ଜଣେ ରୋଗୀଙ୍କୁ ଚିକିତ୍ସା କରିଥିବାରୁ ରେଢାଖୋଲ (Redhakhol medical) ଉପଖଣ୍ତ ଚିକିତ୍ସାଳୟ SDMO ବିପିନ ବିହାରୀ ସାହୁ ୫ ହଜାର ୫ ଶହ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଏନେଇ ସେହି ରୋଗୀ ପୂର୍ବରୁ ସମ୍ବଲପୁର ଭିଜିଲାନ୍ସକୁ ଖବର ଦେଇଥିଲେ।
Trending Photos
)
ଅଜୟ ନାଥ, ସମ୍ବଲପୁର: ମହଙ୍ଗା ପଡିଲା ଅତ୍ୟଧିକ ଲୋଭ। ଚିକିତ୍ସା ପାଇଁ ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ଫସିଲେ ରେଢାଖୋଲ SDMO। ରେଢାଖୋଲ ଉପଖଣ୍ତ ଚିକିତ୍ସାଳୟ SDMO ବିପିନ ବିହାରୀ ସାହୁ ଅଟକ ରଖି ବରଗଡ ଭିଡିଲାନ୍ସ ଟିମ୍ ଅଧିକ ତଦନ୍ତ କରୁଛି।
ଆଜି ଲାଞ୍ଚ ନେଲା ବେଳେ ରେଢାଖୋଲ SDMO ଭିଜିଲାନ୍ସ (Odisha Vigilance) ହାତରେ ଧରାପଡିଛନ୍ତି। ଜଣେ ରୋଗୀଙ୍କୁ ଚିକିତ୍ସା କରିଥିବାରୁ ରେଢାଖୋଲ (Redhakhol medical) ଉପଖଣ୍ତ ଚିକିତ୍ସାଳୟ SDMO ବିପିନ ବିହାରୀ ସାହୁ ୫ ହଜାର ୫ ଶହ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଏନେଇ ସେହି ରୋଗୀ ପୂର୍ବରୁ ସମ୍ବଲପୁର ଭିଜିଲାନ୍ସକୁ ଖବର ଦେଇଥିଲେ।
Also Read: ସମ୍ବଲପୁର ଜେଲରେ ରକ୍ତପାତ, ଜେଲରଙ୍କୁ ପିଟିଲେ ୱାର୍ଡର
ତେବେ ଆଜି ଡାକ୍ତର ବିପିନ ବିହାରୀ ସାହୁ ଟଙ୍କା ନେବା ସମୟରେ ଭିଜିଲାନ୍ସ ହାଵୁଡରେ ପଡିଥିଲେ। ୫ ହଜାର ୫ ଶହ ନଗଦ ଟଙ୍କା ଜବତ କରିବା ସହ SDMO ବିପିନ ବିହାରୀଙ୍କୁ ଅଟକ ରଖାଯାଇଛି। ଭିଜିଲାନ୍ସ ବିଭାଗ ତରଫରୁ ମାମଲାର ଅଧିକ ତଦନ୍ତ କରାଯାଉଛି ବୋଲି ବରଗଡ ଭିଜିଲାନ୍ସ DSP ପରମେଶ୍ଵର କିଷାନ କହିଛନ୍ତି।