ମହିଳା ପୋଲିସ ଅଧିକାରୀଙ୍କୁ ଧୋକା ଦେଇ ଦୁଷ୍କର୍ମ

ମହିଳା ପୋଲିସ ଅଧିକାରୀଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ ପୁରୁଷ ଅଧିକାରୀ । ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ସିଲୁ ଧଳଙ୍କ ବିରୋଧରେ । 

ମହିଳା ପୋଲିସ ଅଧିକାରୀଙ୍କୁ ଧୋକା ଦେଇ ଦୁଷ୍କର୍ମ
ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର:-ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଡିଜି କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା ପୋଲିସ ଅଧିକାରୀ । ଅଭିଯୋଗ ଆସିଛି ଜଣେ ପୁରୁଷ ପୋଲିସ ଅଧିକାରୀଙ୍କ ବିରୋଧରେ । ଟ୍ରେନିଂ ସମୟରୁ ପ୍ରେମ ନିବେଦନ କରିବା ପରେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ବିବାହ କରିବାକୁ ମନା କରିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ମହିଳା ଅଧିକାରୀ । ଅଭିଯୋଗ ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶେଷରେ ଧୋକା ଦେଇଥିଲେ ଖଲ୍ଲିକୋଟ ଥାନାରେ କାମ କରୁଥିବା ସବ ଇନ୍ସପେକ୍ଟର । ଏଥିପାଇଁ ପୁଣି ଦାରିଙ୍ଗବାଡିରେ ଅଭିଯୋଗ କରିବାକୁ ବାଧ୍ୟ ହେଲେ ମହିଳା ଅଧିକାରୀ । ହେଲେ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ନ୍ୟାୟ ପାଇଁ ଡିଜିଙ୍କୁ ଗୁହାରି କରିବାକୁ ଆସିଥିବା ସେ କହିଛନ୍ତି ।   

ମହିଳା ପୋଲିସ ଅଧିକାରୀଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ ପୁରୁଷ ଅଧିକାରୀ । ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ସିଲୁ ଧଳଙ୍କ ବିରୋଧରେ । ଦୀର୍ଘ ୩ ବର୍ଷ ଧରି ସମ୍ପର୍କ ରଖିବା ପରେ ବିବାହ କରିବେ କଣ ସମ୍ପର୍କ ଛିନ୍ନ କରିବା ଆରମ୍ଭ କରିଦେଇଥିଲେ ସେ । ଶେଷରେ ନିରାଶ ହୋଇ ଥାନାରେ ନ୍ୟାୟ ପାଇଁ ପୁରୁଷ ପୋଲିସ ବନ୍ଧୁଙ୍କ ବିରୋଧରେ ଅଭିଯୋଗ କଲେ ମହିଳା ଅଧିକାରୀ । କନ୍ଧମାଳ ଜିଲ୍ଲା ଶାରଙ୍ଗଗଡରେ ପୋଷ୍ଟିଂ ଥିବା ବେଳେ ସେହି ଥାନାରେ ଅଭିଯୋଗ କଲେ ମହିଳା ଅଧିକାରୀ । ଅଭିଯୋଗ ପରେ ଗିରଫଦାରୀ ଭୟରେ ସିଲୁ ଓ ତାଙ୍କ ପରିବାର ମହିଳା ପୋଲିସ ଅଧିକାରୀଙ୍କ ନିକଟରେ ନେହୁରା ହୋଇଥିଲେ । ଖୁବ ଶୀଘ୍ର ବିବାହ କରିବାକୁ ପ୍ରତିଶ୍ରୁତି ଦେବା ପରେ ମାମଲା ଆପୋଷ ବୁଝାମଣାରେ ସମାଧାନ କରିଥିଲେ ମହିଳା । ମାମଲା ସମାଧାନ ପରେ ସିଲୁ ତାଙ୍କ ରୁପ ବଦଳାଇଥିଲେ । ସ୍ଥାନୀୟ ଏକ ମନ୍ଦିରରେ ସିନ୍ଦୁର ଲଗାଇ ବିବାହ କରିଥିଲେ ସେ । ଏହା ପରଠାରୁ ପୁରୁଷ ପୋଲିସ ଅଧିକାରୀ ଜଣକ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ମହିଳା ପୋଲିସ ଅଧିକାରୀ ।   

୨୦୧୭ ବେଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ସେଣ୍ଟରରେ ଉଭୟଙ୍କ ଦେଖା ହୋଇଥିଲା । ଦେଖା ହେବା ପରଠାରୁ ସିଲୁ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ମହିଳା ଅଧିକାରୀ । ସମ୍ୱଲପୁର ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ବେଳେ ସିଲୁ ତାଙ୍କ ପାଖକୁ ଆସି ଜୋର ଜବରଦସ୍ତ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଶାରଙ୍ଗଗଡ ଥାନା ମାମଲାରେ କୌଣସି ନ୍ୟାୟ ନ ପାଇ ମହିଳା ପୋଲିସ ଅଧିକାରୀ ଦାରିଙ୍ଗବାଡି ଥାନାରେ ପୁଣି ଅଭିଯୋଗ ଆଣିଲେ । ଘଟଣା ପରଠାରୁ ଖଲ୍ଲିକୋଟ ଥାନା ସବ ଇନ୍ସପେକ୍ଟର ସିଲୁ ଧଳ ଥାନା ଆସୁ ନାହାନ୍ତି କି ତାଙ୍କ ମୋବାଇଲ ମଧ୍ୟ ବନ୍ଦ କରି ରଖିଛନ୍ତି ବୋଲି ଅଭିଯୋଗକାରିଣୀ ପୋଲିସ ଅଧିକାରୀ କହିଛନ୍ତି । ମିଛ ମିଛିକା ପ୍ରେମ ନିବେଦନ । ତା ପରେ ଦୁଷ୍କର୍ମ । ଏ ଭଳି ମାମଲା ଥାନାରେ ଆମେ ସାଧାରଣତଃ ଶୁଣିବାକୁ ପାଇଥାଉ । ହେଲେ ଜଣେ ମହିଳା ପୋଲିସ ଅଧିକାରିଣୀ ପୁରୁଷ ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ନିଶ୍ଚିତ ଭାବେ ବିଭାଗର ଛବି ଖରାପ ହେଉଛି ।