• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: 'ଭଗବାନ'ଙ୍କ ନାଁରେ ପରକୀୟା ପ୍ରୀତି ଅଭିଯୋଗ

ମୃତ୍ୟୁର ବଳୟ ଡେଇଁ ହତ୍ୟା ଅଭିଯୋଗ ମାମଲା ପରକୀୟା ପ୍ରୀତି ଦିଗରେ ମୁହାଁଇଲାଣି। କାହାରି ବୟାନରେ ତାଳମେଳ ରହୁନାହିଁ। ସ୍ତ୍ରୀ ବିଦ୍ୟାଭାରତୀ ମୃତ ସ୍ୱାମୀଙ୍କୁ ବ୍ୟଭିଚାରୀ ଭଳି ଆଖ୍ୟା ଦେଉଥିବା ବେଳେ ତାଙ୍କର ବାପା ଜ୍ୱାଇଁକୁ ଦେବତା ବୋଲି କହିଛନ୍ତି।

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: 'ଭଗବାନ'ଙ୍କ ନାଁରେ ପରକୀୟା ପ୍ରୀତି ଅଭିଯୋଗ
ସୌ- ସୋସିଆଲ ମିଡିିଆ

ଭୁବନେଶ୍ୱର: ଏବେ ବି ରହସ୍ୟ ଘରରେ ଅଛି ପାରଳାଖେମୁଣ୍ଡି ACFO ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ସାଧାରଣରେ ଯେତିକି ପ୍ରଶ୍ନ ଉଙ୍କି ମାରୁଛି, ତା'ଠାରୁ ଉତ୍ତର କମ୍ ମିଳୁଛି। ଏହାରି ଭିତରେ ମୃତ୍ୟୁର ବଳୟ ଡେଇଁ ହତ୍ୟା ଅଭିଯୋଗ ମାମଲା ପରକୀୟା ପ୍ରୀତି ଦିଗରେ ମୁହାଁଇଲାଣି। କାହାରି ବୟାନରେ ତାଳମେଳ ରହୁନାହିଁ। ସ୍ତ୍ରୀ ବିଦ୍ୟାଭାରତୀ ମୃତ ସ୍ୱାମୀଙ୍କୁ ବ୍ୟଭିଚାରୀ ଭଳି ଆଖ୍ୟା ଦେଉଥିବା ବେଳେ ତାଙ୍କର ବାପା ଜ୍ୱାଇଁକୁ ଦେବତା ବୋଲି କହିଛନ୍ତି।

ସ୍ୱାମୀ ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାରେ ଆଜି ସ୍ତ୍ରୀ ବିଦ୍ୟାଭାରତୀ  ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ମୁହଁରୁ ବାହାରି ଥିବା ପ୍ରତ୍ୟେକ ଶବ୍ଦ ସୌମ୍ୟଙ୍କ ବାପା-ମାଆଙ୍କ ଛାତିରେ ପଥର ଭଳି ଚାପି ହୋଇଛି। ସୌମ୍ୟଙ୍କ ପରିବାର ଯେଉଁ ଅସ୍ତ୍ରରେ ବିଦ୍ୟାଭାରତୀଙ୍କୁ ଆକ୍ରମଣ କରିଥିଲେ ସେ ଏବେ ସେହି ଅସ୍ତ୍ରର ବ୍ୟବହାର କରିଛନ୍ତି। ସ୍ବାମୀଙ୍କର ପରକୀୟା ପ୍ରୀତି ଥିବା ନେଇ ସ୍ତ୍ରୀ ବିଦ୍ୟାଭାରତୀ ସୌମ୍ୟଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି।

Also Read: ପାରଳାଖେମୁଣ୍ଡି ACFO ମୃତ୍ୟୁ ମାମଲା; DGP, PCCFଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ସନ୍ଦେହ ଘେରରେ IIC ମମତା ପଣ୍ଡା

ଗଣମାଧ୍ୟମ ଆଗରେ ବିଦ୍ୟାଭାରତୀ କହିଛନ୍ତି ଯେ, ସୌମ୍ୟଙ୍କର ପରକୀୟା ପ୍ରୀତି ଥିଲା। ଫୋନ୍‌ରେ ସେ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି। ଥରେ ଫୋନ୍‌ରେ କଥା ହେବା ବେଳେ ସୌମ୍ୟ ଧରାପଡ଼ିଥିଲେ। ସୌମ୍ୟଙ୍କ ବାପା, ମାମୁଁ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ଏଗ୍ରିମେଣ୍ଟ ବିଷୟରେ ଜାଣିନଥିବା ବିଦ୍ୟାଭାରତୀ ସଫେଇ ଦେଇଛନ୍ତି। ସେପଟେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା କହିଛନ୍ତି, 'ଝିଅ-ଜ୍ୱାଇଁଙ୍କ ମଧ୍ୟରେ କୌଣସି ମନମାଳିନ୍ୟ ନଥିଲା। ଝିଅର ଶାଶୁଘର ଭଲ ଏବଂ ଜ୍ୱାଇଁ ମୋର ଦେବତା ଭଳି ଲୋକ।'

ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ମାଆ କହିଛନ୍ତି, ବୋହୂ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଛ। ମୋ ପୁଅ କାହାରିକୁ ଭଲ ପାଇନଥିଲା। ଆମ କଥାରେ ସେ ବାହା ହୋଇଥିଲା। ସେଠି ଯାହା ସବୁ ଘଟଣା ଘଟିଛି ମୋତେ କହିଛି। ଯଦି ସେମିତି କିଛି ବୋହୂ ଜାଣିଥିଲା, ମୋତେ କାହିଁକି କହି ନଥିଲା? ମାମଲାରୁ ଖସିଯିବା ପାଇଁ ବୋହୂ ଚାଲ୍ ଖେଳୁଛି।' ସେହିପରେ 'ବାହାଘର ନୁହେଁ ଏଗ୍ରିମେଣ୍ଟ ହୋଇଥିଲା' ବୋଲି ସୌମ୍ୟରଞ୍ଜନଙ୍କ ବାପା କହିଥିବା ବେଳେ ମୃତ୍ୟୁ ପୂର୍ବରୁ ସମ୍ପତ୍ତିର ୱିଲ୍ କରାଯାଇଥିବା ସୌମ୍ୟଙ୍କ ମାମୁ କହିଛନ୍ତି।