ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ବାଇକକୁ ପିଟି ଓଲଟିଲା ଇନୋଭା, ଜଣେ ମୃତ
Advertisement

ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ବାଇକକୁ ପିଟି ଓଲଟିଲା ଇନୋଭା, ଜଣେ ମୃତ

ବାଇକକୁ ଧକ୍କା ଦେଇ ଓଲଟିଲା ଇନୋଭା କାର। ଦୁର୍ଘଟଣାରେ ଜଣକ ମୃତ୍ୟୁ।

ବାଇକୁ ପିଟି ଓଲୋଟିଲା ଇନୋଭା

ପ୍ରେମାନନ୍ଦ ପୂଜାରୀ, ଗଜପତି:  ମୋହନା ଥାନା ଅନ୍ତର୍ଗତ କପୁରୀପଟା ଗ୍ରାମ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ଧକ୍କା ଦେଇ ଓଲଟିଲା ଇନୋଭା କାର। ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ମୃତକ ଆର ଉଦୟଗିରି ଥାନା ଖମାରିସାହିର ଶକ୍ତି ଜେନା। ଗୁରୁତର ଜଣକ ଚାନ୍ଦିପୁଟ ଗ୍ରାମର ଇଷାକ ବିଷୋୟୀ ବୋଲି ଚିହ୍ନଟ କରାଯାଇଛି। fallback

ଇଷାକ ବୁଧବାର ସନ୍ଧ୍ୟାରେ ନିଜ ସମ୍ପର୍କୀୟ ଭାଇ ଶକ୍ତିକୁ ବାଇକରେ ଚାନ୍ଦିପୁଟ ଗ୍ରାମରୁ ଖମାରିସାହି ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଇନୋଭା ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରେ ଓଲଟି ପଡିଥିଲା। ଏଥିରେ ବାଇକଟି ସଂପୂର୍ଣ୍ଣ ଚୁରମାର ହୋଇପଡିଛି। ସେପଟେ ଦୁର୍ଘଟଣା ଘଟଇଥିବା ଡ୍ରାଇଭର ଫେରାର ହୋଇଯାଇଛି।

fallback

ସ୍ଥାନୀୟ ଲୋକେ ଗୁରୁତର ଭାବେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୋହନା ମେଡିକାଲରେ ପ୍ରଥମେ  ଭର୍ତ୍ତି କରିଥିଲେ। ସେଠାରେ ଶକ୍ତିଜେନାକୁ ଡାକ୍ଟର ମୃତ ଘୋଷଣା କରିଥିଲେ। ତେବେ ଗୁରୁତର ଅବସ୍ଥାରେ ଥିବା ଇଷାକକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ମୋହନା ପୋଲିସ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି।