ହାତଗୋଡ଼ ବାନ୍ଧି ଯୁବକଙ୍କୁ ଗାଡ଼ି ଚଢାଇ ହତ୍ୟା !
Advertisement

ହାତଗୋଡ଼ ବାନ୍ଧି ଯୁବକଙ୍କୁ ଗାଡ଼ି ଚଢାଇ ହତ୍ୟା !

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । 

ହାତଗୋଡ଼ ବାନ୍ଧି ଯୁବକଙ୍କୁ ଗାଡ଼ି ଚଢାଇ ହତ୍ୟା !

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ଗାଡ଼ି ଚଢାଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି ହତ୍ୟାକାଣ୍ଡ କିଏ ଓ କେଉଁ ପରିସ୍ଥିତିରେ ଘଟାଯାଇଛି ସେ ସମ୍ପର୍କରେ କୌଣସି ସଠିକ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଗୁରୁବାର ସକାଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟ  ଝାରସୁଗୁଡ଼ା-ସୁନ୍ଦରଗଡ ରାସ୍ତା ମଝିରେ ଏକ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଯୁବକ ଜଣକର ହାତ ଗୋଡ଼ବନ୍ଧା ହୋଇଛି ଏବଂ ମୁଣ୍ଡକୁ କୌଣସି ଗାଡ଼ିର ଚକା ତଳେ ଚପେଇ ଦିଆଯାଇଥିବା ଜଣାପଡ଼ିଛି । ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଛି ପୋଲିସ। 

ହତ୍ୟାକାଣ୍ଡ ସନ୍ଦେହ କରି ଲଖନପୁର ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ଘଟଣାସ୍ଥଳରେ ବ୍ରଜରାଜନଗର SDPO ଲଖନପୁର ଇନ୍ସପେକ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି SDPO ସୂଚନା ଦେଇଛନ୍ତି।