• ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ଆରମ୍ଭ
  • ଯାତ୍ରୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ
  • ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି
  • ରିପୋର୍ଟ ଆଣି ନ ଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍
  • କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ବ୍ୟବସ୍ଥା
  • ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର
  • ଉତ୍କଳ ବିଶ୍ୱବିଦ୍ୟାଳୟର ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ
  • ୪ଜଣ କୋରୋନା ସଂକ୍ରମିତଙ୍କ କଣ୍ଟାକଟ୍ରେସିଂ ଚାଲିଛି
  • ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ
  • ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ

ଭୂତ ଖାତାରେ ମୁଦ୍ରା ଋଣର ୨ କୋଟି ୩୪ ଲକ୍ଷ ଟଙ୍କା !

ସମ୍ବଲପୁର ସିନ୍ଦୁରପଙ୍କ ଇଂଡିଏନ ଓଭରସିଜ ବ୍ୟାଙ୍କରେ ମୁଦ୍ରା ଋଣ ନାମରେ ଦୁଇ କୋଟି ୩୪ ଲକ୍ଷ ଟଙ୍କା ଠକେଇ। ପୂର୍ବତନ ବ୍ୟାଙ୍କ ଅଧିକାରୀ, କର୍ମଚାରୀ ଓ କିଛି ଋଣ ନେଇଥିବା ବ୍ୟକ୍ତି ସମ୍ପୃକ୍ତ।

ଭୂତ ଖାତାରେ ମୁଦ୍ରା ଋଣର ୨ କୋଟି ୩୪ ଲକ୍ଷ ଟଙ୍କା !
ଭୂତ ଖାତାରେ ମୁଦ୍ରା ଋଣର ୨ କୋଟି ୩୪ ଲକ୍ଷ ଟଙ୍କା !

ଅଜୟ ନାଥ, ସମ୍ବଲପୁର: ସିନ୍ଦୁରପଙ୍କ ଇଂଡିଏନ ଓଭରସିଜ ବ୍ୟାଙ୍କରେ ମୁଦ୍ରା ଋଣ (mudra loan) ନାମରେ ଦୁଇ କୋଟି  ୩୪ ଲକ୍ଷ ଟଙ୍କା ଠକେଇ ହୋଇଛି। ଏଥିରେ ପୂର୍ବତନ ବ୍ୟାଙ୍କ ଅଧିକାରୀ, କର୍ମଚାରୀ ଓ ଋଣ ନେଇଥିବା କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ୨୦୧୭ରୁ ୨୦୧୯ ମଧ୍ୟରେ ମୁଦ୍ରା ଋଣ ନାମରେ ତତ୍କାଳୀନ ଓଭରସିଜ ବ୍ୟାଙ୍କ ମ୍ୟାନେଜର ୨ କୋଟି ୩୪ ଲକ୍ଷ ଟଙ୍କା ଚଂଚକତା କରି ଠକି ନେଇଥିବାର ଜଣା ପଡ଼ିଛି। 

ଭୂତ ଖାତାରେ ମୁଦ୍ରା ଋଣର ୨ କୋଟି ୩୪ ଲକ୍ଷ ଟଙ୍କା !

ତେବେ ଏ ବାବଦରେ ଚେନ୍ନାଇ ଓଭରସିଜ ବ୍ୟାଙ୍କ (Indian Overseas Bank) ର ସେଣ୍ଟ୍ରାଲ ଭିଜିଲାନ୍ସ ଟିମ ଖୋଲତାଡ଼ କରିବା ପରେ ଓଡିଶା ରିଜିଓନାଲ ହେଡଙ୍କୁ ଜଣାଇଛନ୍ତି। ପରେ ରିଜିଓନାଲ ମ୍ୟାନେଜର ଭୁପେନ୍ଦ୍ର  ନାରାୟଣ ସିଂ EOW ଙ୍କୁ ଅଭିଯୋଗ କରିଛନ୍ତି। ପାଖାପାଖି ଅଢେଇ କୋଟି ଟଙ୍କାର ଘୋଟଲା (Bank Scam) ବାବଦରେ ଖୋଲତାଡ଼ ଆରମ୍ଭ ହୋଇ ଯାଇଛି। EOW ତରଫରୁ କିଛିଦିନ ପୂର୍ବରୁ ସମ୍ବଲପୁର ସିନ୍ଦୁରପଙ୍କ ବେଙ୍କ କୁ ଆସି ସମସ୍ତ କର୍ମଚାରୀଙ୍କୁ ପଚରା ଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି।

Also Read: ମୁରବୀ ବିହୀନ ସମ୍ବଲପୁର ପୋଲିସ; ୩ ଦିନରେ ଦ୍ଵିତୀୟ ମର୍ଡର, ଲଗାମ ଛଡା ଅଭିଯୁକ୍ତ

ସେପଟେ ସମ୍ବଲପୁର (Sambalpur) ସିନ୍ଦୁରପଙ୍କ ବ୍ରାଞ୍ଚରେ ବର୍ତ୍ତମାନ ଅବସ୍ଥାପିତ ବ୍ୟାଙ୍କ ମ୍ୟାନେଜର ଅନ୍ତରାମ ପ୍ରଧାନ ସେହି ସମୟରେ ନ ଥିବା ବିଷୟରେ କହିଥିଲେ। ତାଙ୍କ ସମୟରେ ଏହି ଘୋଟଲା ହୋଇନାହିଁ। ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ସମୟରେ ଏହି କାର୍ଯ୍ୟ ହୋଇଛି। ମାମଲା ବର୍ତ୍ତମାନ ତଦନ୍ତ ପରିସରରେ ଅଛି, ସେଥିପାଇଁ ସେ ବାବଦରେ କୌଣସି ପ୍ରକାର ଉତ୍ତର ଦେବାକୁ ମନା କରିଥିଲେ।