Advertisement
Article Detail0/zeeodisha/odisha2960118

ପୁଲିସ ଏସ୍‍ଆଇ ସ୍କାମ: ଅଭିଯୁକ୍ତଙ୍କ ପଳାୟନ ରୋକିବାକୁ ପୁଲିସ ଜାରିକଲା ଲୁକ ଆଉଟ ସର୍କୁଲାର

ଓଡ଼ିଶା ପୁଲିସ ଏସ୍‍ଆଇ ନିଯୁକ୍ତି ପରୀକ୍ଷା ସ୍କାମରେ ଅଭିଯୁକ୍ତମାନେ ଦେଶ ଛାଡ଼ି ଚାଲିଯିବାର ଆଶଙ୍କା କରିଛି କ୍ରାଇମ ବ୍ରାଞ୍ଚ। ଏଥିଲାଗି ଆଜି ରାଜ୍ୟ ପୁଲିସ ପକ୍ଷରୁ ଲୁକ ଆଉଟ ସର୍କୁଲାର ଜାରି କରାଯାଇଛି। ଯେଉଁ ଅଭିଯୁକ୍ତମାନେ ଧରା ଦେଉ ନାହାନ୍ତି ସେମାନେ ଯେମିତି ଦେଶ ଛାଡ଼ି ବାହାରକୁ ନଯାଇପାରିବେ ସେଥିଲାଗି ଏହି ପଦକ୍ଷେପ ନିଆଯାଇଛି।  

  • ପୁଣି ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚ। ଅନ୍ୟପକ୍ଷେ ୪ଟି ସ୍ପେଶାଲ ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ଓ ବିହାରରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହି ଦୁଇ ରାଜ୍ୟର ପୁଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

Trending Photos

ପୁଲିସ ଏସ୍‍ଆଇ ସ୍କାମ: ଅଭିଯୁକ୍ତଙ୍କ ପଳାୟନ ରୋକିବାକୁ ପୁଲିସ ଜାରିକଲା ଲୁକ ଆଉଟ ସର୍କୁଲାର

ଭୁବନେଶ୍ୱର: ଓଡ଼ିଶା ପୁଲିସ ଏସ୍‍ଆଇ ନିଯୁକ୍ତି ପରୀକ୍ଷା ସ୍କାମରେ ଅଭିଯୁକ୍ତମାନେ ଦେଶ ଛାଡ଼ି ଚାଲିଯିବାର ଆଶଙ୍କା କରିଛି କ୍ରାଇମ ବ୍ରାଞ୍ଚ। ଏଥିଲାଗି ଆଜି ରାଜ୍ୟ ପୁଲିସ ପକ୍ଷରୁ ଲୁକ ଆଉଟ ସର୍କୁଲାର ଜାରି କରାଯାଇଛି। ଯେଉଁ ଅଭିଯୁକ୍ତମାନେ ଧରା ଦେଉ ନାହାନ୍ତି ସେମାନେ ଯେମିତି ଦେଶ ଛାଡ଼ି ବାହାରକୁ ନଯାଇପାରିବେ ସେଥିଲାଗି ଏହି ପଦକ୍ଷେପ ନିଆଯାଇଛି।  

ପୁଣି ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚ। ଅନ୍ୟପକ୍ଷେ ୪ଟି ସ୍ପେଶାଲ ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ଓ ବିହାରରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହି ଦୁଇ ରାଜ୍ୟର ପୁଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ପୁଲିସ ଏସ୍‍ଆଇ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ପାଇବା ପରେ ବ୍ରହ୍ମପୁର ପୁଲିସ ପକ୍ଷରୁ  ବିଶାଖାପାଟଣା ଅଭିମୁଖେ ଯାଉଥିବା ତିନୋଟି ବସ୍‍କୁ ରୋକାଯାଇଥିଲା। ଅକ୍ଟୋବର ୧ ତାରିଖ ଦିନ ହୋଇଥିବା ଏହି ଚଢ଼ଉ  ସମୟରେ ୧୧୪ ଜଣ ପ୍ରାର୍ଥୀଙ୍କୁ ଗିରଫ କରାଯାଇଥିଲା। ଏମାରନଙ୍କ ସହ ତିନିଜଣ ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସସ। ଏହି ୧୧୪ ଜଣ ପ୍ରାର୍ଥୀଙ୍କୁ ଏଜେଣ୍ଟଙ୍କ ମାଧ୍ୟମରେ ବିଶାଖାପାଟଣା ନିଆଯାଉଥିବା ପୁଲିସ ସୂଚନା ପାଇଥିଲା। ପ୍ରାର୍ଥୀମାରନଙ୍କଠାରୁ ୧୦ ଲକ୍ଷ ଟଙ୍କା ଓ ସାର୍ଟିଫିକେଟ୍‍ ମଧ୍‍ୟ ଏହି ଏଜେଣ୍ଟଙ୍କ ଜରିଆରେ ଏକ ରାକେଟ ଗ୍ରହଣ କରିଥିବା ଖବର ପଦାକୁ ଆସିଛି। ଚାକିରି ପାଇଁ ଅନୁଷ୍ଠିତ ପରୀକ୍ଷାରେ ପାସ କରିବା ପରେ ଏହି ପ୍ରାର୍ଥୀଙ୍କ ଠାରୁ ଆହୁରି ୧୫ ଲକ୍ଷ ଟଙ୍କା ନେବା ପାଇଁ ଚୁକ୍ତି ହୋଇଥିଲା। ଏଡି ଟଙ୍କା ଦେଲେ ସାର୍ଟିଫିକେଟ ଦେବାକୁ ଡିଲ କରିଥିଲା ଏହି ଏଜେନ୍ସୀ।  ଏହାପରେ  ରାଜ୍ୟ ସରକାର ପୁଲିସ ଏସ୍‍ଆଇ ପରୀକ୍ଷାକୁ ସ୍ଥଗିତ କରି ଘଟଣାର ତଦନ୍ତ ପାଇଁ କ୍ରାଇମ୍‍ ବ୍ରାଞ୍ଚକୁ ଦାୟିତ୍ୱ ଦେଇଥିଲେ। ଗଲା ୧୩ ଦିନ ହେଲା କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ଆଉ ତିନିଜଣଙ୍କୁ ଗିରଫ କରିଛି। କିନ୍ତୁ ମୂଳ ଅଭିଯୁକ୍ତ ପାଖରେ ପହଞ୍ଚିପାରି ନଥିବା ଜଣାପଡ଼ିଛି।

Add Zee News as a Preferred Source
About the Author