କାନର କୁଣ୍ଡଳୀ କହିବ ଜରିପାଟଣା ହତ୍ୟାକାଣ୍ଡର କିଏ ସେହି ଯୁବକ ?
Advertisement

କାନର କୁଣ୍ଡଳୀ କହିବ ଜରିପାଟଣା ହତ୍ୟାକାଣ୍ଡର କିଏ ସେହି ଯୁବକ ?

ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ସହର ଉପକଣ୍ଠ ନଦୀପଠା ଏବେ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ପୂର୍ବରୁ ଏହି ଅଞ୍ଚଳରେ ୨ଟି ହତ୍ୟାକାଣ୍ଡ ଘଟି ଯାଇଥିଲେ ବି ଏ ଯାଏ ଧରା ପଡ଼ିନି ହତ୍ୟାକାରୀ ।

କାନର କୁଣ୍ଡଳୀ କହିବ ଜରିପାଟଣା ହତ୍ୟାକାଣ୍ଡର କିଏ ସେହି ଯୁବକ ?

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ରାଜଧାନୀରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ନଦୀପଠାରେ ହତ୍ୟା କରି ବାଲିରେ ପୋତି ଦେଲେ । ହତ୍ୟାର ୪ ଦିନ ବିତି ଯାଇଥିଲେ ବି ଯୁବକଙ୍କ ପରିଚୟ ମିଳିପାରି ନାହିଁ । ସେପଟେ ଡିସିପିଙ୍କ ଉପସ୍ଥିତିରେ ଗଳିତ ମୃତଦେହର ସାଇଣ୍ଟିଫିକ୍ ଯାଞ୍ଚ ହୋଇଛି । ଡିସିପି କହିଛନ୍ତି ଯୁବକ ଜଣକ ସ୍ଥାନୀୟ ନୁହନ୍ତି, ତାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯିବ । ସେପଟେ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ସହର ଉପକଣ୍ଠ ନଦୀପଠା ଏବେ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ପୂର୍ବରୁ ଏହି ଅଞ୍ଚଳରେ ୨ଟି ହତ୍ୟାକାଣ୍ଡ ଘଟି ଯାଇଥିଲେ ବି ଏ ଯାଏ ଧରା ପଡ଼ିନି ହତ୍ୟାକାରୀ ।

କିଏ ଏହି ଯୁବକ ? ଏଠାକୁ ଆସିଲେ କିପରି ? କେଉଁଠି ଘର ? ପରିଚୟ କଣ ? ଏପରି ଅନେକ ପ୍ରଶ୍ନର ପାହାଡ଼ ଉପରେ ଜରିପାଟଣା ହତ୍ୟାକାଣ୍ଡ (Jaripatana Murder Case) । ଡିସିପି ଆଜି ଘଟଣାସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ ବି କୌଣସି ଠୋସ୍ ପ୍ରମାଣ ମିଳିନି । ସେପଟେ ସାଇଣ୍ଟିଫିକ୍ ଟିମ୍ (Scientific Team) ଉପସ୍ଥିତିରେ ବାଲି ଖୋଳାଯାଇ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଶରୀରରେ ଥିବା କ୍ଷତ ସ୍ଥାନ ସମେତ ପରିଚୟ ଜାଣିବା ପାଇଁ ଚିହ୍ନ ଯାଞ୍ଚ କରିଛି । ତେବେ ଉକ୍ତ ଶରୀରରେ କୌଣସି ପରିଚୟ ଜାଣିବା ପାଇଁ ଚିହ୍ନ ନ ଥିବା ବେଳେ କେବଳ କାନରେ ଏକ କୁଣ୍ଡଳୀ ରହିଛି । 

Also Read: ଚିଠି ଖୋଲିବ ଗୁମର: ସୌମ୍ୟ-ବିଦ୍ୟାଙ୍କ ସମ୍ପର୍କର Hatestory

ଯୁବକ ପିନ୍ଧିଥିବା ପୋଷାକରୁ କୌଣସି ମନି ପର୍ସ, କାର୍ଡ କିମ୍ବା ମୋବାଇଲ ଫୋନ୍ ମିଳିନାହିଁ । ପୋଲିସ ଅନୁମାନ କରୁଛି  ପ୍ରାୟ ୩ରୁ ୪ଦିନ ତଳେ ଯୁବକଙ୍କୁ ହତ୍ୟା କରି ପୋତି ଦିଆଯାଇଛି । ତେବେ ପୋତା ଯାଇଥିବା ସ୍ଥାନ ଠାରୁ କିଛି ଦୁରରେ ପଟେ ଚପଲ ମିଳିଛି । ମୃତ ଯୁବକଙ୍କ ବୟସ ୨୫ରୁ ୩୦ବର୍ଷମଧ୍ୟରେ ହେବ ବୋଲି ଜଣାପଡିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି । ପାଖାପାଖି ଅଞ୍ଚଳରେ ସେଭଳି କୌଣସି ମିସିଂ ରିପୋର୍ଟ (Missing Report) ବି ହୋଇନି । ଡିସିପି କହିଛନ୍ତି, ଯୁବକଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ମୃତଦେହର ପୋଷ୍ଟର ମରାଯିବ ।   

Also Read: ଏମିତି ଏକ ଦେଶ ଯେଉଁଠାରେ ପୁରୁଷ ରୁହନ୍ତି ଲୁଚି, ମହିଳାଙ୍କୁ ମିଳେ ପୁରା ଆଜାଦି

ଗତ ଏକ ସପ୍ତାହ ମଧ୍ୟରେ ଭୁବନେଶ୍ବର (Bhubaneswar) ଅଞ୍ଚଳରୁ କେଉଁ ଯୁବକ ନିଖୋଜ ଅଛନ୍ତି ତାହା ଜାଣିବା ପାଇଁ ପୋଲିସର ମିସିଂ ଓ କିଡନାପିଂ ସେଲକୁ ଆକ୍ଟିଭ୍ କରାଯାଇଛି । ଜିଲ୍ଲା ବାହାରର ପୋଲିସ ଷ୍ଟେସନ ସହ ମଧ୍ୟ ଯୋଗାଯୋଗ କରାଯାଇଛି । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ନଦୀପଠା ଏବେ ଅସୁରକ୍ଷିତ । ଲକ୍ ଡାଉନ୍ ଥିବାରୁ ପ୍ରତିଦିନ ଏଠାରେ ଅସାମାଜିକଙ୍କ ଭିଡ଼ ଜମୁଛି । ନିଶା ସେବନ ଓ ଗଣ୍ଡଗୋଳ ବି ହେଉଛି । ପୋଲିସ(Police) କୁ ଏ ନେଇ ବାରମ୍ବାର ସୂଚନା ଦିଆଯାଉଛି । ତଥାପି ନଦୀପଠାରେ ଭିଡ଼ କମୁନାହିଁ ।  ପୋଲିସକୁ ଏହି ମାମଲାରେ କୌଣସି ପ୍ରମାଣ ମିଳିନାହିଁ । ତେଣୁ ଯେ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳି ନାହିଁ, ତଦନ୍ତ ଆଗେଇ ପାରିବ ନାହିଁ ।