• ବଙ୍ଗୋପସାଗରରେ ସକ୍ରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି
  • ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା
  • ୩୦ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା
  • ଅତିରିକ୍ତ SP ତଦନ୍ତ କରୁଛନ୍ତି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ
  • କଳାହାଣ୍ଡି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଓଭରସିଅର ନିଖୋଜ
  • ଗତ ୨୨ ତାରିଖ ଦିନଠାରୁ ଧନୁର୍ଜ୍ୟ ଧୋବାଙ୍କ ପତ୍ତା ମିଳୁନଥିବା ଅଭିଯୋଗ
  • ରାଜ୍ୟରେ ଦିନକରେ ଆଉ ୫୪୫ କୋରୋନା ଆକ୍ରାନ୍ତ ଚିହ୍ନଟ
  • ନୂଆପଡ଼ା ଗୋଧଁସ ଜଳପ୍ରପାତରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର
  • ଉଭୟ ଛତିଶଗଡ଼ ଠୁଆପାଣି ଅଞ୍ଚଳର ହୋଇଥିବା ଜଣାପଡିଛି

ଖୋଦ୍ ଭକ୍ତ ନିବାସରେ ଅସୁରକ୍ଷିତ ଭକ୍ତ, ମହିଳାଙ୍କ ଗାଧୁଆ ଫଟୋ ଉଠାଇ ଜଣେ ଗିରଫ

ଖୋଦ୍ ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସରେ ଭକ୍ତ ଅସୁରକ୍ଷିତ। ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ଟାଉନଥାନା ସମ୍ମୁଖ ନୀଳାଚଳ ଭକ୍ତ ନିବାସରୁ। 

ଖୋଦ୍ ଭକ୍ତ ନିବାସରେ ଅସୁରକ୍ଷିତ ଭକ୍ତ, ମହିଳାଙ୍କ ଗାଧୁଆ ଫଟୋ ଉଠାଇ ଜଣେ ଗିରଫ

ସଞ୍ଜୟ ମହାପାତ୍ର, ପୁରୀ: ଖୋଦ୍ ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସରେ ଭକ୍ତ ଅସୁରକ୍ଷିତ। ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ଟାଉନଥାନା ସମ୍ମୁଖ ନୀଳାଚଳ ଭକ୍ତ ନିବାସରୁ। ଏହି ନିବାସରେ ଜଣେ ମହିଳା ପର୍ଯ୍ଯଟକଙ୍କୁ ଅଶ୍ଳୀଳ ବ୍ଯବହାର ପ୍ରଦର୍ଶନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମହିଳା ପର୍ଯ୍ୟଟକ ବାଥରୁମରେ ଗାଧୋଉଥିବା ବେଳେ ମୋବାଇଲରେ ଫଟୋ ଉଠାଉ ଥିଲେ ଉକ୍ତ ଭକ୍ତ ନିବାସର ଜଣେ କର୍ମଚାରୀ। 

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ରାୟବରେଲିର ୨୪ ବର୍ଷୀୟ ଯୁବତୀଙ୍କ ପରିବାର ୧୧ ତାରିଖରୁ ୧୪ ପର୍ଯ୍ୟନ୍ତ ଭକ୍ତ ନିବାସରେ ରହୁଥିଲେ। ଆଜି ସକାଳୁ ଯୁବତୀ ବାଥରୁମରେ ଗାଧୋଉଥିବା ବେଳେ ଉକ୍ତ ନିବାସର କର୍ମଚାରୀ ବିକାଶ ଓରଫ ଶିବ ପ୍ରସାଦ ମହାପାତ୍ର ଭିଡ଼ିଓ ଉଠାଇଥିବା ନେଇ ଅଭିଯୋଗ କରିଥିଲେ ଯୁବତୀ । ଏତିକି ବେଳେ ଯୁବତୀ ଜଣକ ଦେଖି ପାଟି କରିବା ସହ ନିଳାଚଳ ଭକ୍ତ ନିବାସର ମ୍ୟାନେଜରଙ୍କୁ ଜଣାଇଥିଲେ। ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ରେ ପହଁଚି ସିସିଟିଭି ଫୁଟେଜ ଛାନଭିନ ପରେ ଉକ୍ତ ଇଲେକ୍ଟ୍ରିକାଲସିଆନ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। 

ପୋଲିସ ସୂଚନା ଅନୁଯାୟୀ ମହିଳା ପର୍ଯ୍ୟଟକ ଜଣକ ଉତ୍ତର ପ୍ରଦେଶ ରାୟାବରେଲି ଅଞ୍ଚଳର। ସେ ତାଙ୍କ ପରିବାର ସହ ଗତ ୧୧ ତାରିଖରେ ପୁରୀ ବୁଲି ଆସି ଥିବା ବେଳେ ବଡ଼ଦାଣ୍ଡସ୍ଥିତ ନୀଳାଚଳ ଭକ୍ତ ନିବାସରେ ଦୁଇଟି ରୁମ ନେଇ ରହୁଥିଲେ। ଆଜି ତାଙ୍କର ଫେରିବାର ଥିବା ବେଳେ ସେ ସକାଳୁ ଗାଧୋଇବା ପାଇଁ ବାଥ ରୁମ ଯାଇ ଥିଲେ। ତେବେ ଏହି ଘଟଣା ଜଣା ପଡିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଭକ୍ତଙ୍କ ସୁରକ୍ଷା ପାଇଁ ସମସ୍ତ ହୋଟେଲ , ଲଜିଂ ରେ କଡା ନିରାପତ୍ତା ବ୍ୟବସ୍ଥା କରାଯିବାର ଅଵଶ୍ୟକତା ରହିଥିବା ସାଧାରଣ ରେ ମତ  ପ୍ରକାଶ ପାଇଛି।