Advertisement
Article Detail0/zeeodisha/odisha704437

ଆସିଲା ଏମଆରଆଇ ଦୁର୍ନୀତିର ରିପୋର୍ଟ

ଆସିଲା ବୁର୍ଲା ଭିମସାରରେ ହୋଇଥିବା ଏମଆରଆଇ ମହାଦୁର୍ନୀତି ରିପୋର୍ଟ । ବୁର୍ଲା ଭିମସାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କ ସୁବିଧା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମାଗଣାରେ ଏମଆରଆଇ ସେବା ପ୍ରଦାନ କରାଯାଇଛି.

ଆସିଲା ଏମଆରଆଇ ଦୁର୍ନୀତିର ରିପୋର୍ଟ

ସମ୍ବଲପୁର: ଆସିଲା ବୁର୍ଲା ଭିମସାରରେ ହୋଇଥିବା ଏମଆରଆଇ ମହାଦୁର୍ନୀତି ରିପୋର୍ଟ । ବୁର୍ଲା ଭିମସାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କ ସୁବିଧା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମାଗଣାରେ ଏମଆରଆଇ ସେବା ପ୍ରଦାନ କରାଯାଇଛି. ହେଲେ କିଛି କର୍ମଚାରୀ ଚଞ୍ଚକତା କରି ଅର୍ଥ ହେରଫେର କରିଥିବା ଜଣାପଡ଼ିଛି. 

ସୂଚନା ଯୋଗ୍ୟ ଭିମସାରର ଏମଆରଆଇ ବିଭାଗରେ  କାର୍ଯ୍ୟରତ କିଛି କର୍ମଚାରୀ ଚଞ୍ଚକତା କରି ମିଛ ବିଲ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ  ଭିମସାର ନିର୍ଦେଶକ ତତ୍ପରତା ଦେଖାଇ ୪ ଜଣିଆ କମିଟି ଗଠନ କରିଥିଲେ । ଆଜି ଏହି ୪ ଜଣିଆ କମିଟି ତାଙ୍କର ତଦନ୍ତ ରିପୋର୍ଟ ଭିମସାର ନିର୍ଦେଶକଙ୍କୁ ଦେଇଛନ୍ତି । ତେବେ ଏହି କମିଟି ତାଙ୍କର ତଦନ୍ତ ପୁରା  କରିଥିବା ବେଳେ ଆହୁରି ଅଧିକ ତଦନ୍ତର ଆବଶ୍ୟକ ରହିଛି ଏବଂ  ଏହି ରିପୋର୍ଟଟି ରାଜ୍ୟ ସ ରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯିବ ବୋଲି ଭିମସାର ଅଧିକ୍ଷକ ପ୍ରକାଶ କରିଛନ୍ତି । 

 

Add Zee News as a Preferred Source
About the Author