ଜଷ୍ଟିସ ରେଖା ପାନ୍ଧାରେ ଏହି ମାମଲାର ଶୁଣାଣି କରୁଥିଲେ। ପୀଡିତା ଯେଉଁମାନଙ୍କୁ ଜେଜେବାପା ଓ ଜେଜମାଆ ବୋଲି ଡାକୁଥିଲେ, ସେମାନେ ଏଭଳି ଘଟଣା ଘଟାଇବା ନିହାତି ଭାବେ ଗ୍ରହଣୀୟ ନୁହେଁ ବୋଲି ଜଷ୍ଟିସ ରେଖା କହିଛନ୍ତି।
Trending Photos
)
ମୁମ୍ବାଇ: ବିଳମ୍ବରେ ହେଉ ପଛେ ପୀଡିତାଙ୍କୁ ମିଳଛି ନ୍ୟାୟ। ପ୍ରାୟ ୮ ବର୍ଷ ପରେ ୮୦ ବର୍ଷୀୟ ଦମ୍ପତିଙ୍କୁ ମିଳିଛି ୧୦ ବର୍ଷର କାରାଦଣ୍ଡାଦେଶ। ଘଟଣାଟି ୨୦୧୩ ମସିହାରେ ମୁମ୍ବାଇ (Mumbai) ର ଗିରଗାଁ ଅଞ୍ଚଳରେ ଘଟିଥିଲା। ଆଉ ଗତ ୧୨ ତାରିଖରେ ମୁମ୍ବାଇ ସ୍ୱତନ୍ତ୍ର କୋର୍ଟ ଏହାର ରାୟ ଶୁଣାଇଛନ୍ତି।
ଶିଶୁକନ୍ୟା ଯୌନ ଶୋଷଣ ମାମଲାରେ ଦଣ୍ଡାଦେଶ ପାଇଥିବା ପୁରୁଷଙ୍କ ବୟସ ୮୭ ଓ ମହିଳାଙ୍କ ବୟସ ୮୧ ହେବ। ଉଭୟଙ୍କୁ POCSO ଆଇନର ସେକ୍ସନ ୬ ଅନୁସାରେ ଦଣ୍ଡାଦେଶ (Mumbai couple jailed) ଦିଆଯାଇଛି। ଅପରାଧୀ ବୃଦ୍ଧ ଦମ୍ପତିଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ଲକ୍ଷେ ଟଙ୍କା ଜରିମାନା ଲାଗିଛି। ଜଷ୍ଟିସ ରେଖା ପାନ୍ଧାରେ ଏହି ମାମଲାର ଶୁଣାଣି କରୁଥିଲେ। ପୀଡିତା ଯେଉଁମାନଙ୍କୁ ଜେଜେବାପା ଓ ଜେଜମାଆ ବୋଲି ଡାକୁଥିଲେ, ସେମାନେ ଏଭଳି ଘଟଣା ଘଟାଇବା ନିହାତି ଭାବେ ଗ୍ରହଣୀୟ ନୁହେଁ ବୋଲି ଜଷ୍ଟିସ ରେଖା କହିଛନ୍ତି।
Also Read: ସମ୍ବଲପୁରରେ ଲଭ୍ ଜିହାଦ୍ ! ଯୁବତୀଙ୍କ ଶରୀର ଓ ଜୀବନ ସହ ଚାଲିଥିଲା ଖେଳ
ଅଭିଯୋଗ ଅନୁସାରେ, ଯୌନ ଶୋଷଣ (sexually assaulting) ସମୟରେ ପୀଡିତାଙ୍କ ବୟସ ୪ ବର୍ଷ ଥିଲା। ୨୦୧୩ ସେପ୍ଟେମ୍ବର ୪ ତାରିଖ ରାତିରେ ତାଙ୍କ ସହ ଯୌନ ଶୋଷଣ ହୋଇଥିଲା। ଉଭୟ ଦୋଷୀ ଏବଂ ପୀଡିତା ଗୋଟିଏ ବିଲ୍ଡିଂରେ ରୁହନ୍ତି। ପୀଡିତା ନିଜ ବାନ୍ଧବୀଙ୍କ ଘରୁ ଫେରିଲା ବେଳେ ବୃଦ୍ଧ ଦମ୍ପତି ତାଙ୍କୁ ଘରକୁ ଡାକି ନେଇ ମାଡ ମାରିବା ସହ ଯୌନଶୋଷଣ କରିଥିଲେ। ଏଥିରେ ମହିଳା ମଧ୍ୟ ସାମିଲ ଥିଲେ। ଆଉ ପୀଡିତା ଘରକୁ ଫେରି ମାଆଙ୍କୁ ସବୁ କଥା କହିବା ପରେ ଥାନାରେ ସେହି ଦିନ ଥାନାରେ ଅଭିଯୋଗ କରାଯାଇଥିଲା।
ପୀଡିତା, ପୀଡିତାଙ୍କ ମାଆ ଓ ଅନ୍ୟମାନଙ୍କ ବୟାନ ସହ ମେଡିକାଲ ରିପୋର୍ଟ ଆଧାରରେ ବୃଦ୍ଧ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କୋର୍ଟରେ ଦାଖଲ କରାଯାଇଥିବା ସମସ୍ତ ତଥ୍ୟ ଓ ପ୍ରମାଣ ବୃଦ୍ଧ ଦମ୍ପତିଙ୍କ ବିରୁଦ୍ଧରେ ଥିଲା। ଯେଉଁଥିପାଇଁ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ରାୟକୁ ପ୍ରଶଂସା କରାଯାଉଥିବା ବେଳେ ବୃଦ୍ଧ ଦମ୍ପତିଙ୍କ ପାଇଁ ପଡୋଶୀ ଉପରୁ ଲୋକଙ୍କ ଭରସା ଉଠି ଯାଉଛି ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।