• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

୯ ହାଇୱେ ଲୁଟେରାଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ଲୁଟେରାଙ୍କ ଠାରୁ ୩୨ଟି ମୋବାଇଲ୍, ୩ଟି ଖଣ୍ଡାଧାର, ୩ଟି ଅଫୁଟା ବୋମା, ଗୋଟିଏ ବନ୍ଧୁକ, ୩ଟି ଅଫୁଟା ଗୁଳିକୁ ଜବତ କରାଯାଇଛି। 

୯ ହାଇୱେ ଲୁଟେରାଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର: ଜିଲ୍ଲାର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଜାତୀୟ ରାଜପଥରରେ ଡକାୟତି ଯୋଜନା କରୁଥିବା ବେଳେ ଏକ ଆନ୍ତଃରାଜ୍ଯ ଡକାୟତ ଗ୍ୟାଙ୍ଗର ୯ ଜଣ ଲୁଟେରାଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ। ସେମାନଙ୍କ ଠାରୁ ୩୨ଟି ମୋବାଇଲ୍, ୩ଟି ଖଣ୍ଡାଧାର, ୩ଟି ଅଫୁଟା ବୋମା, ଗୋଟିଏ ବନ୍ଧୁକ, ୩ଟି ଅଫୁଟା ଗୁଳିକୁ ଜବତ କରିଛି ପୋଲିସ।  

ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋବାଇଲ୍ ଲୁଟ ପାଟ କରୁଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଯାହାକୁ ଆଧାର କରି ପାଟ୍ରୋଲିଂ କରିବା ବେଳେ ଏହି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।