• ଦେଶରେ ୨୪ ଘଣ୍ଟାରେ ୬୨,୪୮୦ ପଜିଟିଭ୍ ଚିହ୍ନଟ
  • ୧୫୮୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • କଟକରୁ ନକଲି କରୋନା ଔଷଧ ଜବତ ପ୍ରସଙ୍ଗ
  • ଅଧିକ ତଦନ୍ତ ପାଇଁ ମୁମ୍ବାଇ ଗଲା ଏସଟିଏଫର କ୍ରାଇମବ୍ରାଞ୍ଚ ଟିମ
  • ମୁମ୍ବାଇରେ କ୍ରାଇମବ୍ରାଞ୍ଚ STF ଟିମ୍‌ର ଖୋଳତାଡ଼
  • ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବ ଟିମ୍
  • ଏବେ ବି ଗୁରୁତର ରହିଛି କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା
  • ଅନଲାଇନ୍ ମୋଡ଼ରେ ହେବ ୟୁଜି/ପିଜିର ଫାଇନାଲ ପରୀକ୍ଷା
  • ତାରିଖ ନେଇ ବିଶ୍ୱବିଦ୍ୟାଳୟ ଓ ଅଟୋନମସ ୟୁନିଭର୍ସିଟି ନେବେ ନିଷ୍ପତ୍ତି
  • ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ

ଢାବା ପାଲଟିଛି ଅପରାଧିଙ୍କ ଆଡ୍ଡା, ପୋଲିସ ଚଢାଇଲା ବୁଲଡୋଜର

ସମ୍ବଲପୁର (Sambalpur) ରେ ଅପରାଧ (crime) ଓ ଅପରାଧିଙ୍କୁ ଉତ୍ସାହିତ କରୁଛନ୍ତି ଜାତୀୟ ରାଜପଥ କଡରେ ଥିବା କିଛି ବେଆଇନ ଢ଼ାବା ମାଲିକ। ଢ଼ାବାରେ ବାହାର ରାଜ୍ୟର ଅପରାଧିମାନେ ଆଶ୍ରୟ ନିୟନ୍ତି। ରାତି ହେଲେ ଏମାନଙ୍କ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଥାଏ।

ଢାବା ପାଲଟିଛି ଅପରାଧିଙ୍କ ଆଡ୍ଡା, ପୋଲିସ ଚଢାଇଲା ବୁଲଡୋଜର
ଢାବା ପାଲଟିଛି ଅପରାଧିଙ୍କ ଆଡ୍ଡା, ପୋଲିସ ଚଢାଇଲା ବୁଲଡୋଜର

ସମ୍ବଲପୁର: ମାଟିରେ ମିଶିଲା ଜାତୀୟ ରାଜପଥରେ ଥିବା ବେଆଇନ ଢାବା। ଅନେକ ସଙ୍ଗୀନ ଅଭିଯୋଗର ପ୍ରମାଣ ମିଳିଲା ପରେ ପୋଲିସ ବୁଲଡୋଜର ଚଢାଇଛି। ବୁର୍ଲାସ୍ଥିତ ଏକ ଢାବା ଭିତରୁ ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ତେବେ ଚଢଉର ଆଗୁଆ ଖବର ପାଇ ଢାବା ମାଲିକ କୃପାସିନ୍ଧୁ ଘୁରିଲା ଚମ୍ପଟ ମାରିଛନ୍ତି।

ସମ୍ବଲପୁର (Sambalpur) ରେ ଅପରାଧ (crime) ଓ ଅପରାଧିଙ୍କୁ ଉତ୍ସାହିତ କରୁଛନ୍ତି ଜାତୀୟ ରାଜପଥ କଡରେ ଥିବା କିଛି ବେଆଇନ ଢ଼ାବା ମାଲିକ। ଢ଼ାବାରେ ବାହାର ରାଜ୍ୟର ଅପରାଧିମାନେ ଆଶ୍ରୟ ନିୟନ୍ତି। ରାତି ହେଲେ ଏମାନଙ୍କ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଥାଏ। ଲୁଟ, ହତ୍ୟା, ରାହାଜାନି ଭଳି ସଙ୍ଗିନ ଘଟଣା ଘଟାଇ ଅପରାଧିମାନେ ପୁଣି ସେହି ଢ଼ାବାରେ ଆତ୍ମଗୋପନ କରନ୍ତି। ପୋଲିସ ପୂର୍ବରୁ ମଧ୍ୟ ସମ୍ବଲପୁର ଯୁଜୁମୁରା ଅଂଚଳର ଏକ ଢ଼ାବାରେ ଏଭଳି ଘଟଣା ନଜରକୁ ଆସିଥିବା ବେଳେ ତାକୁ ସଂପୂର୍ଣ୍ଣ ଭାଙ୍ଗିବା ସହ ମାଲିକଙ୍କୁ ଗିରଫ କରିଥିଲା। 

Also Read: ସାକ୍ଷୀପଡା ଅଞ୍ଚଳରୁ ସେକ୍ସ ରାକେଟ ଠାବ

ଆଜି ବୁର୍ଲା ଗୋସଲାରେ ମଧ୍ୟ ଏକ ବେଆଇନ ଢ଼ାବାକୁ ସମ୍ବଲପୁର ପୋଲିସ (Sambalpur Police) ଭାଙ୍ଗିଛି। ଢ଼ାବାରେ ବହୁ ବେଆଇନ କାର୍ଯ୍ୟ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ସହ ଢ଼ାବାଟି ସରକାରୀ ସ୍ଥାନରେ ରହିଥିଲା। ଏହି ଢ଼ାବାରେ ବନ୍ଧୁକ ଚାଲାଣ, ମାରଣାସ୍ତ୍ର ଓ ହନୁମାନ ପଇସା କାରବାର ଚାଲୁଥିଲା। ଏପରିକି ଢ଼ାବା ମାଲିକ ଓ ତାହାର ଗ୍ୟାଙ୍ଗ ଅନ୍ୟ ସ୍ଥାନରୁ ବୁର୍ଲା ଭୀମସାରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ପରିଜନଙ୍କୁ ଆକ୍ରମଣ କରି ଲୁଟ କରୁଥିବା ପୋଲିସ ପ୍ରକାଶ କରିଛି। 

ବୁର୍ଲା ପୋଲିସ (Burla Police) ଅନେକ ଦିନରୁ ଏହି ଢ଼ାବା ଓ ଢ଼ାବା ମାଲିକ ଉପରେ ନଜର ରଖିଥିଲା। ପୋଲିସକୁ ଯଥେଷ୍ଟ ପ୍ରମାଣ ମିଳିବାପରେ ଢ଼ାବା ଉପରେ ଚଢ଼ାଉ (Raid) କରିଥିଲା। ଚଢଉର ଆଗୁଆ ଖବର ପାଇ ଢ଼ାବା ମାଲିକ କୃପାସିନ୍ଧୁ ଘୁରିଲା ଫେରାର ହୋଇଯାଇଥିଲା। ଢ଼ାବା ଭଙ୍ଗା କାର୍ଯ୍ୟରେ ବୁର୍ଲା ପୋଲିସ ସମେତ ଜିଆରପି ଓ ରେଲବାଇ ପୋଲିସ ଯୋଗ ଦେଇଥିଲେ।