ଅବିବାହିତା ଅଭିନେତ୍ରୀଙ୍କ ସିନ୍ଥିରେ କାହା ସିନ୍ଦୁର? ସନ୍ଦେହଜନକ ମୃତ୍ୟୁ ପରେ ଉଠିଲା ଅନେକ ପ୍ରଶ୍ନ
Advertisement

ଅବିବାହିତା ଅଭିନେତ୍ରୀଙ୍କ ସିନ୍ଥିରେ କାହା ସିନ୍ଦୁର? ସନ୍ଦେହଜନକ ମୃତ୍ୟୁ ପରେ ଉଠିଲା ଅନେକ ପ୍ରଶ୍ନ

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଦେହାନ୍ତ ହୋଇଛି। ରବିବାର ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ବନ୍ଦ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା। ବର୍ତ୍ତମାନ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ତାହା ପୋଲିସର ତଦନ୍ତ ପରେ ଜଣା ପଡିବ।

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ସନ୍ଦେହ ଜଣକ ମୃତ୍ୟୁକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରଶ୍ମିରେଖାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସିଧା ସଳଖ ଅଭିଯୋଗ କରିଛନ୍ତି। ଘର ମାଲିକ ଓ ପଡୋଶୀମାନେ ଅଭିନେତ୍ରୀଙ୍କୁ ବିବାହିତା ବୋଲି କହୁଥିବା ବେଳେ ପରିବାର ଲୋକ ଝିଅର ବିବାହ ବିଷୟରେ ଜାଣିନଥିବା କହିଛନ୍ତି। ଅନ୍ୟପଟେ ରଶ୍ମି ଯାହା ସହ ରହୁଥିଲେ, ସେହି ପୁରୁଷ ବନ୍ଧୁ ଚାରି ଦିନ ହେଲା ଘରେ ରହୁନଥିବା କୁହାଯାଉଛି। 

Also Read: Viral Video ସ୍ତ୍ରୀ କହିଲା,ତାଙ୍କ ସାଙ୍ଗ ସହିତ ମୋର ଆଶୀଳ ଭିଡିଓକୁ ଭାଇରାଲ କରିଛନ୍ତି ମୋ ସ୍ୱାମୀ

ସୂଚନାନୁସାରେ, ଜଗତସିଂହପୁର ଥାନା ତିର୍ତ୍ତୋଲ ଥାନା ସଂକେତ ପାଟଣା ଗାଁର ରଞ୍ଜନ ଓଝାଙ୍କ ଝିଅ ରଶ୍ମିରେଖା ୫ ବର୍ଷ ହେବ ଭୁବନେଶ୍ୱରରେ ରହି ବିଭିନ୍ନ ଆଲବମ ଓ ସିରିଏଲରେ ଅଭିନେତ୍ରୀ ଭାବରେ କାମ କରୁଥିଲେ। ପରେ ଅଭିନୟ ଛାଡି ସେ ଏକ ଫାଇନାନ୍ସ କମ୍ପାନୀରେ ଚାକିରି କଲେ। ସେଠାରେ ତାଙ୍କର ଜଣେ ସହକର୍ମୀ ସମ୍ବଲପୁର ଅଂଚଳର ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ସହିତ ପରିଚିତ ହୋଇଥିଲା। ରଶ୍ମିରେଖାଙ୍କୁ ସନ୍ତୋଷ ଏକ ତରଫା ପ୍ରେମ କରୁଥିବା ବେଳେ ରଶ୍ମିଙ୍କର ପୂର୍ବରୁ ବିରିଡି ଅଂଚଳର ରାଜା ନାମକ ଜଣେ ଯୁବକ ସହିତ ପରିଚୟ ଥିଲା। ରାଜା ଓ ରଶ୍ମିରେଖା ମିଳାମିଶା କରୁଥିବାରୁ ସନ୍ତୋଷ ଏହାକୁ ସହି ନପାରି ରଶ୍ମିରେଖାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

 

ଘର ମାଲିକଙ୍କ କହିବା ହେଲା, ପ୍ରାୟ ଦେଢ ମାସ ପୂର୍ବେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ତାଙ୍କ ଘରେ ଭଡାରେଥିଲେ। ଘର ଭଡା ନେବାର ପାଞ୍ଚ ଛଅ ଦିନ ପରେ ରଶ୍ମିରେଖା ସେଠାକୁ ରହିବା ଆସିଲେ। ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ରହୁଥିଲେ। ରଶ୍ମି ଶଙ୍ଖା ସିନ୍ଦୁର ପିନ୍ଧୁଥିଲେ। ଦୁଇ ଥର ରଶ୍ମିଙ୍କ ନିକଟକୁ ତାଙ୍କ ଭାଇ ଓ ବାପା ଆସିଥିଲେ। ହେଲେ ଗତ ଚାରି ଦିନ ହେଲା ରଶ୍ମିଙ୍କ ପୁରୁଷ ବନ୍ଧୁ ଘରେ ନଥିଲେ। ସେ ରଶ୍ମିଙ୍କୁ ବହୁଥର ଫୋନ କରିଥିଲେ କିନ୍ତୁ ସେ ଉଠାଇନଥିଲେ। ଶନିବାର ଏନେଇ ସେ ଘର ମାଲିକଙ୍କୁ ଜଣାଇଥିଲେ। ରବିବାର ଘର ମାଲିକ ଝରକା ବାଟେ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ।

Also Read: ଚାକିରି ପାଇଁ ଚାଲିଗଲା ଇଜ୍ଜତ; ଯୁବତୀଙ୍କୁ ଇଣ୍ଟରଭ୍ୟୁ ବାହାନାରେ ଡାକି ଦୁଷ୍କର୍ମ

ଏହି ବାବଦରେ ମୃତ ଅଭିନେତ୍ରୀଙ୍କ ବାପା ରଞ୍ଜନ ଓଝା ହତ୍ୟା ଅଭିଯୋଗ ଆଣି ସ୍ଥାନୀୟ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ତାଙ୍କର କହିବା ହେଲା, କିଏ ଜଣେ ତାଙ୍କୁ ଫୋନ କରି ଅଙ୍କଲ ରଶ୍ମି ଆଉ ନାହିଁ ବୋଲି କହିଥିଲେ। ଝିଅ ବିବାହ କରିଥିବା ବିଷୟରେ ସେମାନେ ଜାଣି ନାହାନ୍ତି କିମ୍ବା ରଶ୍ମି ଏବିଷୟରେ କିଛି କହିନାହାନ୍ତି। ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ରଞ୍ଜନ ଓଝା ସନ୍ଦେହ କରିଛନ୍ତି। ରଶ୍ମିଙ୍କ ମାଆ କହିଛନ୍ତି ଯେ, ତାଙ୍କ ଝିଅ ତଳ ଘରେ ରହୁଥିବା ବେଳେ ଉକ୍ତ ଯୁବକ ଉପର ମହଲାରେ ରହୁଥିଲେ। ପୋଲିସ ତଦନ୍ତ ବେଳେ ଘରୁ ଏକ ସୁଇସାଇଡ ନୋଟ ଉଦ୍ଧାର କରିଛି। ସେଥିରେ ରଶ୍ମି ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାନ୍ତି। ରଶ୍ମିଙ୍କ ପୁରୁଷ ବନ୍ଧୁଙ୍କୁ ଖବର ଦିଆଯାଇଛି ଓ ମାମଲାର ଖୋଳତାଡ କରାଯାଉଛି ବୋଲି ନୟାପଲ୍ଲୀ ପୋଲିସ କହିଛି।