• ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୨୫୬ ନୂତନ କୋରୋନା ମାମଲା ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୨୨ ଜଣ ସଂକ୍ରମିତଙ୍କର ମୃତ୍ୟୁ
  • ଆଜିଠୁ ୟୁଟ୍ୟୁବରେ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଇଭ୍ ପାଠପଢା
  • ଦୌନିକ ୧୦.୪୫ରୁ ୧ଟା ପର୍ଯ୍ୟନ୍ତ ୪ଟି ପିରିୟଡ଼ ରହିବ
  • ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ
  • ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା
  • ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ
  • ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ PM ମୋଦି

ପଡିଶାରେ ପିଶାଚ! ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ବୁର୍ଲା (Burla) ଥାନା ଭକ୍ତିମଣ୍ଡପ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଲଜ୍ୟାଜନକ ଘଟଣା। ମହିଳାଙ୍କ କହିବା ଅନୁସାରେ ପଡୋଶୀ ଅଜୟ ନାମକ ଜଣେ ଯୁବକ ମହିଳାଙ୍କ ଘରକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ।

 ପଡିଶାରେ ପିଶାଚ! ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ପ୍ରତିକାତ୍ମକ ଫଟୋ

ସମ୍ବଲପୁର: ଶିକ୍ଷାନଗରୀ ବୁର୍ଲାରେ ଲଜ୍ୟା। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ବିରୋଧ କରିବାରୁ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ଭଳି ଗୁରୁତର ଅଭିଯୋଗ ହୋଇଛି। 

ବୁର୍ଲା (Burla) ଥାନା ଭକ୍ତିମଣ୍ଡପ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଲଜ୍ୟାଜନକ ଘଟଣା। ମହିଳାଙ୍କ କହିବା ଅନୁସାରେ ପଡୋଶୀ ଅଜୟ ନାମକ ଜଣେ ଯୁବକ ମହିଳାଙ୍କ ଘରକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳା କୌଶଳ କ୍ରମେ ସେଠାରୁରୁ ଖସିଆସି ଅଜୟଙ୍କ ସ୍ତ୍ରୀକୁ ଏ ବାବଦରେ କହିଥିଲେ। କାହିଁକି ଏ ବିଷୟରେ ଘରେ କହିଲୁ ବୋଲି ଅଜୟ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିବା ମହିଳା ଅଭିଯୋଗ କରିଛନ୍ତି। 

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା: ପୋଲିସ ତଦନ୍ତକୁ ମାସେ, ଫଳାଫଳ ଶୂନ

ଆଜି ନିଜକୁ ସ୍ୱାଭାବିକ କରି ମହିଳା ବୁର୍ଲା ଥାନା (Burla Police) ର ଦ୍ୱାରାସ୍ତ ହୋଇଛନ୍ତି। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ସୂଚନା ମିଳିଛି। ତେବେ ଦେଖାଯାଉ ରାଜନୈତିକ ଚାପରେ ଥିବା ପୋଲିସ (Samblpur Police) ଘଟଣାକୁ ଚାପି ଦେଉଛି ନା ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ସମୟ ଆସିଲେ ଜଣାପଡିବ।