କାହାକୁ ବଞ୍ଚାଇ ନିଜେ ଫସିଲେ ବିଦ୍ୟାଭାରତୀ?
Advertisement

କାହାକୁ ବଞ୍ଚାଇ ନିଜେ ଫସିଲେ ବିଦ୍ୟାଭାରତୀ?

ରାଜ୍ୟରେ ଚହଳ ଖେଳାଇ ଥିବା ଗଜପତି ଏଏଫସି ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓ ଓ ରୋଷେୟାଙ୍କ କୌଣସି ସଂପୃକ୍ତି ନଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଏପରି କି ଡିଏଫ୍ଓଙ୍କ ସହିତ ବିଦ୍ୟା ଭାରତୀଙ୍କ ସମ୍ପର୍କ ନେଇ କୌଣସି ପ୍ରମାଣ ପାଇନଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। 

ଡିଜାଇନ୍ ଫଟୋ

ଗଜପତି: ସବୁ ସନ୍ଦେହ ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲା କ୍ରାଇମବ୍ରାଞ୍ଚ। ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ ଚିଟ୍ ମିଳିଥିବା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଶୁକ୍ରବାର ବିଳମ୍ବିତ ରାତିରେ ଚାର୍ଜସିଟ୍ ଦାଖଲ କରିଛି। ସେପଟେ ସୌମ୍ୟଙ୍କ ପରିବାର ଲୋକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି।

ରାଜ୍ୟରେ ଚହଳ ଖେଳାଇ ଥିବା ଗଜପତି ଏଏଫସି ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓ ଓ ରୋଷେୟାଙ୍କ କୌଣସି ସଂପୃକ୍ତି ନଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଏପରି କି ଡିଏଫ୍ଓଙ୍କ ସହିତ ବିଦ୍ୟା ଭାରତୀଙ୍କ ସମ୍ପର୍କ ନେଇ କୌଣସି ପ୍ରମାଣ ପାଇନଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ସୋମ୍ୟଙ୍କ ମୃତ୍ୟୁ ଏକ ଆକସ୍ମିକ ଦୁର୍ଘଟଣା ବୋଲି ଏଡିଜି କହିଛନ୍ତି। ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡିଛି। ଶୁକ୍ରାବର ବିଳମ୍ବିତ ରାତିରେ ସୌମ୍ୟ ରଞ୍ଜନ ମାମଲାରେ କ୍ରାଇମବ୍ରାଞ୍ଚ ୩୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛନ୍ତି।

Also Read: ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: DFO, ରୋଷେୟାଙ୍କୁ କାଇମବ୍ରାଞ୍ଚର କ୍ଲିନଚିଟ୍, ନିଆଁ ଲିଭାଇନଥିଲେ ବିଦ୍ୟାଶ୍ରୀ   

ବିଦ୍ୟାଙ୍କ ସହିତ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିବା ବେଳେ କିରୋସିନିରୁ ନିଆଁ ଲାଗି ସୋମ୍ୟରଞ୍ଜନ ପୋଡି ଯାଇଥିବା କ୍ରାଇମବ୍ରାଞ୍ଚ କହିଛି। ଏହି ଦୁର୍ଘଟଣାରେ ଡିଏଫଓ ସଂଗ୍ରାମ ବେହେରା କିମ୍ବା ରୋଷେୟା ମନ୍ମଥ କୁମ୍ଭଙ୍କ କୌଣସି ସଂପ୍ତୃକ୍ତି ନଥିଲା। ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣା ପଡିଛି  ବୋଲି ଏଡିଜି କହିଛନ୍ତି। ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି। 

ସୋମବାର ବିଳମ୍ବିତ ରାତ୍ରିରେ କ୍ରାଇମବ୍ରାଞ୍ଚର ତଦନ୍ତ ଭାର ନେଇଥିବା ତଦନ୍ତ ଅଧିକାରୀ ଡିଏସପି ଜ୍ଞାନରଞ୍ଜନ ମିଶ୍ର, ପାରଳାଖେମୁଣ୍ଡିରେ ପହଞ୍ଚି କୋର୍ଟରେ ଚାର୍ଜ ସିଟ ଦାଖଲ କରିଛନ୍ତି। ଘଟଣାରେ ୮୦ ଜଣଙ୍କୁ ଜେରା କରିଥିବା ବେଳେ, ସମସ୍ତଙ୍କ କଲରେକର୍ଡ଼, ପୋଷ୍ଟମାଟମ ରିପୋର୍ଟ, ଏସଏଫଏସଏଲର ରିପୋର୍ଟ, ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟର ସମସ୍ତ ଦସ୍ତାବିଜ  କୋର୍ଟରେ ଦାଖଲ କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Also Read: ଦୁଷ୍କର୍ମ ପୂର୍ବରୁ ମହିଳାଙ୍କୁ ଦେଉଥିଲା ତିନି ବିକଳ୍ପ, ତାପରେ...

