ୍ଥଳରେ ହୋଇଥିଲା ନିରୀହ ଶିଶୁର ମୃତ୍ୟୁ

ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ଶିଶୁ ରକ୍ତରେ ଜୁଡୁବୁଡୁ ହୋଇ ଘରେ ପଡ଼ି ରହିଥିଲେ । ଏହା ପରେ ତାଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଚିକିତ୍ସା କରାଯାଉଛି । ତେବେ ୧୦ ମାସର ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-ମହଙ୍ଗା ହେବ ବିମାନ ଯାତ୍ରା, ଜୁନ ୧ରୁ ବୃଦ୍ଧି ପାଇବ ଏତିକି ଭଡା

କ’ଣ କହିଥିଲେ ପୋଲିସ ଅଧିକାରୀ?

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଶିଶୁଙ୍କ ଶରୀରକୁ  ଅନେକ ଥର ଛୁରୀରେ ଭୁସା ଯାଇଥିଲା । ସେମାନଙ୍କ ଶରୀରର ଏପରି କିଛି ଅଂଶ ନ ଥିଲେ ଯେଉଁଥିରେ ଛୁରୀରେ  ଆକ୍ରମଣ କରାଯାଇ ନଥିଲା । ଏହି ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା । ପ୍ରଥମ ଥର ପାଇଁ ଆମେ ଶିଶୁର ଶରୀର ଉପରେ ଏପରି ଭୟଙ୍କର ଆକ୍ରମଣ ହୋଇଥିବା ଦେଖିଲୁ ।

ଅଧିକ ପଢ଼ନ୍ତୁ:-ଭାରତ ପାଇଁ ବଡ ଖୁସି ଖବର, ଟେଷ୍ଟ ସିରିଜରୁ ବାହାରିଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି!

ପୋଲିସ ଅଧିକାରୀ କହିଛନ୍ତି," ଅଭିଯୁକ୍ତ ମହିଳା ୩୫ ବର୍ଷୀୟା ଗୋନେ ବୋଲି ଜଣାପଡିଛି । ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି । ଗିରଫ ପରେ ମହିଳାଙ୍କୁ ଜେଲ ପଠାଯାଇଛି । ତେବେ ତାଙ୍କ ଚିକିତ୍ସା ପାଇଁ ଡାକ୍ତରମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି । ଆମେ ମହିଳାଙ୍କ ବିରୋଧରେ ହତ୍ୟା ମାମଲାରେ ଦ୍ୱିତୀୟ ଡିଗ୍ରୀ ଚାର୍ଜ ଲଗାଇଛୁ ।"