Advertisement
Article Detail0/zeeodisha/odisha2780082
Zee OdishaZee Odisha CrimeOdisha News: ଥମୁନି ଗଞ୍ଜେଇ ଚୋରା ଚାଲାଣ...ପୁଣି ଜବତ ହେଲା ୩୦୦ କିଲୋ ଗଞ୍ଜେଇ

Odisha News: ଥମୁନି ଗଞ୍ଜେଇ ଚୋରା ଚାଲାଣ...ପୁଣି ଜବତ ହେଲା ୩୦୦ କିଲୋ ଗଞ୍ଜେଇ

Odisha News: କିଛି ଦୂର ଯିବା ପରେ ଅଟୋର ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଅଟୋକୁ ଅଟକାଇ ପୋଲିସ ଦଳକୁ ଗୁଳି କରିବା ପାଇଁ ପିସ୍ତଲ ଦେଖାଇ ଜଙ୍ଗଲ ଅଞ୍ଚଳ ଆଡକୁ ଦୌଡ଼ିବାକୁ ଲାଗିଲା। କିନ୍ତୁ ପୋଲିସ ଦଳ କୌଶଳକ୍ରମେ ତାଙ୍କୁ ଅନୁସରଣ କରି ଜଙ୍ଗଲରେ ଧରିବାରେ ସଫଳ ହୋଇଥିଲେ। ଏସଆଇ ଟି.ସବର ଅଟୋ ଡ୍ରାଇଭରର ପିସ୍ତଲକୁ ପ୍ରଥମେ ଜବତ କରିଥିଲେ।

Odisha News: ଥମୁନି ଗଞ୍ଜେଇ ଚୋରା ଚାଲାଣ...ପୁଣି ଜବତ ହେଲା ୩୦୦ କିଲୋ ଗଞ୍ଜେଇ

Odisha News: ନିରୋଜ ଶତପଥୀ-:କୋରାପୁଟ ଜିଲ୍ଲାରେ ଏବେ ବି ଗଞ୍ଜେଇ ଚୋରା ଚାଲାଣ ଜାରି ରହିଛି। ଅବକାରୀ, ପୋଲିସ ଓ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ଵୟ ର ଅଭାବ ଯୋଗୁଁ ଗଞ୍ଜେଇ ଚାଷ ଓ ଏହାର ଚୋରା ଚାଲାଣ କୁ ରୋକା ଯାଇ ପାରୁ ନାହିଁ। ଆନ୍ଧ୍ର - ଓଡ଼ିଶା ସୀମାବର୍ତି ପାଡୁଆ ଏବଂ ନିକଟସ୍ଥ ଅଞ୍ଚଳରେ ଦିନ ପାଟ୍ରୋଲିଂ କରୁଥିବା ସମୟରେ ପାଡୁଆ ଥାନା ପୋଲିସ ବିଶ୍ୱସ୍ତ ସୂଚନା ପାଇ କାଣ୍ଡରା ପାର୍ଶ୍ୱରୁ ରୁଡିଚୁଆ ଗ୍ରାମ ଦେଇ ପଟାଙ୍ଗୀ ପାର୍ଶ୍ୱକୁ ଜଣେ ବ୍ୟକ୍ତି ରେଜିଷ୍ଟ୍ରେସନ୍ ନଂ AP-31-TE-5730 ବିଶିଷ୍ଟ ଏକ ଅଟୋରେ ବେଆଇନ ଗଞ୍ଜେଇ ପରିବହନ କରୁଥିବା ସୂଚନା ପାଇବା ପରେ ଏସ୍ଆଇ ଟି. ସଦର ଏବଂ ଥାନା କର୍ମଚାରୀମାନେ ସୂଚନାର ସତ୍ୟତା ଯାଞ୍ଚ କରିବା ପାଇଁ ରୁଡିଚୁଆ ଗ୍ରାମକୁ ଯାଇଥିଲେ। 