କ୍ରାଇମବାଞ୍ଚ ସୂଚନା ଅନୁସାରେ, ବିଦ୍ୟା ଓ ସୌମ୍ୟଙ୍କ ବୈବାହିକ ଜୀବନ ସୁଖମୟ ନଥିଲା ଏବଂ ନୋର୍କୋ ଟେଷ୍ଟରେ ବିଦ୍ୟାଙ୍କ କେତୋଟି କଥା ମେଳ ମଧ୍ୟ ଖାଇନଥିଲା। ଦୁର୍ଘଟଣା ଘଟିବା ଦିନ ବିଦ୍ୟା, ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିନଥିଲେ କି ସାହାଯ୍ୟ ପାଇଁ କାହାକୁ ଡାକି ନଥିଲେ। ତେଣୁ ବିଦ୍ୟାଙ୍କ ନାଁରେ କ୍ରାଇମବ୍ରାଞ୍ଚ ଦଫା ୨୮୫, ୩୦୪ (A) ଆଧାରରେ ମାମଲା ରୁଜୁ କରିଛି। ଏହି ଦୁଇଟି ଦଫା ମାଧ୍ୟମରେ ବିଦ୍ୟାଙ୍କ ଅବହେଳା ପାଇଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା କ୍ରାଇମବ୍ରାଞ୍ଚ ମାନିଛି। 

ସେପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିବାଥିବା ଚର୍ଜସିଟର ତଥ୍ୟକୁ ଗ୍ରହଣ କରୁପାରୁନାହାନ୍ତି ସୌମ୍ୟଙ୍କ ପରିବାର। ମାମଲାରେ ଅନେକ ହାଇ ପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ଥିଲା। ତେଣୁ ମାମଲାର ରଫାଦଫା କରି କ୍ରାଇମବ୍ରାଞ୍ଚ କାହାକୁ ଖସାଇ ଦେବାପାଇଁ ପ୍ରୟାସ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ମାମଲାର ନ୍ୟାୟିକ ଯାଞ୍ଚ ପାଇଁ ସୌମ୍ୟଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। 

Also Read: ମରିଗଲା ମାନବିକତା! ରାସ୍ତାକଡରେ ମରିଥିବା ଗାଈର ଫଡିଆ ଗାଏବ, ଥାନାରେ ଏତଲା

ସୂଚନାଯୋଗ୍ୟ, ସୌମ୍ୟଙ୍କ ବାପା ହିଁ ପୁଅର ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ (CrimeBranch) ତଦନ୍ତ ଦାବି କରିଥିଲେ। ପୁଅର ହତ୍ୟା ପଛରେ ବୋହୂର ଅନୈତିକ ସମ୍ପର୍କ ମୁଖ୍ୟ କାରଣ ବୋଲି ତାଙ୍କ ମାଆ କହିଥିଲେ। ଏପରିକି, ବୋହୂର ଚରିତ୍ର ଉପରେ ଅଙ୍ଗୁଳି ଉଠାଇ ସୌମ୍ୟଙ୍କ ମା' ବଲାଙ୍ଗିର ଲିଙ୍କ୍ ଖୋଲିଥିଲେ। ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ ବେହେରାଙ୍କ ନାମ ଯୋଡି ହୋଇଥିଲା। ଏପରି କି ଜଙ୍ଗଲ ମନ୍ତ୍ରୀ ବିକ୍ରମ ଅରୁଖଙ୍କ ସହିତ ସଂଗ୍ରାମଙ୍କ ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଥିଲା।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ଏବେ ସାଧାରଣରେ ଅନେକ ସନ୍ଦେହ ଜାତ ହେଉଛି। ସୌମ୍ୟଙ୍କ ଦେହରେ କିରୋସିନ ଯୋଗୁଁ ନିଆଁ ଲାଗିଥିଲା, ତେବେ ସେ କିରୋସିନରେ କଣ କରୁଥିଲେ? ଜଣେ ଅଭିଜ୍ଞ ବନ ଅଧିକାରୀ ହୋଇ ସୁଦ୍ଧା ସୌମ୍ୟ କେମିତି ନିଆଁକୁ ଆୟତ କରିପାରି ନଥିଲେ? ସ୍ତ୍ରୀ ବିଦ୍ୟା କାହିଁକି ନିଆଁ ଲିଭାଇବାକୁ ଚେଷ୍ଟା କଲେ ନାହିଁ? ସୌମ୍ୟ ତାଙ୍କ ମୃତ୍ୟୁ କାଳିନ ଜମାନବନ୍ଦୀରେ କଣ କହିଥିଲେ? ରାତ୍ରୀ ଜଗୁଆଳିର ବୟାନକୁ ଗୁରୁତ୍ୱ ଦିଆଯାଇନାହିଁ କି?