ରବିବାର ରାତିରେ ବିଜେଡି (BJD) ପ୍ରଚାରରୁ ଫେରୁଥିବା ୨ଜଣ କର୍ମୀ ଉତ୍ସାହିତ ହୋଇ ବିଜେପି (BJP) ମୁର୍ଦ୍ଦାବାଦ ନାରା ଦେଇଥିଲେ। ଏହାକୁ କେନ୍ଦ୍ର କରି ଉଭୟ ବିଜପି ଓ ବିଜେଡି କର୍ମୀ ହାତାହାତି ହୋଇଥିଲେ।
Trending Photos
ପୁରୀ: ଉପନିର୍ବାଚନ ଫଳାଫଳ ବାହାରିବା ପରେ ଅଶାନ୍ତ ହୋଇଗଲା ପିପିଲି। ରବିବାର ରାତିରେ ପିପିଲିରେ ନିର୍ବାଚନୀ ହିଂସା ଘଟିଛି। ଏଥିରେ ଦୁଇ ଦଳର ୩ ଜଣ କର୍ମୀ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ରବିବାର ରାତିରେ ବିଜେଡି (BJD) ପ୍ରଚାରରୁ ଫେରୁଥିବା ୨ଜଣ କର୍ମୀ ଉତ୍ସାହିତ ହୋଇ ବିଜେପି (BJP) ମୁର୍ଦ୍ଦାବାଦ ନାରା ଦେଇଥିଲେ। ଏହାକୁ କେନ୍ଦ୍ର କରି ଉଭୟ ବିଜପି ଓ ବିଜେଡି କର୍ମୀ ହାତାହାତି ହୋଇଥିଲେ। ହିଂସାକାଣ୍ଡରେ ୨ଟି ବାଇକ ଭାଙ୍ଗିବା ସହ ୩ ଜଣ ଆହତ ହୋଇଛନ୍ତି। ଗୁରତର ନରୀ ସେଠୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Also Read: ଇତିହାସର ଆଇନାରେ ପିପିଲି ନିର୍ବାଚନ
ହିଂସାକାଣ୍ଡକୁ ନେଇ ପିପିଲି ଥାନା (Pipili) ରେ ୨ଟି ପୃଥକ ମାମଲା ରଜ୍ଜୁ ହୋଇଛି। ବିଜେଡେ କର୍ମୀ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ଅନୁସାରେ ୫ ଜଣ ବିଜେପି କର୍ମୀ ତାଙ୍କୁ ବାଟରେ ଅଟକାଇ ଜାତିଆଣ ଆକ୍ଷେପ କରିବା ସହ ମାରପିଟ କରିଥିଲେ। ତାଙ୍କର ସୁନା ଚେନ ଛିଣ୍ଡାଇ ନେବା ସହ ପୋଲିସରେ କହିଲେ ରିଙ୍କୁ ବାବୁଙ୍କ ବୋମ ପକାଇ ମାରି ଦେବାକୁ ଧମକ ଦେଇଥିଲେ।
ବିଜେପି କର୍ମୀ ନରହରୀ ସେଠୀ ମଧ୍ୟ ବିଜେଡି ସମର୍ଥକଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି। ସେମାନେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘରୁ ଫେରୁ ଥିବା ବେଳେ ବିଜେଡି କର୍ମୀମାନେ ତାଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ୫୦୦୦ ଟଙ୍କା ଛଡେଇ ନେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନରୀ ସେଠୀ ଏତଲାରେ ଦର୍ଶାଇଛନ୍ତି।
Also Read: ଲକ୍ଷ୍ମୀପୁର ହିଂସାକାଣ୍ଡ: ପ୍ରିୟଙ୍କା ଗାନ୍ଧୀ ଅଟକ, ଅଖିଳେଶଙ୍କ ଘର ବାହାରେ ପୋଲିସ ଫୋର୍ସ
ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟ ହୋଇଛନ୍ତି। ୨୦, ୯୧୬ ଭୋଟ ବ୍ୟବଧାନରେ ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇଛନ୍ତି। ପିପିଲିରେ ରୁଦ୍ରଙ୍କୁ ୯୬,୯୭୨ଟି ଭୋଟ ମିଳିଥିବା ବେଳେ ଆଶ୍ରିତଙ୍କୁ ୭୬,୦୫୬ ଖଣ୍ଡ ଭୋଟ ମିଳିଛି। ସେପଟେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମାତ୍ର ୪,୨୬୧ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି।