ଅଭିନବ ଉପାୟରେ ଛେଳି ଚୋରି ଅଭିଯୋଗ; ୨ ଅଟକ, ଥାନାରେ ଜମିଲା ଚାଷୀଙ୍କ ଭିଡ଼
X

ଅଭିନବ ଉପାୟରେ ଛେଳି ଚୋରି ଅଭିଯୋଗ; ୨ ଅଟକ, ଥାନାରେ ଜମିଲା ଚାଷୀଙ୍କ ଭିଡ଼

ଶନିବାର ରାତିରେ କୋଣାର୍କ, କାକଟପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨୪ଟି ଛେଳି ଉଦ୍ଧାର କରିବା ସହ, ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଅଭିନବ ଉପାୟରେ ଛେଳି ଚୋରି ଅଭିଯୋଗ; ୨ ଅଟକ, ଥାନାରେ ଜମିଲା ଚାଷୀଙ୍କ ଭିଡ଼

ପୁରୀ: କୋଣାର୍କ ପୋଲିସ ପଞ୍ଝାରେ ଅନ୍ତଃଜିଲ୍ଲା ଛେଳି ଚୋର। କିଛି ଦିନ ଧରି ପୁରୀ, ଖୋର୍ଦ୍ଧା, ଜଗସିଂହପୁର ଓ କଟକ ଜିଲ୍ଲାରେ ବେଧଡକ୍ ଛେଳି ଚୋରି ଚାଲିଛି। ନିଆଳୀ, ଚାରିଛକ, କାକଟପୁର, କୋଣାର୍କରେ ଚୋର ଆତଙ୍କ ଖେଳାଇଛନ୍ତି। କିଛି ଦିନ ପୂର୍ବରୁ ଚାରିଛକରୁ ଜଣେ  ଛେଳି ଚୋରକୁ କମିଶନରେଟ୍ ପୁଲିସ ଉଠାଇନେଇଥିଲା।

ଶନିବାର ରାତିରେ କୋଣାର୍କ, କାକଟପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨୪ଟି ଛେଳି ଉଦ୍ଧାର କରିବା ସହ, ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଛେଳି ମୁହଁରେ ସେଲୋ ଟେପ୍ ବାନ୍ଧି ଚୋରମାନେ ଉଠାଇ ନେଉଥିବା ଅଭିଯୋଗ ହୋଇଛି। କୋଣାର୍କ, କାକଟପୁରର ୬ଜଣ ଅଫିସର ସହ ୨ ସେକ୍ସନ ଫୋର୍ସ ରତିସାରା ଚଢାଉ ଜାରି ୨୪ ଛେଳି ଉଦ୍ଧାର କରିଛନ୍ତି।

Also Read: ଅସରନ୍ତି ସମସ୍ୟାର ଗାଁ ନୁନଭେଟ୍

ସେପଟେ ଉଦ୍ଧାର ଛେଳିକୁ ଚିହ୍ନଟ କରିବାକୁ ଥାନା ସମ୍ମୁଖରେ ଛେଳି ଚାଷୀଙ୍କ ଭିଡ ଜମୁଛି। ପୁରୀ ପୋଲିସକୁ ଧନ୍ୟବାଦ ସେବା ସହ ଅନ୍ୟ ଚୋରମାନଙ୍କୁ ଗିରଫ କରିବାକୁ ଛେଳି ଚାଷୀ ଦାବି କରିଛନ୍ତି। କୋରୋନାରେ ଜୀବିକା ହରାଇଥିବା ପ୍ରବାସୀ ଶ୍ରମିକମାନେ ବ୍ୟାଙ୍କରୁ ଋଣ ଆଣି ଛେଳି ଚାଷ କରି ସ୍ବାବଲମ୍ବୀ ହେବାକୁ ଉଦ୍ୟମକରୁଥିଵା ବେଳେ ଚୋରମାନେ ଗୁହାଳରୁ ଛେଳି ଚୋରିନେବା ପରେ ଚାଷୀ ଭାଙ୍ଗି ପଡିଛନ୍ତି ।

 

 

Trending news