ପରେ ସେମାନେ କାଣ୍ଡରା ପାର୍ଶ୍ୱରୁ ଆସୁଥିବା ଗୋଟିଏ ପରେ ଗୋଟିଏ ଅଟୋ ଯାଞ୍ଚ କରିଥିଲେ। କିଛି ସମୟର ଅପେକ୍ଷା ପରେ ଗୋଟିଏ ଅଟୋ ଦ୍ରୁତ ଗତିରେ ଆସୁଥିବା ଦେଖି ଅଟୋକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଅଟୋର ଡ୍ରାଇଭର ଅଟୋକୁ ଦ୍ରୁତ ଗତିରେ ପଟାଙ୍ଗୀ ପାର୍ଶ୍ୱକୁ ନେଇ ଯାଉଥିଲା। ତେଣୁ ପୋଲିସ କର୍ମଚାରୀମାନେ ଅଟୋକୁ ଅଟକାଇବା ପାଇଁ ପିଛା କରି କିଛି ଦୂର ଯିବା ପରେ ଅଟୋର ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଅଟୋକୁ ଅଟକାଇ ପୋଲିସ ଦଳକୁ ଗୁଳି କରିବା ପାଇଁ ପିସ୍ତଲ ଦେଖାଇ ଜଙ୍ଗଲ ଅଞ୍ଚଳ ଆଡକୁ ଦୌଡ଼ିବାକୁ ଲାଗିଲା। କିନ୍ତୁ ପୋଲିସ ଦଳ କୌଶଳକ୍ରମେ ତାଙ୍କୁ ଅନୁସରଣ କରି ଜଙ୍ଗଲରେ ଧରିବାରେ ସଫଳ ହୋଇଥିଲେ। ଏସଆଇ ଟି.ସବର ଅଟୋ ଡ୍ରାଇଭରର ପିସ୍ତଲକୁ ପ୍ରଥମେ ଜବତ କରିଥିଲେ।

ମାଜିଷ୍ଟ୍ରେଟ ଏବଂ ସାକ୍ଷୀମାନଙ୍କ ଉପସ୍ଥିତିରେ ଅଟୋ ଯାଞ୍ଚ କରାଯାଇଥିଲା ଏବଂ ଅଟୋ ଭିତରେ ଥିବା ତିନିଶହ କେଜି ଗଞ୍ଜେଇ ଜବତ କରାଯାଇଥିଲା। ୧୨ ଟି ଜରି ବେଗରେ ଚୋରା ଗଞ୍ଜେଇ ରଖାଯାଇଥିଲା। ଅଟୋ ଡ୍ରାଇଭର ମନୋଜ ଖିଲ(୨୮) ଏବଂ ସେ ପଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପୋଟାଙ୍ଗି ଅଞ୍ଚଳର । ବିକ୍ରୟ ଉଦ୍ଦେଶ୍ୟରେ ଅଟୋରେ ଗଞ୍ଜେଇ ନେଇ ଯାଉଥିବା ଜଣା ପଡ଼ିଛି। ଅଭିଯୁକ୍ତଙ୍କ ଠାରୁ ଯାଞ୍ଚ ସମୟରେ ୧୩୩୦ ଟଙ୍କା ନଗଦ ଏବଂ ଏକ OPPO ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଥିଲା। ପିସ୍ତଲ ଓ ଦୁଇଟି ଜୀବନ୍ତ ଗୁଳି ମଧ୍ୟ ପୋଲିସ ଜବତ କରିଛି। ପିସ୍ତଲଟି ଇଟାଲୀ ରେ ତିଆରି ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।

Add Zee News as a Preferred Source

ଏ ସମ୍ପର୍କରେ ପାଡୁଆ ଥାନାରେ ପିଏସ୍ କେସ୍ ନମ୍ବର-୬୨ରେ NDPS ଆଇନ R/w ଧାରା ୨୮ ଆର୍ମସ୍ ଆକ୍ଟ ର 20(b)(ii)(C) ଅନ୍ତର୍ଗତ ପଞ୍ଜିକୃତ ହୋଇଛି । ଗଞ୍ଜେଇ ମାଫିଆ ମାନେ ମାରଣାସ୍ତ୍ର ଧରି ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଇଟାଲୀ ନିର୍ମିତ ପିସ୍ତଲ୍ ଅଭିଯୁକ୍ଟଙ୍କ ନିକଟକୁ କିପରି ଆସିଲା? ସେ କେଉଁଠାରୁ ଏହି ପିଷ୍ଟାଲ୍ କ୍ରୟ କରିଥିଲେ ନା କିପରି ପାଇଥିଲେ? ଏହିଭଳି ପିସ୍ତଲ କାରବାରରେ କିଏ କିଏ ସଂପୃକ୍ତ ଅଛନ୍ତି?? ସେ ସବୁର ତଦନ୍ତ ହେଲେ ଆଉ ଏକ ସଙ୍ଗୀନ ଘଟଣାର ପର୍ଦ୍ଦାଫାଶ ହୋଇପାରିବ। ତେବେ ଆଗକୁ ପୋଲିସ ଏ ଦିଗରେ କିଭଳି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

Also Read: Sun Mercury Yuti: ମାଟି ଧରିଲେ ହେବ ସୁନା...ଏହି ୩ରାଶିଙ୍କ ଉପରେ ବର୍ଷିବ ସୂର୍ଯ୍ୟବୁଧଙ୍କ ବିଶେଷ କୃପା

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more