ଯାହା କୁହାଯାଉଛି, ରାତିରେ ଗାଡ଼ିରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ବେଳେ ହତ୍ୟାର ଶିକାର ହୋଇଛି ଜଗା ।
ଦୁର୍ଦ୍ଦାନ୍ତ ଅପରାଧୀ ଜଗା
ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
ଘଟଣାସ୍ଥଳରେ ପୋଲିସର ଛାନଭିନ୍
Trending Photos
)
ଦିଲ୍ଲୀପ ଦାସ, ଜଳେଶ୍ୱର: କୁଖ୍ୟାତ ଅପରାଧୀକୁ ନିର୍ମମ ହତ୍ୟା । ବାଲେଶ୍ୱର କମର୍ଦ୍ଦା ଥାନା ଖୁରୁଣ୍ଟିଆ ପଦାରେ ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ହତ୍ୟା କରାଯାଇଛି । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତ୍ତମାନେ ଜଗା ଉପରେ ଡମ୍ପର ମଡ଼ାଇ ଦେଇଥିବା ଅନୁମାନ କରାଯାଉଛି । ଏପରିକି ମୃତ ଦେହ ନିକଟରେ ଅନେକ ପଥର ମଧ୍ୟ ପଡ଼ିଛି । ତେଣୁ ତାକୁ ପଥରରେ ପିଟି ପିଟି ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଟେର୍ ମିଳିନି ।
ଯାହା କୁହାଯାଉଛି, ରାତିରେ ଗାଡ଼ିରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ବେଳେ ହତ୍ୟାର ଶିକାର ହୋଇଛି ଜଗା । କିଛି ଗାଡ଼ି ମାଲିକଙ୍କ ସହ ଜଗାର ବଚସା ହୋଇଥିଲା । ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଏପରିକି ଜଗାକୁ କେହି ହତ୍ୟା ମଧ୍ୟ କରିଛି । ତେବେ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ବିଷୟରେ କୌଣସି ସୁରାଗ ମଧ୍ୟ ମିଳିନାହିଁ । ୩ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ । ସେହିପରି ଘଟଣାସ୍ଥଳରୁ ଏକ ଟ୍ରାକ୍ଟର ଓ ଏକ ଡମ୍ପର ଜବତ ହୋଇଛି ।
କିଏ ସେହି ଦୁର୍ଦ୍ଦାନ୍ତ ଅପରାଧୀ ଜଗା ?
ନାଁ 'ଜଗା' । ଦୁର୍ଦ୍ଦାନ୍ତ ଅପରାଧୀ । ଯାହା ନାଁରେ ମାଳ ମାଳ ମାମଲା । ଚୋରି, ଡକାୟତି, ହତ୍ୟା ଧମକ, ରାହାଜାନି ଇତ୍ୟାଦି ମାମଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ ନାଁରେ ରହିଛି । ରାଜ୍ୟ ଓ ରାଜ୍ୟ ବାହାରକୁ ବନ୍ଧୁକ ଚାଲାଣ ନେଇ ମଧ୍ୟ ତା ନାଁରେ ଅଭିଯୋଗ ରହିଥିଲା । କୁହାଯାଉଛି, ୮ରୁ ଉର୍ଦ୍ଧ୍ୱ ମାମଲା ଜଗା ନାଁରେ ରହିଛି ।
ତେବେ ଜଗାକୁ କିଏ ହତ୍ୟା କରିଛି, ସେନେଇ ତଦନ୍ତ ଜାରିରହିଛି । ପ୍ରକୃତରେ କିଏ ଓ କାହିଁକି ଏ ହତ୍ୟାକାଣ୍ଡ ଭିଆଇଛି, ସେନେଇ କୌଣସି ସ୍ପଷ୍ଟ ଚିତ୍ର ଆସିପାରିନାହିଁ । ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।