ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି ।
Trending Photos
)
ନୂଆଦିଲ୍ଲୀ: ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟରେ ଥିବା ଜଣେ ବିଚାରପତିଙ୍କ ବିଶ୍ରାମକକ୍ଷରେ ଦୁଷ୍କର୍ମ ଅଭିଯୋଗ । ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି ।
ଯାହା ଅଭିଯୋଗ ହୋଇଛି, ଗତ ୨୨ ତାରିଖରେ ଏହି ଦୁଷ୍କର୍ମ ହୋଇଛି । ହୋଜକାଜୀ ଅଞ୍ଚଳର ପୀଡ଼ିତା(୩୮) କୌଣସି କାମରେ କୋର୍ଟକୁ ଯାଇଥିଲେ । ତେବେ ଏହି ସମୟରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅଭିଯୁକ୍ତ ରାଜେନ୍ଦ୍ର ସିଂହକୁ ଗିରଫ କରିଛି ପୋଲିସ ।
ସେହିପରି ପୀଡ଼ିତାଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି । ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିବା ଜଣାପଡ଼ିଛି । ତେବେ ଦୁଷ୍କର୍ମ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।